ସାହାଜବାହାଲରେ “କବି ସୁଜାଣ ମେହେର ସଂସ୍କାରଧର୍ମୀ ସେବା ପରିବାର” ନୂତନ କମିଟି ଗଠିତ
ବରଗଡ/ସୋହେଲା: ବରଗଡ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ସାହାଜବାହାଲ ଯୋଗୀମଠ ପରିସରରେ ଏକ ସାର୍ଥକ ଓ ଉଦ୍ଦେଶ୍ୟମୂଳକ ସଭା ଆୟୋଜିତ ହୋଇ ନୂତନ ସେବାମୂଖୀ କମିଟି ଗଠନ କରାଯାଇଛି। ଯୋଗେଶ୍ବର ମେହେରଙ୍କ ଆବାହନ ଓ ପୂର୍ବତନ ସ୍ଥାନୀୟ ସରପଞ୍ଚ ବିମଳ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସମାଜସେବା ଓ ସଂସ୍କାରମୂଳକ କାର୍ଯ୍ୟକୁ ଆଗେଇ ନେବାକୁ ସଙ୍କଳ୍ପ ଗ୍ରହଣ କରାଯାଇଥିଲା। ଆଶୁକବି ଜଟାଧାରୀ ପଧାନଙ୍କ ସଂଯୋଜନାରେ ସ୍ୱର୍ଗତ କବି ସୁଜାଣ ମେହେରଙ୍କ ପବିତ୍ର ସ୍ମୃତିରେ ସମାଜ ମଙ୍ଗଳ କାମନା ସହିତ ଚିନ୍ତନ ହୋଇଥିଲା।

ଗ୍ରାମୀଣ ଅଞ୍ଚଳରେ ଯାନିଯାତ୍ରା ସମୟରେ ପେୟଜଳ ବ୍ୟବସ୍ଥା, ରକ୍ତଦାନ ଶିବିର ଆୟୋଜନ ଭଳି ସେବାକାର୍ଯ୍ୟରେ ସାହାଜବାହାଲର ଯୋଗେଶ୍ବର ମେହେରଙ୍କ ଭୂମିକାକୁ ସଭାରେ ସ୍ମରଣ କରାଯାଇଥିଲା।ଏହି ଅବସରରେ ସର୍ବସମ୍ମତିକ୍ରମେ “କବି ସୁଜାଣ ମେହେର ସଂସ୍କାରଧର୍ମୀ ସେବା ପରିବାର” ନାମରେ କମିଟି ଗଠନ କରାଯାଇ କାର୍ଯ୍ୟକର୍ତ୍ତାମାନଙ୍କୁ ଦାୟିତ୍ୱ ଦିଆଯାଇଛି l ସଭାପତି ଭାବେ ଯୁଧିଷ୍ଠିର ପଟେଲ,ସହ-ସଭାପତି ଭାବେ ଉମାକାନ୍ତ ମେହେର, ସମ୍ପାଦକ ଭାବେ ଯୋଗେଶ୍ବର ମେହେର, ସହ-ସମ୍ପାଦକ ଭାବେ ସୁଦାମ ମେହେର କୋଷାଧ୍ୟକ୍ଷ ଭାବେ ଭଗବାନ ମେହେର ପ୍ରମୁଖ ଥିବା ବେଳେ କଳାକାହ୍ନୁ ମେହେର, ଜଟାଧାରୀ ପଧାନ, ବିମଳ ସାହୁ, ଜଗନ୍ନାଥ କୁମ୍ଭାର ପ୍ରମୁଖ ଉପଦେଷ୍ଟାମଣ୍ଡଳୀ ରେ ଅଛନ୍ତି l ସଦସ୍ୟ ଭାବେ ଇନ୍ଦ୍ରଜୀତ ନାଏକ, ରମାକାନ୍ତ ପଟେଲ, ନିରଞ୍ଜନ ଦେହେରୀ, ସରୋଜ ନାଏକ, ଅସିତ ପଟେଲ, ଯଶୋବନ୍ତ ପଟେଲ, ଗୋବିନ୍ଦ ବାରିକ, ଜୀବର୍ଦ୍ଧନ ଦୀପ, ଷଢାନନ ପଟେଲ, ଶୁକଦେବ ପଟେଲ, ମନବୋଧ ଶିକା, ସୁରଥ ପଟେଲ, ଉତ୍ତମ ଭୁଏ, ଜଟିଆ ମଠା, ଗୌତମ ପଟେଲ ଆଦି ମନୋନୀତ ହୋଇଛନ୍ତି lସଭାରେ ଆଖପାଖ ଗ୍ରାମ ସହିତ ବରଗଡ ଓ ବିଜେପୁରରୁ ଆସିଥିବା ସେବାଧର୍ମୀ ବ୍ୟକ୍ତିମାନଙ୍କ ଉପସ୍ଥିତି ସଭାକୁ ଅଧିକ ଗରିମାମୟ କରିଥିଲା। ଶେଷରେ ଜଟାଧାରୀ ପଧାନ ଧନ୍ୟବାଦ ଜ୍ଞାପନ କରି ସଭା ଶେଷ କରିଥିଲେ।
