March 28, 2026
Home » ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ବହିଷ୍କାର ନିର୍ଦ୍ଦେଶ ହାଇକୋର୍ଟ ରେ ଖାରଜ

ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ବହିଷ୍କାର ନିର୍ଦ୍ଦେଶ ହାଇକୋର୍ଟ ରେ ଖାରଜ

0
WhatsApp Image 2026-03-27 at 12.44.55 PM

ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ପାଇକବାହାଲ ସରପଞ୍ଚ ଗଣନାଥ ସାହୁ ଙ୍କୁ ତତ୍କାଳୀନ ଜିଲ୍ଲାପାଳ ଅନ୍ୟା ଦାସ ବହିଷ୍କାର କରିଥିଲେ l ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କୁ ହାଇକୋର୍ଟ ଖାରଜ କରିଛନ୍ତି l ଏଥିସହ ପାଇକବାହାଲ ସରପଞ୍ଚ ଗଣନାଥ ସାହୁ ତାଙ୍କ ପଦବୀ ଫେରିପାଇଛନ୍ତି l ବୁଧବାର ଦିନ ମଧ୍ୟାହ୍ନ ରେ ଶ୍ରୀ ସାହୁ ତାଙ୍କ ସମର୍ଥକ ଙ୍କ ସହ ଡାହିମାଲ ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ କୁ ଆସି କାର୍ଯ୍ୟ ରେ ଯୋଗଦାନ କରିଛନ୍ତି l ପ୍ରକାଶଥାଉକି, ଉକ୍ତ ପଞ୍ଚାୟତ ରେ ଲଗାତାର ତିନିଟି ବୈଠକ ହୋଇନଥିଲା l ଏ ନେଇ ଅଭିଯୋଗ ପରେ ତତ୍କାଳୀନ ଜିଲ୍ଲାପାଳ ଅନ୍ୟା ଦାସ ଗତ 12/9/2024 ତାରିଖ ରେ ସରପଞ୍ଚ ଗଣନାଥ ସାହୁ ଙ୍କୁ ବହିଷ୍କାର କରିଥିଲେ l ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କୁ ଅଗଣତାନ୍ତ୍ରିକ ଦର୍ଶାଇ ସେ ପ୍ରଥମେ ପଞ୍ଚାୟତରାଜ ବିଭାଗ ଓ ପରେ ଓଡିଶା ହାଇକୋର୍ଟ ଙ୍କ ଦ୍ୱାରସ୍ଥ ହୋଇଥିଲେ l ହାଇକୋର୍ଟ ଉକ୍ତ ମାମଲା ର ବିଚାର କରି 18/ 7 / 2025 ରେ ଜିଲ୍ଲାପାଳ ଙ୍କ ଦ୍ୱାରା କରାଯାଇଥିବା ବହିଷ୍କାର ନିର୍ଦ୍ଦେଶ କୁ ଖାରଜ କରିଥିଲେ ଏବଂ ପଞ୍ଚାୟତିରାଜ ବିଭାଗ 4 ସପ୍ତାହ ମଧ୍ୟରେ ଏହାର ପୁନଃବିଚାର କରିବାକୁ ନିର୍ଦ୍ଦେଶ ଦେଇଥିଲେ l ତଥାପି ପଞ୍ଚାୟତ୍ତିରାଜ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରିନଥିଲା l ଗଣନାଥ ପୁଣିଥରେ ହାଇକୋର୍ଟ ଙ୍କ ଦ୍ୱାରସ୍ଥ ହୋଇଥିଲେ l ଏହାର ବିଚାରକରି ହାଇକୋର୍ଟ ଗତ 10/3/2026 ରେ ଗଣନାଥ ସାହୁ ଙ୍କୁ ସରପଞ୍ଚ ଭାବେ ପୁନଃଅବସ୍ଥାପିତ କରିବାକୁ ରାଜ୍ୟସରକାରଙ୍କ ପଞ୍ଚାୟତିରାଜ ବିଭାଗକୁ ନୋଟିସ କରିବାକୁ ନିର୍ଦ୍ଦେଶ ଦେଇଥିଲେ l ହାଇକୋର୍ଟ ଙ୍କ ନିର୍ଦ୍ଦେଶ ରେ ପଞ୍ଚାୟତିରାଜ ବିଭାଗ ର ନିର୍ଦ୍ଦେଶକ ଗତ 24/3/2026 ରେ ଏକ ଘୋଷଣାନାମା ଜାରିକରି ଗଣନାଥ ସାହୁ ଙ୍କୁ ସରପଞ୍ଚ ଭାବରେ ପୁନଃଅବସ୍ଥାପିତ କରିବାକୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଏହି ନିର୍ଦ୍ଦେଶ ବଳରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ପତ୍ର ସଂଖ୍ୟା 345/ ତାରିଖ 24/3/2026 ରେ ଗଣନାଥ ସାହୁ ଙ୍କୁ ସରପଞ୍ଚ ଭାବରେ ପୁନଃସ୍ଥାପିତ କରିଛନ୍ତି l କେବଳ ରାଜନୈତିକ ହୀନ ଉଦ୍ଦେଶ୍ୟ ରଖି ତାଙ୍କୁ ବହିଷ୍କାର କରାଯାଇଥିଲା l ଗଣନାଥ ସାହୁ ଙ୍କ ପକ୍ଷରୁ ଆଇନଜୀବୀ ଧରଣୀଧର ନାୟକ ଓ ଆଇନଜୀବୀ ପ୍ରତୀକ ନାୟକ ମାମଲା କୁ ପରିଚାଳନା କରୁଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *