December 27, 2025
Home » ସମ୍ମାନିତ ହେଲେ ଗଜପତି ଜିଲ୍ଲାର ଆଦିବାସୀ ଝିଅ ଜ୍ୟୋତ୍ସ୍ନା ଶବର

ସମ୍ମାନିତ ହେଲେ ଗଜପତି ଜିଲ୍ଲାର ଆଦିବାସୀ ଝିଅ ଜ୍ୟୋତ୍ସ୍ନା ଶବର

0
WhatsApp Image 2025-12-26 at 10.07.22 PM

ଗଜପତି: ଆଦିବାସୀ ଝିଅ ୧୭ ବର୍ଷ ବୟସ୍କା ଜ୍ୟୋସ୍ନା ଶବର ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି। ଜ୍ୟୋସ୍ନା ଗଜପତି ଜିଲ୍ଲାର ପେକଟ ଗ୍ରାମ ଅନ୍ତର୍ଗତ ମାର୍ଲବା ପଞ୍ଚାୟତ, ରାୟଗଡ଼ ବ୍ଲକ୍‌ର କୀର୍ତ୍ତନ ଶବରଙ୍କ ଝିଅ। ଶୁକ୍ରବାର ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ, ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି।
ଚଳିତ ବର୍ଷ ସାରା ଦେଶରୁ କେବଳ ୨୧ ଜଣ ଶିଶୁ ଏହି ପୁରସ୍କାର ପାଇଁ ମନୋନୀତ ହୋଇଥିବା ବେଳେ, ଓଡ଼ିଶାରୁ ଜ୍ୟୋସ୍ନା ଏକମାତ୍ର ଓ ଗଜପତି ଜିଲ୍ଲାରୁ ପ୍ରଥମ ଶିଶୁ ଭାବେ ଏହି ସମ୍ମାନ ଲାଭ କରିଛନ୍ତି।

Leave a Reply

Your email address will not be published. Required fields are marked *