March 24, 2026
Home » ସିକଲ ସେଲ ଆନିମିଆ ନିରାକରଣ ଏବଂ ତମାକୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଉପରେ ଜିଲ୍ଲା ସ୍ତରୀୟ ସମନ୍ୱୟ ବୈଠକ

ସିକଲ ସେଲ ଆନିମିଆ ନିରାକରଣ ଏବଂ ତମାକୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଉପରେ ଜିଲ୍ଲା ସ୍ତରୀୟ ସମନ୍ୱୟ ବୈଠକ

0
WhatsApp Image 2026-03-23 at 6.11.10 PM

 

ବରଗଡ଼,ଜିଲ୍ଲପାଳଙ୍କ ସମ୍ମିଳନୀ କକ୍ଷଠାରେ ଜାତୀୟ ସିକଲ ସେଲ ଅନିମିଆ ନିରାକରଣ କାର୍ଯ୍ୟକ୍ରମ ଏବଂ ଜାତୀୟ ତମାକୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ସମ୍ପର୍କିତ ଜିଲ୍ଲା ସ୍ତରୀୟ ସମନ୍ୱୟ ବୈଠକ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା ।

ବୈଠକରେ ଉଭୟ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟନ୍ୱୟନ ପାଇଁ ସମସ୍ତ ବିଭାଗଙ୍କ ମଧ୍ୟରେ ସମନ୍ୱୟ ଓ ସଂଯୁକ୍ତ ପ୍ରୟାସର ଆବଶ୍ୟକତା ଉପରେ ଜୋର ଦିଆଯାଇଥିଲା। ବିଶେଷକରି ବିଦ୍ୟାଳୟ ଓ କଲେଜ୍ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସିକଲ ସେଲ ଅନିମିଆର ପ୍ରତିରୋଧ, ପୂର୍ବ ଚିହ୍ନଟ ଓ ପରିଚାଳନା ସହିତ ତମାକୁ ବ୍ୟବହାରର କୁପ୍ରଭାବ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।ଶିକ୍ଷାନୁଷ୍ଠାନଗୁଡ଼ିକରେ ସଚେତନତା କାର୍ଯ୍ୟକ୍ରମକୁ ଶକ୍ତିଶାଳୀ କରିବା ସହ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦେଇ ସ୍ୱାସ୍ଥ୍ୟ ଓ ତମାକୁ ନିୟନ୍ତ୍ରଣ ବିଷୟରେ ସୂଚନା ପ୍ରସାରକ ଭାବେ ଗଢ଼ି ତୋଳିବା, ସିଗାରେଟ ଏବଂ ଅନ୍ୟାନ୍ୟ ତମାକୁ ଉତ୍ପାଦ ଆଇନ (COTPA) ର କଠୋର କାର୍ଯ୍ୟନ୍ୱୟନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇ ସାର୍ବଜନିକ ସ୍ଥାନ ଓ ଶିକ୍ଷାନୁଷ୍ଠାନ ପରିସରରେ ତମାକୁ ବ୍ୟବହାର ନିୟନ୍ତ୍ରଣ ପାଇଁ ଅଧିକ ଚାଲିତା କାର୍ଯ୍ୟବାହୀ ଜୋରଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।ବରଗଡ଼ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତମାକୁ ଆସକ୍ତ ବ୍ୟକ୍ତିମାନଙ୍କ ପାଇଁ ଯଥୋଚିତ ପରାମର୍ଶ ସେବା ଯୋଗାଇବା ଓ ତାଙ୍କର ପୁନର୍ବାସ ପାଇଁ ପଦକ୍ଷେପ ନେବା ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା। ଏହାସହିତ ସ୍ଥାନୀୟ ଲୋକ ପ୍ରତିନିଧି , ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ଅନ୍ୟାନ୍ୟ ସଂପୃକ୍ତ କର୍ମଚାରୀଙ୍କ ପାଇଁ ପ୍ରଶିକ୍ଷଣ ଓ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିଷ୍ପତି ନିଆଯାଇଥିଲା।ଏତଦବ୍ୟତୀତ ଗତ ବର୍ଷର ପାଇଁ ସମସ୍ତ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇ ସଚେତନତା, କାର୍ଯ୍ୟନ୍ୱୟନ, ପ୍ରଶିକ୍ଷଣ ଓ ନିରୀକ୍ଷଣ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବାକୁ ଜୋର ଦିଆଯାଇଥିଲା। ଏହାପରେ ଜିଲ୍ଲା ସ୍ତରୀୟ ସମନ୍ୱୟ ସମିତିର ଭୂମିକା ଓ ଦାୟିତ୍ୱ ବିଷୟରେ ଏକ ବିସ୍ତୃତ ଆଲୋଚନା କରାଯାଇଥିଲା ଯାହା ମାଧ୍ୟମରେ ବିଭାଗମାନଙ୍କ ମଧ୍ୟରେ ଭଲ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ସହ ଜିଲ୍ଲାରୁ ସିକଲ ସେଲ ଅନିମିଆ ନିରାକରଣ ଓ ତମାକୁ ବ୍ୟବହାର ନିୟନ୍ତ୍ରଣ ମାଧ୍ୟମରେ ଏକ ସୁସ୍ଥ ସମାଜ ଗଠନ ପାଇଁ ସମୁହିକ ପ୍ରୟାସ କରିବାକୁ ଆହ୍ୱାନ କରିଥିଲେ ।

Leave a Reply

Your email address will not be published. Required fields are marked *