ସୁବର୍ଣ୍ଣପୁର ଜିଲ୍ଲା ରେ ଗୃହରକ୍ଷୀ ନିଯୁକ୍ତି : ସିସିଟିଭି ସର୍ଭେଲାନ୍ସରେ ହେବ ଗୃହରକ୍ଷୀ ଶାରୀରିକ ପରୀକ୍ଷା l
ସୁବର୍ଣ୍ଣପୁର– ଡିସେମ୍ବର ୧୬ ତାରିଖରୁ ସୁବର୍ଣ୍ଣପୁର ରାମେଶ୍ବର ଷ୍ଟାଡିୟମ୍ ଠାରେ ଆରମ୍ଭ ହେବ ଗୃହରକ୍ଷୀ ଶାରୀରିକ ପରୀକ୍ଷା । ଏଥି ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ଏଥିପାଇଁ ସର୍ବ ମୋଟ ୪୭୯୮ ଜଣ ଆବେଦନକାରୀ ଙ୍କ ମଧ୍ଯରୁ ୩୨୪୮ ଜଣ ପରୀକ୍ଷାର୍ଥୀ ପରୀକ୍ଷାରେ ଯୋଗ ଦେଇ ପରୀକ୍ଷା ଦେଇ ତନ୍ମଧ୍ୟରୁ ୧୬୫୪ ଜଣ ପ୍ରାର୍ଥୀ ଲିଖିତ ପରୀକ୍ଷାରେ କୃତକାର୍ଯ୍ଯ ହୋଇ ଶାରିରୀକ ପରୀକ୍ଷା ପାଇଁ ବିବେଚିତ ହୋଇଥିବା ବିଷୟ ଜିଲ୍ଲା ପୋଲିସ ମୁଖ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ସୂଚନା ଦେଇଛନ୍ତି l ସମସ୍ତ ପରୀକ୍ଷାର୍ଥୀଙ୍କୁ ୧୬ ତାରିଖ ରୁ ୨୦ ତାରିଖ ଯାଏ ମେଡିକାଲ୍ ଓ ଫିଜିକାଲ୍ ଟେଷ୍ଟ କରାଯିବାକୁ ସ୍ଥିର ହୋଇଥିବା ବେଳେ ମହିଳା ପରିକ୍ଷାର୍ଥୀଙ୍କ ପାଇଁ ସମସ୍ତ ଥାନା ଅଞ୍ଚଳରେ ୧୯ ତାରିଖରେ ସ୍ଵତନ୍ତ୍ର ଭାବେ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ନାୟକ ସୂଚନା ଦେଇଛନ୍ତି l ଏହି ଶାରିରୀକ ପରୀକ୍ଷା ପରେ ଜିଲ୍ଲାରେ ମୋଟ ୯୨ ଗୋଟି ଗୃହରକ୍ଷୀ ପଦବୀ ପୂରଣ ପାଇଁ ଖୁବ ଶୀଘ୍ର ନିଯୁକ୍ତି ବ୍ୟବସ୍ଥା କରାଯିବ ବୋଲି କହିଥିଲେ l ମେରିଟ ପରିକ୍ଷାର୍ଥୀ ମାନେ କୌଣସି ପ୍ରକାର ପ୍ରଲୋଭନ ର ଶିକାର ନ ହୋଇ ଶେଷ ପର୍ଯ୍ୟାୟର ଶାରୀରିକ ପରୀକ୍ଷାରେ କୃତକାର୍ଯ୍ଯ ହେବାକୁ ପ୍ରୟାସ କରିବା ପାଇଁ ଓ ପୁରା ସ୍ବଚ୍ଛତାର ସହିତ ଏହି ପରୀକ୍ଷାର ଫଳାଫଳ ପ୍ରକାଶ କରିବାକୁ ବିଭାଗକୁ ନିର୍ଦ୍ଦେଶ ଦେଇଥିବା ବିଷୟ ସାମ୍ବାଦିକ ଙ୍କୁ ସୂଚନା ଦେଇଥିଲେ ଓ ଏହାର ପ୍ରଚାର ପ୍ରସାର ପାଇଁ ଆରକ୍ଷୀ ଅଧିକ୍ଷକ ଶ୍ରୀ ନାୟକ ଅନୁରୋଧ କରିଛନ୍ତି l ଡିସେମ୍ବର ୧୬ ତାରିଖ ସକାଳ ୬ ଟା ରେ ଡୁଙ୍ଗୁରୀପାଲି, ଉଲୁଣ୍ଡା, ସୁବଳୟା ଓ ରାମପୁର ଥାନା ଅଞ୍ଚଳର ପରିକ୍ଷାର୍ଥୀ ସୋନପୁର ରାମେଶ୍ବର ଷ୍ଟାଡିୟମ୍ ଠାରେ ପରୀକ୍ଷାରେ ଯୋଗ ଦେବାକୁ ଥିବାବେଳେ ୧୭ ତାରିଖରେ ସୋନପୁର, ତରଭା ଓ ବିନିକା ଥାନା ଅଞ୍ଚଳର ପରିକ୍ଷାର୍ଥୀ ପରୀକ୍ଷା ଦେବେ l ୧୮ ତାରିଖ ସକାଳ ୬ ଟା ରେ ବୀରମହାରାଜପୁର ଓ ଲଛିପୁର ଥାନା ଅଞ୍ଚଳର ପରିକ୍ଷାର୍ଥୀ ପରୀକ୍ଷା ଦେବାକୁ ଥିବା ବେଳେ ଆସନ୍ତା ୧୯ ତାରିଖ ରେ ଜିଲ୍ଲାର ସମସ୍ତ ଥାନାର ମହିଳା ପ୍ରାର୍ଥୀନୀ ପରୀକ୍ଷାରେ ଭାଗ ନେବାର ସୂଚନା ମିଳିଛି l ଶେଷରେ ୨୦ ତାରିଖ ଦିନ ସକାଳ ୬ ଟାରେ ଜିଲ୍ଲାର ସମସ୍ତ ଥାନାର ଦକ୍ଷତା ବିଭାଗ ପରୀକ୍ଷା (ଟ୍ରେଡ ଟେଷ୍ଟ) ଅନୁଷ୍ଟିତ ହେବ ଓ ସବୁଦିନ ର ସବୁ ପରୀକ୍ଷା ସିସିଟିଭି ସର୍ଭେଲାନ୍ସରେ ହେବ ବୋଲି ଆରକ୍ଷୀ ଅଧିକ୍ଷକ ଶ୍ରୀ ନାରାୟଣ ନାୟକ ଏକ ସାମ୍ବାଦିକ ସମ୍ବିଳନୀ ରେ ସୂଚନା ଦେଇଛନ୍ତି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
