October 30, 2025
Home » ସମ୍ବଳ ବ୍ୟକ୍ତି ମାନଙ୍କ ର ରାଜ୍ୟ ସ୍ତରୀୟ ସମାବେଶ

ସମ୍ବଳ ବ୍ୟକ୍ତି ମାନଙ୍କ ର ରାଜ୍ୟ ସ୍ତରୀୟ ସମାବେଶ

0
WhatsApp Image 2025-10-30 at 1.44.38 PM

ଭୁବନେଶ୍ୱର : ଓ ଆର ପି ଏଫ ର ରାଜ୍ୟ ସ୍ତରୀୟ ସମାବେଶ ସ୍ଥାନୀୟ ସି ୱାଇ ଏସ ଡି ସମ୍ମିଳନୀ କକ୍ଷରେ ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ କୁ ଓଡିଶା ରାଜ୍ୟ ସରକାର ଙ୍କ କ୍ରୀଡା ତଥା ଯୁବ ବ୍ୟାପାର ଏବଂ ଉଚ୍ଚ ଶିକ୍ଷା ବିଭାଗ ର ମନ୍ତ୍ରୀ ମାନ୍ୟବର ସୂର୍ଯ୍ୟ ବଂଶୀ ସୁରଜ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ଓଡିଶା ରାଜ୍ୟ ରେ କାର୍ଯ୍ୟରତ ମୁକ୍ତବୃତ୍ତ ସମ୍ବଳ ବ୍ୟକ୍ତି ମାନେ ବିଭିନ୍ନ ସ୍ତର ରେ ତାଲିମ ପ୍ରଦାନ କରି ଚିର ସ୍ଥାୟୀ ବିକାଶ ଲକ୍ଷ୍ୟ କୁ ହାସଲ କରିବାପାଇଁ ପ୍ରୟାସ ରତ। ସେହି ବ୍ୟକ୍ତି ମାନଙ୍କ ର ସଂଗଠିତ ସମାବେଶ ରେ ରାଜ୍ୟ ର ୨୦୦ ଜଣ ସଦସ୍ୟ ଏକାଠି ହୋଇ ପ୍ରଭାବୀ ଢଙ୍ଗରେ ତାଲିମ କାର୍ଯ୍ୟକ୍ରମ ସହ ସର୍ବେକ୍ଷଣ, ବିବରଣୀ ପ୍ରସ୍ତୁତି କରିବା, ତଥ୍ୟ ସଂଗ୍ରହ କରିବାର ପ୍ରଣାଳୀ, ବିଭିନ୍ନ ତାଲିମ ପାଇଁ ପାଠ୍ୟ କ୍ରମ ପ୍ରସ୍ତୁତି, ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ, ସ୍ୱାସ୍ଥ୍ୟ ଗତ ତଥା ସମାବେଶୀ ବିକାଶ ର ଧାରାକୁ ତୃଣମୂଳ ସ୍ତରରେ ସାବଲୀଳ ଶୈଳୀ ରେ ଅବଗତ କରିବାପାଇଁ ବିଭିନ୍ନ କୌଶଳ ଉପରେ ଆଲୋଚନା କରିଥିଲେ। ବିଶେଷ କରି ଗ୍ରାମପଞ୍ଚାୟତ ରେ ସହଯୋଗୀ ବିଭାଗୀୟ ଅନୁଷ୍ଠାନ ଏବଂ ସମ୍ବଳ ବ୍ୟକ୍ତି ମାନଙ୍କ ର ଭୂମିକା, ଯୁବ ଏବଂ ଦକ୍ଷତା ବିକାଶ ରେ ସମ୍ବଳ ବ୍ୟକ୍ତି ଙ୍କର ଭୂମିକା,ଓଡିଶା ର ବିକାଶ ରେ କର୍ପୋରେଟ ସଂସ୍ଥା ର ସାମାଜିକ ଦାଇତ୍ୱବୋଦ୍ଧ କାର୍ଯ୍ୟକ୍ରମ ରେ ସମ୍ବଳ ବ୍ୟକ୍ତି ଙ୍କର ଭୂମିକା, ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସମ୍ବଳ ବ୍ୟକ୍ତି ଙ୍କର ଭୂମିକା ବିଷୟରେ ଆଲୋଚନା କରାଯାଇଥିଲା। ଦୁଇଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ କାଳଖଣ୍ଡ ରେ ସବିସ୍ତୃତ ଆଲୋଚନା ମାନ କରାଯାଇଥିଲା। ଅନୁଷ୍ଠାନ ର ଆବାହକ ପଦ୍ମଚରଣ ଦାଶ ଙ୍କ କହିବାନୁସାରେ ଏହି ସମାବେଶ ରୁ ମିଳିଥିବା ନିଷ୍କର୍ଷ କୁ ପରବର୍ତୀ ସମୟରେ ସରକାର ଙ୍କ ବିଭିନ୍ନ ବିଭାଗ କୁ ଅବଗତ କରାଯାଇ ବିକଶିତ ଓଡିଶା ଗଠନ ରେ ସମ୍ବଳ ବ୍ୟକ୍ତି ଙ୍କୁ ବିନିଯୋଗ କରି ଚିରସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ଦିଗରେ ପ୍ରୟାସ କରାଯିବ। ଉକ୍ତ କାର୍ଯ୍ୟକ୍ରମ ରେ ରଘୁନାଥ ପତି, ସହ ଆବାହକ ଙ୍କ ସମେତ କୋର କମିଟି ର ସଭ୍ୟ ମାନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *