ସରକାର ଙ୍କ ଯୋଜନା ଏକ ପ୍ରହସନ
କାମ କଲେ ପୁଲିସ ଧରିନେଉଛେ,ପାଠପଢାବାର କେ ଆଧାର କାର୍ଡ ,ଜନମ କାର୍ଡ ଲାଗୁଛେ।ଭିଖ ନି ମାଗଲେ କେନତା ଚଲମୁଁ। ସରକାର ଙ୍କ ବହୁ ଯୋଜନା ରହିଛି। ଶିଶୁ ରୁ ୧୮ ବର୍ଷ ପର୍ଯ୍ୟନ୍ତ ମାଗଣାରେ ଶିକ୍ଷା ଦାନ ରହିଛି। ଦେଶ ରେ କେହି ଅପାଠୁଆ ରହିବେ ନାହିଁ। ଦେଶରେ କାହାରିକୁ ଅନାହାରରେ ମରିବା ପାଇଁ ଦିଆଯିବ ନାହିଁ।୧୦୦ ଦିନ ର ନିଶ୍ଚିତ କର୍ମନିଯୁକ୍ତି ଯୋଜନା କାର୍ଯ୍ୟକାରୀ ହେଉଛି। ଏଥିପାଇଁ ଅଧିକାରୀ କର୍ମଚାରୀ ଲକ୍ଷ ଲକ୍ଷ ଟଙ୍କା ଦରମା ନେଇ କାମ କରୁଛନ୍ତି। ମାତ୍ର ସରକାର ଙ୍କ ଏହିପରି ଯୋଜନା ଯୋଜନା ରେ ରହୁଛି। କାହାରି ନଜର କୁ ଆସୁନାହିଁ। ପ୍ରାୟ ୧ ବର୍ଷ କୁଚିଣ୍ଡା ସହର ରେ ଜଣେ ନାବାଳିକା ଭିଖ ମାଗୁଛି।
ବିଭିନ୍ନ କାମ ରେ ସହରକୁ ଆସିଥିବା ମହିଳା କଲେଜ ଛାତ୍ରୀ ଙ୍କୁ ଜୋରଜବରଦସ୍ତ ଭିକ ପାଇଁ ଅଳି କରୁଛି।ଭିକ ମାଗୁଥିବା ଏହି ଶିଶୁ କୁ ଦେଖି ବାଟ ମୋଡୁଛନ୍ତି।ଏହି ବିଷୟରେ ଉକ୍ତ ଶିଶୁ କୁ ପଚାରିଲେ କହୁଛି।ଅଜ୍ଞା କଣ କରିଵୁ।ଵାପା ନାହିଁ। କେଉଁଠାରେ କାମ କଲେ ପୋଲିସ ଧରି ନେଉଛି।ପାଠପଢିବା ପାଇଁ ବିଦ୍ୟାଳୟ ଗଲେ ଆଧାର କାର୍ଡ ଜନମ କାର୍ଡ ମାଗୁଛନ୍ତି।ଆମ ପାଖରେ ନାହିଁ। ମୁଁ ଓ ମୋ ଭାଇ ଜମନକିରା ଠାରେ ମାଁ ପାଖରେ ରହୁଛୁ।ଭିଖ ମାଗିବା ଇଛା ନାହିଁ।ପେଟ ଲାଗି ମାଗୁଛୁଁ।ପାଠ ପଢାଲେ ପଢବି। ମୋ ଭାଇ ଟେମ୍ପୁ ହୋଟେଲ ରେ କାମ କରୁଥିଲା ତାକୁ ପୋଲିସ ଧରିନେଇଥିଲେ।ଏପରି ଅନେକ କଥା କହୁଥିବା ଦେଖିବାକୁ ମିଳୁଛି। ତାହା ହେଲେ କଣ ସତରେ କୁଚିଣ୍ଡା ଅଞ୍ଚଳ ରେ ସରକାରୀ ଯୋଜନା ଏକ ପ୍ରହସନ। ସମସ୍ତ ଙ୍କୁ ଶିକ୍ଷା ଦାନ,୧୦୦ ଦିନ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଏକ ପ୍ରହସନ। ଅନାଥା ଶ୍ରମ,କନ୍ୟାଶ୍ରମ କାହାପାଇଁ।ଗରିବ ଘରେ ଜନ୍ମ ନେଇ ଥିବା ନାବାଳିକା ର ଭୁଲ ରହିଲା କେଉଁଠି? ନାବାଳିକା ର ବୟଷ ୭ରୁ ୮ ବର୍ଷ ।ଏପରି ଅଳ୍ପ ବୟଷରେ ଭିକ ମାଗୁଥିବା ଝିଅ ଟି କେତେବେଳେ କେଉଁ କାମୁକ ଲୋକ ର ଶିକାର ରେ ଆସି ବରବାଦ ହେବା ପୂର୍ବ ରୁ ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବା ପାଇଁ ଦାବି ହେଉଛି।
କୁଚିଣ୍ଡା ଇପିଏ ରୁ ଗଗନ ଶର୍ମା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )