July 28, 2025
Home » ସରକାର ଶୁଣୁନାହାନ୍ତି ସ୍ୱାସ୍ଥ୍ୟ କର୍ମୀ ଙ୍କ ଦାବି : ମନମୁଣ୍ଡା ରେ ସ୍ୱାସ୍ଥ୍ୟ କର୍ମୀ ଙ୍କ ଧାରଣା ଜାରି

ସରକାର ଶୁଣୁନାହାନ୍ତି ସ୍ୱାସ୍ଥ୍ୟ କର୍ମୀ ଙ୍କ ଦାବି : ମନମୁଣ୍ଡା ରେ ସ୍ୱାସ୍ଥ୍ୟ କର୍ମୀ ଙ୍କ ଧାରଣା ଜାରି

0
WhatsApp Image 2024-09-27 at 12.57.26 PM

 

ବୌଦ୍ଧ:  ବୌଦ୍ଧ ଜିଲ୍ଲା ମନମୁଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ର ରେ ସ୍ୱାସ୍ଥ୍ୟକର୍ମୀମାନେ ଗତ ୨ଦିନ ହେଲା ଧାରଣା ରେ ବସିଛନ୍ତି l ମନମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ କାର୍ଯ୍ୟରତ ସ୍ୱାସ୍ଥ୍ୟ କର୍ମୀ ମାନେ 10 ଦଫା ଦାବି ନେଇ ଧାରଣା ଦେଇଛନ୍ତି I ସେ ଗୁଡିକ ହେଲା ପୂର୍ବରୁ ନିଯୁକ୍ତି ପାଇଥିବା ନର୍ସିଂ ଅଫିସର ମାନଙ୍କର 6 ବର୍ଷ ର ଚୁକ୍ତିଭିତ୍ତିକ କାର୍ଯ୍ୟକାଳ ସମୟ ସୀମାକୁ ମିଶାଇ ପଦୋନ୍ନତି ଦେବା ସହ ସରକାରୀ ଆର୍ଥିକ ସହାୟତା 16 ବର୍ଷରୁ ଉର୍ଦ୍ଧ୍ୱ କାମ କରୁଥିବା ନର୍ସ ମାନଙ୍କୁ ଦୁଇଟି ପଦୋନ୍ନତି ଭଳି 10 ଗୋଟି ଦାବି ତଥା ୧୨/୧୧/୨୦୧୩ ପୂର୍ବରୁ ନିଯୁକ୍ତି ପାଇଥିବା ନର୍ସିଂ ଅଫିସର ମାନେ ଏହି ଧାରଣା ଦେଇଛନ୍ତି। ସ୍ଥାନୀୟ ନର୍ସିଂ ଅଫିସର ମାନେ ରୋଗୀ ଙ୍କୁ ସେବା ଯୋଗେଇ ଦେବା କୁ ନିଷ୍ପତ୍ତି ନେଇଛନ୍ତି।

ବର୍ଷା ସମୟରେ ବହୁ ସଂଖ୍ୟା ରେ ରୋଗୀଙ୍କ ଭିଡ ଜମୁଥିବା ବେଳେ କର୍ମଚାରୀ ମାନଙ୍କ ନ୍ୟାର୍ଯ୍ୟ ଦାବୀ ଗୁଡ଼ିକ ମଧ୍ୟ ଯଥାର୍ଥତା ରହିଥିବା କହିଛନ୍ତି ଅଞ୍ଚଳ ବାସୀ । ତେଣୁ ସରକାର ସେମାନଙ୍କ ଦାବୀ ଗୁଡ଼ିକ ଯଥା ଶୀଘ୍ର ପୂରଣ କରି କର୍ମଚାରୀଙ୍କୁ କର୍ମ କ୍ଷେତ୍ର କୁ ଫେରେଇ ଆଣିବାକୁ ମତ ପ୍ରକାଶ କରିଛନ୍ତି।ଧାରଣା ଦେଇଥିବା କର୍ମଚାରୀଙ୍କ ମଧ୍ୟରେ ସୌମ୍ୟ ରଞ୍ଜନ ଦାସ,ବାସନ୍ତୀ ସାହୁ, ରଞ୍ଜିତା ଜଗଦଲାଙ୍କ ସମେତ ବହୁ କର୍ମଚାରୀ ଧାରଣାରେ ବସିଛନ୍ତି l

ରିପୋର୍ଟ – ଉଗ୍ରସେନ କର୍ମୀ, ବୌଦ୍ଧ

Leave a Reply

Your email address will not be published. Required fields are marked *