December 3, 2025
Home » ସରକାରୀ ସୁବିଧାରୁ ବଞ୍ଚିତ ବଡଗୁଡା ଗ୍ରାମବାସୀ

ସରକାରୀ ସୁବିଧାରୁ ବଞ୍ଚିତ ବଡଗୁଡା ଗ୍ରାମବାସୀ

0
WhatsApp Image 2025-07-17 at 5.39.31 PM

ରାମନାଗୁଡା: ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକର ଗୋଗୁପାଡୁ ପଞ୍ଚାୟତ ର ସୁଲୁଡି ଗ୍ରାମର ଖ୍ରୀଷ୍ଟୀୟାନ ଚର୍ଚ୍ଛ ଛକ ଠାରୁ 3କି୍ମି ଏକ ମାଟି ରାସ୍ତା ଦେଇ ଗଲାପରେ ବଡଗୁଡା ଗ୍ରାମ ଅଛି।

ଏହି ଗ୍ରାମଟି ଆନ୍ଧ୍ର ସିମାକୁ ଲାଗିଛି। ତେବେ ବର୍ଷାଦିନରେ ମାଟି ରାସ୍ତାଟି ବିଭିନ୍ନ ସ୍ଥାନରେ ବଡ଼ ବଡ ଗାତ ହୋଇ ପାଣି ଯିବା ଦ୍ବାରା ଯିବା ଆସିବାରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବଡଗୁଡା ଗ୍ରାମବାସୀ। ତେବେ ସେହି ଗ୍ରାମର ଜନସଂଖ୍ୟା 114 ଜଣ ଏବଂ ଘର ସଂଖ୍ୟା 25 ଥିବାବେଳେ ସ୍ୱାସ୍ଥ୍ୟ,ଜଳ ଓ ରାସ୍ତା ସବୁଥିରୁ ଆଜି ପର୍ଯ୍ୟନ୍ତ ଏହି ସବୁ ମୋଳିକ ସୁବିଧାରୁ ବଂଚିତ ଅଛନ୍ତି ବଡଗୁଡା ଗ୍ରାମବାସୀ।

ସେମାନେ ସରପଞ୍ଚ, ସମିତି ସଭ୍ୟ,ବିଡ଼ିଓ, ତହସିଲଦାର ଙ୍କୁ ବାରମ୍ବାର ଅଭିଯୋଗ କରିବାପରେ ମଧ୍ୟ କୋୖଣସି ସୁଫଳ ମିଳିନଥିବା ଗ୍ରାମବାସୀ କହିଛନ୍ତି। ତେବେ ବର୍ଷାଦିନରେ ସେମାନଙ୍କୁ କିପରି ଏହି ସବୁ ମୋଳିକ ସୁବିଧା ମିଳିପାରିବ ଏବଂ ସେହି ଗ୍ରାମର ଲୋକମାନେ ସରକାରଙ୍କ ସମସ୍ତ ସୁବିଧା ପାଇପାରିବେ ତାହା ଦେଖିବାକୁ ବାକି ରହିଲା।

ତାଙ୍କର ଗ୍ରାମର ଲୋକମାନେ ମୁଖ୍ୟମନ୍ତ୍ରୀଙ୍କୁ ନିଜର ଗ୍ରାମର ସମସ୍ୟା ଯଥା ଶିଘ୍ର ଦୁର କରିବା ପାଇଁ ଅଭିଯୋଗ ପତ୍ର ଦାଖଲ କରିଛନ୍ତି।

ramanaguda ru narasingh parichhanka report

Leave a Reply

Your email address will not be published. Required fields are marked *