February 18, 2026
Home » ସରକାରୀ ଜମି ଜବର ଦଖଲ ଉଛେଦ ପାଇଁ ଜିଲ୍ଲାପାଳଙ୍କୁ ଗ୍ରାମବାସୀ ଙ୍କ ପକ୍ଷରୁ ଦାବିପତ୍ର

ସରକାରୀ ଜମି ଜବର ଦଖଲ ଉଛେଦ ପାଇଁ ଜିଲ୍ଲାପାଳଙ୍କୁ ଗ୍ରାମବାସୀ ଙ୍କ ପକ୍ଷରୁ ଦାବିପତ୍ର

0
WhatsApp Image 2026-02-18 at 3.32.10 PM

ସୁବର୍ଣ୍ଣପୁର: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବାମଣ୍ଡା ପଂଚାୟତ ନାଏକପଡା ଗ୍ରାମରେ ଗୋଚର, ଅନାବାଦୀ, ପତିତ, ଜଳାଶୟ, ବଗାୟତ, ଶ୍ମଶାନ, ଗ୍ରାମ୍ୟ ଜଙ୍ଗଲ ଇତ୍ୟାଦି ମୋଟ 97.47 ଏକର ଜମି ଥିବାବେଳେ ଗ୍ରାମର କିଛି ପ୍ରଭାବଶାଳି ବ୍ୟକ୍ତି ଜବରଦଖଲ କରି ଚାଷ କରୁଛନ୍ତି l ଏହାକୁ ପ୍ରତିବାଦ କରି ଗ୍ରାମର ପୂର୍ବତନ ଗ୍ରାମ୍ୟ କମିଟି ସଦସ୍ୟ ଭାଗବତ ପ୍ରଧାନଙ୍କ ନେତୃତ୍ୱରେ ପ୍ରଥମେ ଜିଲ୍ଲାପାଳ, ତାପରେ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କଲାପରେ ମଧ୍ୟ କେବଳ ଆର ଆଇ ଙ୍କ ତଦନ୍ତ ରିପୋର୍ଟ ପ୍ରକାରେ ତହସିଲଦାର ଲେଖିକି ନିରବଦ୍ରଷ୍ଟା ସାଜିବାରୁ ଗତକାଲି ଜିଲ୍ଲାପାଳଙ୍କୁ ଏକ ଚାରିଜଣିଆ ପ୍ରତିନିଧି ଏକ ଚରମ ପତ୍ର ପ୍ରଦାନ କରି ସାତ ଦିନ ଭିତରେ ଜବର ଦଖଲ ଉଛେଦ ନ କଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନଶନ କରିବା ପାଇଁ ଚେତାବନୀ ଦେଇଛନ୍ତି l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *