July 27, 2025
Home » ସାମାଜିକ ସମୀକ୍ଷା ଓ ଉତ୍ତରଦାୟୀତ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ

ସାମାଜିକ ସମୀକ୍ଷା ଓ ଉତ୍ତରଦାୟୀତ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ

0
WhatsApp Image 2025-05-29 at 2.03.55 PM

ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଖଲିଆପାଲି ପଂଚାୟତ ରେ ଆଜି ପ୍ରଥମ ପର୍ଯ୍ୟାୟ ରେ ଓଡିଶା ରାଜ୍ୟ ସାମାଜିକ ସମୀକ୍ଷା, ଉତ୍ତରଦାୟୀତ୍ୱ ଓ ସ୍ୱଛତା ସମିତି ତଥା ଜ଼ିଲ୍ଲା ପରିଷଦ ସୁବର୍ଣ୍ଣପୁର ତରଫରୁ ଆରମ୍ଭ ହୋଇଛି l ଏହି କ୍ରମ ରେ ଆଜି ଜିଲ୍ଲା ସାମାଜିକ ସମୀକ୍ଷକ ହୃଷିକେଶ ମହାକୁର ବିଗତ ଏକ ବର୍ଷ ମଧ୍ୟରେ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିବା ରାସନ ସାମଗ୍ରୀ ର ରେଜିଷ୍ଟର, ବଣ୍ଟନ ଖାତା,କେଶ ବହି, ବିଲ ଭାଉଚର ଯାଞ୍ଚ କରାଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ବ୍ଲକ ସାମାଜିକ ସମୀକ୍ଷକ ସୁଦାମ ଗାଈଗରିଆ, ଯୋଗାଣ ସହାୟକ ଖଲିଆପାଲି ଭରତ ନାୟକ, କାର୍ଯ୍ୟନିର୍ବାହୀ ଅଧିକାରୀ ଅଞ୍ଜଳି ପାଣିଗ୍ରାହୀ,ଗ୍ରାମ ରୋଜଗାର ସେବକ ସୁରଜ ଭୋଇ, ଭି ଆର ପି ଉପାସୀ ଦୀପ, ମାଣିକ୍ୟ କୁମ୍ଭାର, ଜୟନ୍ତୀ ବାଘ ଉପସ୍ଥିତ ଥିଲେ l

ରିପୋର୍ଟ — ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *