November 13, 2025
Home » ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲା: ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲା: ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

0
WhatsApp Image 2025-09-13 at 8.45.33 PM

ରାଉରକେଲାର ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ମାମଲାରେ ପୁଲିସ ନିଷ୍କ୍ରିୟତା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ମାମଲାରେ ରାଜ୍ୟ ଗୃହ ସଚିବ ଓ ପୁଲିସ ଡିଜିଙ୍କୁ ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଜଷ୍ଟିସ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ସୁସ୍ମିତାଙ୍କ ଭାଇ ସଂଦୀପ ମିଞ୍ଜ ଦାୟର କରିଥିବା ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
ଅକ୍ଟୋବର ୨୨କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ସୁସ୍ମିତାଙ୍କ ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ବା ଅନ୍ୟ ସ୍ବାଧୀନ ଏଜେନ୍ସି ମାଧ୍ୟମରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଦର୍ଶାଇ ହାଇକୋର୍ଟରେ ଏହି ମାମଲା ରୁଜୁ ହୋଇଛି। ଆବେଦନରେ ଉଲ୍ଲେଖ କରାଯାଇଛି ଯେ ପୀଡ଼ିତ ପରିବାର ଦେଇଥିବା ଏତଲା ପୁଲିସ ପଞ୍ଜୀକରଣ କରୁ ନାହିଁ। ଏଥି ସହିତ ଘଟଣାର ମଧ୍ୟ ଉପଯୁକ୍ତ ତଦନ୍ତ ପୁଲିସ କରୁ ନାହିଁ। ସୁସ୍ମିତାଙ୍କୁ ହତ୍ୟା କରାଯବା ଘଟଣାକୁ ଇତି ମଧ୍ୟରେ ଦୁଇ ବର୍ଷ ସମୟ ବିତି ଯାଇଛି। ଏଭଳି ସ୍ଥିତିରେ ଘଟଣାର ସ୍ବଚ୍ଛ ଓ ନିରପେକ୍ଷ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ବା ଅନ୍ୟ ସ୍ବାଧୀନ ଏଜେନ୍ସିକୁ ଦାୟିତ୍ବ ଦିଆଯାଉ ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଛି। ଆବେଦନକାରୀ ତାଙ୍କ ଭଉଣୀଙ୍କ ମୃତ୍ୟୁ ଘଟଣାକୁ ନେଇ ଦାଖଲ କରିଥିବା ଲିଖିତ ଅଭିଯୋଗକୁ ପୁଲିସ ଏତଲା ଭାବେ ପଞ୍ଜୀକରଣ ନ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି। ପୀଡ଼ିତ ପରିବାରର ଅଭିଯୋଗର ତଦନ୍ତ କରାଯାଉ ନାହିଁ। ଫଳରେ ସୁସ୍ମିତାଙ୍କ ହତ୍ୟା ପଛରେ କିଏ ରହିଛନ୍ତି ତାହା ପ୍ରକାଶ ପାଇ ପାରୁ ନାହିଁ। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଶିବଶଙ୍କର ମହାନ୍ତି ମାମଲା ପରିଚାଳନା କରୁଛନ୍ତି।

ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *