ସର୍ବଭାରତୀୟ ଇଏସଆଇ ନର୍ସିଂ ଅଫିସର ପରୀକ୍ଷାରେ ଦ୍ଵିତୀୟ ସ୍ଥାନ ରେ ଆଶୀର୍ବାଦ
ରାମନାଗୁଡା: ଭାରତୀୟ ଲୋକସେବା ଆୟୋଗ ଦ୍ଵାରା ପରିଚାଳିତ ସର୍ବ ଭାରତୀୟ ସ୍ତରରେ ଚମକିଲେ ଆଶୀର୍ବାଦ। ଇ ଏସ ଆଇ ନର୍ସିଂ ଅଫିସର ପରୀକ୍ଷା ରେ ସର୍ବ ଭାରତୀୟ ସ୍ତରରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକ ଗୁମୁଡାର ଆଶୀର୍ବାଦ ଚୌଧୁରୀ।ଭାରତୀୟ ଲୋକସେବା ଆୟୋଗ ଦ୍ଵାରା ପରିଚାଳିତ ଏହି ନର୍ସିଂ ଅଫିସର ପରୀକ୍ଷା ରେ ମୋଟ ୧୯୩୦ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ଆଶୀର୍ବାଦ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି।ଏହା ପୂର୍ବରୁ ଆଶୀର୍ବାଦ ଏମ୍ସ ନର୍ସିଂ ଅଫିସର ପରୀକ୍ଷା ରେ ସର୍ବ ଭାରତୀୟ ସ୍ତରରେ ସପ୍ଟମ ସ୍ଥାନ ହାସଲ କରିଥିଲେ।ବର୍ତ୍ତମାନ ସେ ଏମ୍ସ ଭୁବନେଶ୍ୱର ରେ ନର୍ସିଂ ଅଫିସର ଭାବେ କାର୍ଯ୍ୟରତ ଅଛନ୍ତି। ଆଶୀର୍ବାଦ ଙ୍କ ପିତା ପ୍ରଫୁଲ୍ଲ ଚୌଧୁରୀ ପଦ୍ମପୁର ବ୍ଲକ ରେ ଶିକ୍ଷକତା କରୁଥିବା ବେଳେ ମା ଜଣେ ଗୃହିଣୀ।ଆଶୀର୍ବାଦ ଏହି ସଫଳତା ର ଶ୍ରେୟ ନିଜ ପିତା ମାତା ,ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଦେଇଛନ୍ତି। ଆଶୀର୍ବାଦ ଙ୍କ ଏହି ସଫଳତା ରେ ଗାୟତ୍ରୀ ଫାର୍ମାସୀ କଲେଜ୍ ପ୍ରିନ୍ସିପାଲ ଡ କାହ୍ନୁ ଚରଣ ପାଣିଗ୍ରାହୀ,ଭାମିନି ସରପଞ୍ଚ ରିତୁପ୍ରଭା ଗମାଙ୍ଗ ,ଶିକ୍ଷାବିତ୍ ପ୍ରପନ୍ ତ୍ରିପାଠୀ,ସାଂସଦ ପ୍ରତିନିଧି ଜି ପ୍ରସାଦ ,ଅକ୍ଷୟ କୁମାର ପଣ୍ଡା ପ୍ରମୁଖ ଶୁଭେଛା ଜଣାଇଛନ୍ତି।
ramanaguda ru narasingh paichha nak report
