July 26, 2025
Home » ସାମାଜିକ ସମୀକ୍ଷା ଗ୍ରାମ ସଭା ବୈଠକ ଅନୁଷ୍ଠିତ

ସାମାଜିକ ସମୀକ୍ଷା ଗ୍ରାମ ସଭା ବୈଠକ ଅନୁଷ୍ଠିତ

0
WhatsApp Image 2025-07-24 at 5.19.33 PM

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ବିଶିମୁଣ୍ଡା, ଖରଝୁରା, ମଲ୍ଲିକମୁଣ୍ଡା ପଂଚାୟତ ରେ ଆଜି ଚତୁର୍ଥ ପର୍ଯ୍ୟାୟ ରେ ଓଡିଶା ରାଜ୍ୟ ସାମାଜିକ ସମୀକ୍ଷା, ଉତ୍ତରଦାୟୀତ୍ୱ ଓ ସ୍ୱଛତା ସମିତି ତଥା ଜ଼ିଲ୍ଲା ପରିଷଦ ସୁବର୍ଣ୍ଣପୁର ତରଫରୁ ସାମାଜିକ ସମୀକ୍ଷା ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି l ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଏବଂ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ହୋଇଥିବା ପ୍ରକଳ୍ପ ଗୁଡିକର ନଥିପତ୍ର ଯାଞ୍ଚ ସହ ଖର୍ଚ୍ଚ ହୋଇଥିବା ଅନୁଦାନ, ସୃଷ୍ଟି ହୋଇଥିବା ଶ୍ରମ ଦିବସ ବିଷୟରେ ଆଲୋଚନା କରାଯାଇଥିଲା l କାର୍ଯ୍ୟକ୍ରମ କୁ ବ୍ଲକ ସାମାଜିକ ସମୀକ୍ଷକ ସୁଦାମ ଗାଈଗରିଆ, ମଲ୍ଲିକମୁଣ୍ଡା ସରପଞ୍ଚ , କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲ୍ଲୀପ ପାଣ୍ଡିଆ,ଏ ଡି ଇ ଓ ଅମିତ କୁମାର ପଧାନ, ଭି ଆର ପି, ରଂଜିତା ବଗର୍ତ୍ତି, ଭାରତୀ ମେହେର, ସସ୍ମିତା ବାରିକ, ଉପାସି ଦୀପ, ମାଣିକ କୁମ୍ଭାର, ଜୟନ୍ତୀ ବାଘ ସଂଯୁକ୍ତା କୁମ୍ଭାର, ରଜନୀ ମେହେର, ରଜନୀ ମହାକୁର ଉପସ୍ଥିତ ଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *