December 28, 2025
Home » ସାଇବର ସୁରକ୍ଷା ଅଭିଯାନ ୨୦୨୫ ଅନୁଷ୍ଠିତ 

ସାଇବର ସୁରକ୍ଷା ଅଭିଯାନ ୨୦୨୫ ଅନୁଷ୍ଠିତ 

0
unnamed
ନୟାଗଡ଼: ନୟାଗଡ଼ ଜିଲ୍ଲାରେ ଜିଲ୍ଲାସ୍ତରୀୟ ସାଇବର ସୁରକ୍ଷା ଅଭିଯାନ-୨୦୨୫ ଅନୁଷ୍ଠିତ ହୋଇଯାଇଛି । ଆରକ୍ଷୀ ଅଧିକ୍ଷକ ଏସ.ସୁଶ୍ରୀଙ୍କ ଅଧ୍ୟକ୍ଷତାରେ ଜଗନ୍ନାଥ ମନ୍ଦିର ନିକଟସ୍ଥ ପ୍ରାଙ୍ଗଣରେ ଏହି ସଚେତନତା ବୈଠକରେ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ଅଧ୍ଯକ୍ଷା ନୟାଗଡ଼ ପୌର ପରିଷଦ ନିରୁପମା ଖଟେଇ, ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର,ଆଇ.ସି.ଆଇ.ସି.ଆଇ ବ୍ୟାଙ୍କର ଷ୍ଟେଟ୍ କୋର୍ଡିନେଟର ସୁଶାନ୍ତ ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସୁଶାନ୍ତ କୁମାର ଦାସ ଏଥିରେ ଯୋଗଦେଇଥିଲେ । ପ୍ରଥମେ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ଜ୍ଵଳନ କରାଯାଇ ସଭାକାର୍ଯ୍ୟର ଉଦଘାଟନ କରାଯାଇଥିଲା ।ଏହାପରେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ପ୍ରଦାନ କରାଯାଇ ସ୍ବାଗତ କରାଯାଇଥିଲା ।ସଭାକାର୍ଯ୍ୟର ପ୍ରାରମ୍ଭରେ ଅତିଥିମାନଙ୍କ ପରିଚୟ ପ୍ରଦାନ ଓ ସ୍ବାଗତ ଭାଷଣ ରଖିଥିଲେ ଉପ ଆରକ୍ଷୀ ଅଧକ୍ଷକ (ହେଡକ୍ୱାର୍ଟର) ସୁକାନ୍ତ ପାତ୍ର । ପ୍ରାରମ୍ଭରେ ଜିଲ୍ଲାପାଳ ତାଙ୍କର ଉଦ‌ବୋଧନ ପ୍ରଦାନ ପୂର୍ବକ କହିଲେ ଯେ, ଇଣ୍ଟରନେଟ୍ ଆମକୁ ଦୈନନ୍ଦିନ ଜୀବନରେ ସାହାଯ୍ୟ କରେ । ସେହିପରି ଇଣ୍ଟରନେଟ ଜରିଆରେ ଆମ ବ୍ୟାଙ୍କ ଖାତାରୁ ଟଙ୍କା ନେଇ କିଏ ପଳାଇପାରେ, ଆମ ସମସ୍ତଙ୍କୁ ଅଜଣା କ୍ଲିକ୍ ନ କରିବାକୁ ପରାମର୍ଶ ଦେଇଥିଲେ । ଟେକନୋଲୋଜିର ଏ ଓ୍ବାନ ଫେକ୍ କାର୍ଯ୍ୟ କରି ଲୋକମାନଙ୍କୁ ଠକେଇ କରାଯାଉଛି । ଏହା ପରେ ସ୍ବାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା ।ସାଇବର ସୁରକ୍ଷା କାର୍ଯ୍ୟକ୍ରମ ୧୮ ଅକ୍ଟୋବରରୁ ଆରମ୍ଭ ହୋଇ ୧୭ ନଭେମ୍ବର ପର୍ଯ୍ୟନ୍ତ ଚାଲୁ ରହିବ । ଜିଲ୍ଲାକୁ ସାଇବର ଅପରାଧ ପ୍ରବଣତାରୁ ମୁକ୍ତ କରିବାକୁ ସଂକଳ୍ପ ବଦ୍ଧ ଥିବା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ତାଙ୍କ ବକ୍ତବ୍ୟରେ କହିଥିଲେ । ଏହି ଅଭିଯାନର ଉଦ୍ଦେଶ୍ୟ ହେଲା ଜନଳୀବନକୁ ସୁରକ୍ଷିତ ରଖିବା ।ଟେକନୋଲୋଳି ଆମର ଜୀବନକୁ ସହଜ କରିଦେଇଛି । କିନ୍ତୁ ଅପରାଧୀମାନଙ୍କ ପାଇଁ ନୂତନ ଦ୍ବାର ମଧ୍ୟ ଖୋଲିଦେଇଛି । ଏବେ ଅପରାଧୀମାନଙ୍କ ଅସ୍ତ୍ର ହେଲା କମ୍ପୁଟର, ମୋବାଇଲ ଓ ଇଣ୍ଟରନେଟ ।ଆମର ସନ୍ଦେଶ ହେଲା କୌଣସି ଲିଙ୍କ୍ କ୍ଲିକ୍ କରିବା ପୂର୍ବରୁ ଏହାକୁ ଭଲଭାବରେ ଯାଞ୍ଚ କରନ୍ତୁ । ବ୍ୟାଙ୍କମାନେ କାହାକୁ ଓଟିପି ମାଗନ୍ତି ନାହିଁ । ସେହିପରି ମୁଖ୍ୟ ଉନ୍ନୟନ ଅଧିକାରୀ ତାଙ୍କ ଜୀବନରେ ଘଟିଥିବା ଅନୁଭୂତିକୁ ପ୍ରକାଶ କରିଥିଲେ ଏବଂ ସଚେତନ ରହିବାକୁ ଅନୁରୋଧ କରିଥିଲେ । ଉପଜିଲ୍ଲାପାଳ ସମସ୍ତଙ୍କୁ ସୁରକ୍ଷିତ ରହିବାକୁ ଉପଦେଶ ଦେବା ସଙ୍ଗେ ପୋଲିସ ବାହିନୀଙ୍କ ସହଯୋଗ ନେବାକୁ କହିଥିଲେ । ଏହାପରେ ଏସ.ଡି.ପି.ଓ. ଜ୍ୟୋତିରଂଜନ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *