July 27, 2025
Home » ସରକାରୀ କର୍ମଚାରୀଙ୍କୁ ବାଟ ଛାଡ଼ିଲେନି ଜେଏସଡବ୍ଲୁ କର୍ମଚାରୀ

ସରକାରୀ କର୍ମଚାରୀଙ୍କୁ ବାଟ ଛାଡ଼ିଲେନି ଜେଏସଡବ୍ଲୁ କର୍ମଚାରୀ

0
WhatsApp Image 2025-06-23 at 1.02.59 AM

ପାରାଦୀପ – ଜଗତସିଂହପୁର ଜିଲ୍ଲା ର ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆ ଚାରିଦେଶରରେ ପ୍ରସ୍ତାବିତ ଜେଏସଡବ୍ଲୁ ପ୍ରକଳ୍ପ ପାଇଁ ବେଆଇନ୍ ବଳ ପୂର୍ବକ କାର୍ଯ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣିରେ ଢ଼ିଙ୍କିଆ ପଞ୍ଚାୟତ ଗୋବିନ୍ଦପୁର ଗ୍ରାମର ମା ତେନ୍ତୁଳାଇ ଜଙ୍ଗଲ କମିଟି ପକ୍ଷରୁ ଭ୍ରମର ବର ଦାସ,ସନ୍ତୋଷ ଦାସ,ପୁଷ୍ପକ ଦାସଙ୍କ ସମେତ ପାଖା ପାଖି ସହେ ଲୋକଙ୍କ ଅଭିଯୋଗ ପତ୍ର ଗତ ଫେବୃୟାରୀ ମାସରେ ଅଭିଯୋଗ କରିଥିଲେ।ଅଭିଯୋଗ ଅନୁଯାୟୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପ୍ରାଥମିକ ତଦନ୍ତ ପାଇଁ ଆର୍.ଆଇ ନୂଆଗାଁ,ଆର୍ ଆଇ ସୁପର ଭାଇଜର,ଅତିରିକ୍ତ ଆର୍.ଆଇ ଘଟଣା ସ୍ଥଳକୁ ଯାଇଥିଲେ।କିନ୍ତୁ ଦୁର୍ଭାଗ୍ୟର ବିଷୟ ଘଟଣା ସ୍ଥଳରେ ଗାଇସୁଆ ଜେଏସ୍ଡବ୍ଲୁ ଅସ୍ଥାୟୀ ଫାଟକରେ ଥିବା କର୍ମଚାରୀ ଭିତରକୁ ଯିବାକୁ ଦେଇନଥିବା ଏବଂ ବିରକ୍ତର ସହ ହଟହଟା ହୋଇ ତଦନ୍ତ କାରୀ ଟିମ୍ ଫେରିଥିବା ଉପସ୍ଥିତ ଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି।ଏ ନେଇ ତଦନ୍ତ ପାଇଁ ଯାଇଥିବା ନୂଆଗାଁ ଆର୍.ଆଇଙ୍କ ସହ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ପ୍ରତିକ୍ରିୟା ମିଳିପାରି ନାହିଁ। ସୂଚନା ଅନୁଯାୟୀ ପ୍ରସ୍ତାବିତ ପ୍ରକଳ୍ପ ପାଇଁ ପୋଲିସ,ପ୍ରଶାସନ, ଜେଏସଡବ୍ଲୁ କମ୍ପାନୀ ଜଙ୍ଗଲ ଜମିରେ ନିର୍ଭର କରି ଦୀର୍ଘ ବର୍ଷ ଧରି ଚଳି ଆସୁଥିବା ଜୀବନ ଜୀବିକା ବିନା ସହମତିରେ ଛଡାଇ ନେବା,ବଳ ପୂର୍ବକ ଜଙ୍ଗଲ କାଟିବା,ବାସଗୃହ ଭାଙ୍ଗିବା,କାଜୁ ଆମ୍ବ,ନଡ଼ିଆ,ଗୁଆ,ସଜନା ଆଦି ଅର୍ଥକାରୀ ଫସଲକୁ ଜେସିବି ଲଗାଇ ବିନା ସହମତିରେ ତାଡିଦେବା ଓ ପ୍ରତିବାଦ କଲେ ମିଥ୍ୟା ମାମଲା ରୁଜୁ କରି ଫସେଇବା ଭଳି ଘୃଣ୍ୟ କାମ ସହ ସେମାନେ ଗରିବ ଦଳିତ ଶ୍ରେଣୀର ଥିବା ସତ୍ତ୍ବେ ସେମାନଙ୍କ ମୌଳିକ,ମାନବିକ ଅଧିକାର କ୍ଷୁର୍ଣ୍ଣ ସମ୍ଵନ୍ଧରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣିରେ ଅଭିଯୋଗ କରିଥିଲେ।ଗତ କାଲି ଘଟଣାର ଅନୁଧ୍ୟାନ କରିବାକୁ ଯାଇଥିବା ତଦନ୍ତ କାରୀ ସରକାରୀ କର୍ମଚାରୀଙ୍କୁ ବେସରକାରୀ ଜେଏସଡବ୍ଲୁ କମ୍ପାନୀ କର୍ମଚାରୀ ଅସ୍ଥାୟୀ ଫାଟକ ଭିତରକୁ ଯିବାକୁ ଦେଇନଥିବା ଉପସ୍ଥିତ ଜନ ସାଧାରଣଙ୍କ ପାଖରୁ ଜାଣିବାକୁ ମିଳିଛି।କିନ୍ତୁ ଯାଇଥିବା ତଦନ୍ତ କାରୀ ସରକାରୀ କର୍ମଚାରୀଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ।ଏ ଘଟଣା ବିଷୟରେ ଜନ ଆନ୍ଦୋଳନ କାରୀ ନେତା ଶ୍ରୀ ଭ୍ରମରବର ଦାସ ସାମାଜିକ ଗଣ ମାଧ୍ୟମରେ ପ୍ରତିକ୍ରିୟା ପ୍ରକାଶ କରିଥିବା ଜଣା ପଡ଼ିଛି।

ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *