October 16, 2024
Home » ସିଂହଦ୍ଵାର ଠାରେ ଗୋଷାଣୀ ମେଲଣ ଅନୁଷ୍ଠିତ। ମେଲଣ ଦେଖିବା ପାଇଁ ସିଂହଦ୍ଵାରରେ ଶ୍ରଦ୍ଧାଳୁ ମାନଙ୍କର ପ୍ରବଳ ଭିଡ଼।

ସିଂହଦ୍ଵାର ଠାରେ ଗୋଷାଣୀ ମେଲଣ ଅନୁଷ୍ଠିତ। ମେଲଣ ଦେଖିବା ପାଇଁ ସିଂହଦ୍ଵାରରେ ଶ୍ରଦ୍ଧାଳୁ ମାନଙ୍କର ପ୍ରବଳ ଭିଡ଼।

0

ପୁରୀ ତା ୧୪/୧୦/୨୦୨୪ ଆଜି ସହରରେ ପୂଜା ପାଇଥିବା ଦେବୀମାନଙ୍କର ମେଲଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ବିଭିନ୍ନ ପୂଜା ମଣ୍ଡପ ରୁ ଦେବୀ ମାନଙ୍କୁ ଶୋଭାଯାତ୍ରା ରେ ସିଂହଦ୍ଵାର ନିକଟକୁ ଅଣାଯାଇଥିଲା।ଏହାକୁ ଗୋଷାଣୀ ମେଲଣ ବା ଦେବସଭା କୁହାଯାଇଥାଏ। ବାରବାଟୀ,ଜହ୍ନିଖାଇ, ମହତେଶ୍ଵରୀ, ଭୋଗଯାଗା ଶୂନ୍ୟ ଗୋଷାଣୀ, କରତି ସାହିର ହରଚଣ୍ଡୀ ଓ ଅନ୍ୟାନ୍ୟ ଦେବୀ ମୂର୍ତ୍ତି ସବୁ ସିଂହଦ୍ଵାର ମେଲଣ ରେ ପହଞ୍ଚିଥିଲେ।ଦେବୀ ମାନଙ୍କ ସମ୍ମୁଖରେ ଉଜ୍ଜ୍ଵଳ ଆଲୋକ ଲଗାଯାଇ ମେଲଣ ସ୍ଥାନକୁ ସୁସଜ୍ଜିତ କରାଯାଇଥିଲା।ଦେବୀ ମାନଙ୍କ ସହ ନାଗା,ବୁଢ଼ାବୁଢ଼ୀ, ରାବଣ ଓ ସମ୍ପାତି ଚଢେଇକୁ ଦେଖିବା ପାଇଁ ଦୂରଦୂରାନ୍ତରୁ ଆସିଥିବା ଭକ୍ତମାନଙ୍କ ମଧ୍ୟରେ ଉତ୍ସାହ ଉଦ୍ଦୀପନା ଲାଗି ରହିଥିଲା। ଶ୍ରୀମନ୍ଦିରରେ ମହାଦୀପ ଉଠିବା ପରେ ଦେବୀ ମାନଙ୍କୁ ଗୋଟିକ ପରେ ଗୋଟିଏ ଙ୍କୁ ନେଇ ଭଷାଣୀ ସ୍ଥଳକୁ ନିଆଯାଇଥିଲା।ସେଠାରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଦେବୀ ମାନଙ୍କୁ ବିସର୍ଜନ କରାଯାଇଥିଲା।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *