December 3, 2025
Home » ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ଜିଲ୍ଲା ପାଠାଗାର କୁ ଅଚାନକ ପରିଦର୍ଶନ

ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ଜିଲ୍ଲା ପାଠାଗାର କୁ ଅଚାନକ ପରିଦର୍ଶନ

0
WhatsApp Image 2025-08-06 at 5.15.30 PM

l ସୁବର୍ଣ୍ଣପୁର– ଡ଼. ନୃପରାଜ ସାହୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଭାବରେ ଯୋଗଦାନ କଲାପରେ ଅଚାନକ ଜିଲ୍ଲା ପାଠାଗାର ଗସ୍ତ କରିଥିଲେ । ଉପସ୍ଥିତ ଛାତ୍ରଛାତ୍ରୀଙ୍କ ମାନଙ୍କ ଠାରୁ ସେମାନେ ସମ୍ମୁଖୀନ ହେଉଥିବା ଅସୁବିଧା ଓ ସମସ୍ୟା ଗୁଡ଼ିକ ଉପରେ ପଚାରି ବୁଝିଥିଲେ। ଜିଲ୍ଲା ପାଠାଗାର ପରିଚାଳନା ଉପଲବ୍ଧ ବହି, ପାଠାଗାର ର କର୍ମଚାରୀ ସମସ୍ୟା, ନିୟମିତ ଦୈନିକ ଖବର କାଗଜ, ସାପ୍ତାହିକ, ପାକ୍ଷିକ ଓ ମାସିକ ପତ୍ରପତ୍ରିକା ଯୋଗାଣ ଓ ପାଠାଗାର ର ଭିତ୍ତିଭୂମି ନିର୍ମାଣ ଉପରେ ଜିଲ୍ଲା ସଂସ୍କୃତି ଅଧିକାରୀ ଙ୍କ ସହିତ ଆଲୋଚନା କରିଥିଲେ। ଜିଲ୍ଲାପାଳଙ୍କ ଆଦେଶ କ୍ରମେ ଜିଲ୍ଲା ପାଠାଗାର ସୁପରିଚାଳନା ପାଇଁ ସରକାରୀ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲା କାର୍ଯ୍ୟାଳୟ ଆଦେଶ ସଂଖ୍ୟା.୪୩୫ ତା ୦୫.୦୮.୨୦୨୫ ରିଖରେ ନୂତନ ଭାବେ ତୁରନ୍ତ ଜିଲ୍ଲା ପାଠାଗାର ପରିଚାଳନା କମିଟି ଗଠନ କରାଯାଇଥିଲା ଓ ଏହି ଦିନ ଅପରାହ୍ନ ୫.୦୦ ଘଣ୍ଟା ସମୟରେ ସୁବର୍ଣ୍ଣପୁର ଜିଲ୍ଲା ପାଠାଗାର ପରିଚାଳନା କମିଟିର ପ୍ରଥମ ବୈଠକ ଜିଲ୍ଲାପାଳ, ସୁବର୍ଣ୍ଣପୁରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏହି ପରିଚାଳନା କମିଟି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ) ଅଞ୍ଜଳିନା ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ – ତଥା – ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଅଶ୍ୱିନୀ କୁମାର ମେହେରଙ୍କ ସମେତ ଜିଲ୍ଲା ପାଠାଗାର ପରିଚାଳନା କମିଟିର ସମସ୍ତ ସଦସ୍ୟ / ସଦସ୍ୟା ମାନେ ଉପସ୍ଥିତ ଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ଜିଲ୍ଲା ପାଠାଗାର ପରିଚାଳନା ବିଷୟରେ ଜିଲ୍ଲାପାଳ ଓ କମିଟିକୁ ଅବଗତ କରାଇଥିଲେ। ଏ ବିଷୟରେ ବିଶଦ ଭାବେ ଆଲୋଚନା କରାଯାଇଥିଲା। ଜିଲ୍ଲାପାଳ ନିର୍ମାଣାଧୀନ ନୂତନ ପାଠାଗାର ଗୃହର ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରି ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ମୁଖ୍ୟ ଉନ୍ନୟନ ଅଧିକାରୀ – ତଥା – ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ନିର୍ମାଣାଧୀନ ପାଠାଗାରରେ ଶିଶୁ ଅନୁକୂଳ ଓ ବୟସ୍କ ଲୋକଙ୍କ ଅନୁକୂଳ ବାତାବରଣ ଥିବା ପଠନ ଗୃହ ନିର୍ମାଣ ସକାଶେ ପି. ପି. ଟି. (PPT) ମାଧ୍ୟମରେ କମିଟି ବୈଠକରେ ଉପସ୍ଥାପନ କରିଥିଲେ । କମିଟି ଦ୍ବାରା ଯାହାକି ନିର୍ମାଣ କରିବା ପାଇଁ ସମ୍ମତି ପ୍ରଦାନ କରାଯାଇଥିଲା। ଏହି ଆଲୋଚନାରେ ଅଂଶ ଗ୍ରହଣ କରି କମିଟିର ସଦସ୍ୟ ସଦସ୍ୟା ମାନେ ଜିଲ୍ଲା ପାଠାଗାର ସୁପରିଚାଳନା ନିମନ୍ତେ ସେମାନଙ୍କର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଏତଦ୍ ବ୍ୟତୀତ ଜିଲ୍ଲା ପାଠାଗାରର ସମସ୍ତ ସମସ୍ୟା ଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା ଓ ସମସ୍ୟା ଗୁଡିକର ତୁରନ୍ତ ସମାଧାନ କରିବା ପାଇଁ ଜିଲ୍ଲାପାଳ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ପାଠାଗାରର ଉପଲବ୍ଧ ପାଣ୍ଠି ଓ ଛାତ୍ର ଛାତ୍ରୀ ମାନଙ୍କ ଉଚ୍ଚ ଶିକ୍ଷା ଓ ଚାକିରି ପାଇଁ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଅଂଶ ଗ୍ରହଣ କରିବା ପାଇଁ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ପୁସ୍ତକ, ମାସିକ ପତ୍ରିକା କ୍ରୟ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ଜିଲ୍ଲାର ଚାକିରି ପାଇଁ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ର ଛାତ୍ରୀ ମାନଙ୍କ ସୁବିଧା ପାଇଁ ଅଧିକ ସଂଖ୍ୟକ କମ୍ପ୍ୟୁଟର କ୍ରୟ କରି ଅନଲାଇନ ମାଧ୍ୟମରେ ପ୍ରତିଯୋଗିତା ପରୀକ୍ଷାର ପ୍ରସ୍ତୁତି ପାଇଁ ନିଜ ଜିଲ୍ଲାରେ ସୁଯୋଗ ଯୋଗାଇ ଦେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ l ଫଳରେ ଛାତ୍ର ଛାତ୍ରୀମାନେ ସୁଦୂର ରାଜଧାନୀ ଭୁବନେଶ୍ଵର କିମ୍ବା ଅନ୍ୟ ସହରକୁ ଯାଇ ଚାକିରି ପାଇଁ କୋଚିଂ ମାଧ୍ୟମରେ ପ୍ରତିଯୋଗିତା ମୂଳକ ପରୀକ୍ଷା ପ୍ରସ୍ତୁତି ପାଇଁ ଅଧିକ ଖର୍ଚ୍ଚାନ୍ତରୁ ରକ୍ଷା ପାଇପାରିବେ l ନିଜ ଜିଲ୍ଲାରେ ଅନଲାଇନ ମାଧ୍ୟମରେ ଚାକିରି ପାଇଁ ପ୍ରତିଯୋଗିତା ମୂଳକ ପରୀକ୍ଷା କୋଚିଂ ର ସୁବିଧା ପାଇ ପାରିବେ। ଏତଦ୍ ବ୍ୟତୀତ ଏଣୁ ଏଣିକି ପ୍ରତି ଦୁଇ ମାସରେ ନିଶ୍ଚିତ ଭାବରେ ଜିଲ୍ଲା ପାଠାଗାର ପରିଚାଳନା କମିଟି ବୈଠକ ଜିଲ୍ଲା ପାଠାଗାର ଠାରେ ଅନୁଷ୍ଠିତ କରିବା ପାଇଁ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *