February 21, 2026
Home » ସୀତାବିଞ୍ଜ ଠାରେ ଶ୍ରୀ ପୂର୍ଣ୍ଣବ୍ରହ୍ମ ମହାବୈଷ୍ଣବ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ

ସୀତାବିଞ୍ଜ ଠାରେ ଶ୍ରୀ ପୂର୍ଣ୍ଣବ୍ରହ୍ମ ମହାବୈଷ୍ଣବ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ

0
WhatsApp Image 2025-10-30 at 8.18.15 PM

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ମନୋହରପୁର ପଞ୍ଚାୟତ ଅନ୍ତର୍ଗତ ଐତିହାସିକ ପର୍ଯ୍ୟଟନସ୍ଥଳୀ ତଥା ଧାର୍ମିକସ୍ଥାନ ସୀତାବିଞ୍ଜ ଠାରେ ଗତ ୨୭ ତାରିଖଠାରୁ ଚାଲିଛି ବିଶ୍ଵଶାନ୍ତି ମହାଯଜ୍ଞ।ଦୀର୍ଘ ପାଞ୍ଚ ଦିନଧରି ଚାଲିବ ଏହି କାର୍ଯ୍ୟକ୍ରମ। ବିଶ୍ବଭାତୃତ୍ବ ଦିବ୍ୟାତ୍ମା ପରିଷଦ, ସିଦ୍ଧମଠ,କ୍ଷିତିଜ୍ୟୋତି ଆଶ୍ରମ, ଓ ସୀତାବିଞ୍ଝ ପରିଚାଳନା କମିଟି କେନ୍ଦୁଝର ଆନୁକୂଲ୍ୟରେ ଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଭଜନ, କୀର୍ତ୍ତନ, ପ୍ରବଚନ ସହିତ ହୋମଯଜ୍ଞ ,ପ୍ରସାଦ ସେବନ ସହିତ ଠାକୁରଙ୍କ ଅମୃତବାଣୀ ଦିବାରାତ୍ର ଚାଲିଛି। ଆଜି ଦିନବେଳା ପଞ୍ଚକର୍ମ ,ସୂର୍ଯ୍ୟପୂଜା ,ଗୋ ପୂଜା, ସର୍ବ ଦେବାଦେବୀ ପୂଜା, ପଞ୍ଚ ଦେବତାଙ୍କ ଆଦୃତ, ସମ୍ପୂର୍ଣ୍ଣ ଗୀତାପାଠ,ସାକଲ୍ୟ,ଘୃତ,ଆହୁତି ହୋଇଥିଲା। ସନ୍ଧ୍ୟାରେ କେଶବଚନ୍ଦ୍ର ଠାକୁରଙ୍କ ଦିବ୍ୟ ଆଳତି, ପୁଷ୍ପାଞ୍ଜଳି, ତର୍ପଣ, ଆଦିକର୍ମ କାର୍ଯ୍ୟ ହୋଇଥିଲା। ପୁରୀ ଜଗନ୍ନାଥ ମନ୍ଦିରର ପୂଜକ ବିଶ୍ଵମ୍ବର ଦାସ, କମଳପ୍ରସାଦ ଦାସ ମୁଖ୍ୟ ପୁରୋଧା ଥିବାବେଳେ ତାଙ୍କ ସହିତ ଆହୁରି ୨୨ ଜଣ ପୂଜକ ଯୋଗଦେଇଛନ୍ତି। ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ଭକ୍ତ ଆସି ଯୋଗଦେଇଛନ୍ତି। ସ୍ଥାନୀୟ ସ୍ଵେଚ୍ଛାସେବୀ , ସାମ୍ବାଦିକ, ଯୁବକର୍ମୀ ତଥା ଢେଙ୍କିକୋଟ ଫାଣ୍ଡି ପୁଲିସ ଶାନ୍ତିଶୃଙ୍ଖଳା ଉପରେ ଗୁରୁତ୍ଵ ଦେଉଛନ୍ତି। ମନ୍ତ୍ରପାଠ, ହୋମଯଜ୍ଞ,ସହିତ ରାମନାମ କୃଷ୍ଣନାମରେ ପରିବେଶ ଭକ୍ତିମୟ ହୋଇପଡ଼ିଛି।

କେନ୍ଦୁଝର ରୁ ରୂପା ପିଲ୍ଲାଇଙ୍କ ରିପୋର୍ଟି (ଇପିଏ)ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *