March 12, 2025
Home » ସାରସମାଲ ମଣ୍ଡିରୁ ଧାନ ଉଠୁ ନ ଥିବାରୁ ତାର ପ୍ରତିବାଦରେ ଚାଷୀ ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଲା

ସାରସମାଲ ମଣ୍ଡିରୁ ଧାନ ଉଠୁ ନ ଥିବାରୁ ତାର ପ୍ରତିବାଦରେ ଚାଷୀ ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଲା

0

ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ମାୟାବର୍ହା ପଞ୍ଚାୟତ ସାରସମାଲ ଗ୍ରାମରେ ମଣ୍ଡି ସମସ୍ୟା କୁ ନେଇ ଚାଲିଥିବା ରାସ୍ତା ଅବରୋଧ ର ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଛି l ଗତକାଲି ଉପ ଜିଲ୍ଲାପାଳ ଡ. ସୌମ୍ୟlରୂପା ରଥ ପହଞ୍ଚି ଆଲୋଚନା କରିଥିଲେ l କିନ୍ତୁ ଚାଷୀ ମାନେ ତାଙ୍କର ହକ ଦାବୀ ବିନା କଟନି ଛଟନି ରେ ମିଲରର୍ସ ଧାନ ମଣ୍ଡି ନେବାକୁ ଦାବୀ କରିଥିଲେ l ପରେ ସନ୍ଧ୍ୟlରେ ଅତିରିକ୍ତ ଜିଲ୍ଳାପାଳ ପହଞ୍ଚି ଆଲୋଚନା କରିଥିଲେ ମଧ୍ୟ ସମାଧାନ ହୋଇପାରି ନ ଥିଲା l ଫଳରେ ଚାଷୀ ରାତ୍ରୀରେ ରାସ୍ତା ଅବରୋଧ କରି ରହିଥିଲେ l ଗତକାଲି ଦ୍ଵିତୀୟ ଦିନରେ ଦିନ ୧୨ ଟା ରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜିଲିନl ପ୍ରଧାନ ବିଭିନ୍ନ ଅଧିକାରୀ ଙ୍କ ସହ ଆସି ଆନ୍ଦୋଳନକାରୀ ଚାଷୀ ମାନଙ୍କ ସହ ଆଲୋଚନା କରି ବିଫଳ ହୋଇ ଫେରିଯାଇଥିଲେ l ତେବେ ଏହାର ସମାଧାନ ର ପନ୍ଥା କିପରି ଭାବରେ ବାହାରିବ ଏବଂ ଚାଷୀ ଧାନ ବିକ୍ରି କରି ପାରିବ ଓ ଡାଳୁଅ ଚାଷ କିପରି କରିବ ସେ ନେଇ ଚିନ୍ତାରେ ଚାଷୀ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *