December 3, 2025
Home » ସୁବର୍ଣ୍ଣପୁର ଜିଲ୍ଲା ରେ ଦଲାଲ ସକ୍ରିୟ,ମିଛ ପ୍ରଲୋଭନ ଦେଖାଇ ଅର୍ଥ ଲୁଟ ଅଭିଯୋଗ

ସୁବର୍ଣ୍ଣପୁର ଜିଲ୍ଲା ରେ ଦଲାଲ ସକ୍ରିୟ,ମିଛ ପ୍ରଲୋଭନ ଦେଖାଇ ଅର୍ଥ ଲୁଟ ଅଭିଯୋଗ

0
WhatsApp Image 2025-07-13 at 1.59.57 PM

ସୁବର୍ଣ୍ଣପୁର– ସୁବର୍ଣ୍ଣପୁର ଜିଲ୍ଲାରେ ଅଭିନୟ ଉପାୟରେ ଚାଲିଛି ଠକାମି l ସେ ପୁଣି ବିଧବା ମାନଙ୍କଠାରୁ। ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ର ଜଣେ ଆଉ ବୀରମହାରାଜପୁରରେ ଜଣେ ଲୋକ ପ୍ରତିନିଧି ମହିଳା ସକ୍ରିୟ ଅଛିନ୍ତି ବୋଲି ଶୁଣିବାକୁ ମିଳୁଛି। ବିଧବା ମାଆ ମାନଙ୍କୁ ଏକ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରୋକୋଷ୍ଟ ରେ ମିଳୁଛି କହି ଠକ ଓ ଦଲାଲ ମାନେ ମିଛ କଥା କହି ନିରୀହ ମାଆଙ୍କୁ ପ୍ରଥମେ ଦଲାଲ ମାନେ ୨୦୦୦ ରୁ ଉର୍ଦ୍ଧ୍ୱ ଟଙ୍କା ଆଦାୟ କରୁଛନ୍ତି। ପରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରୋକୋଷ୍ଟ ଭୁବନେଶ୍ୱର ନେଉଛନ୍ତି। ଏହି ଠକାମିର ଶିକାର ଆମର ପଡୋଶୀ ଜିଲ୍ଲା ଯଥା- ବୌଦ୍ଧ, ବଲାଙ୍ଗୀର, ସମ୍ବଲପୁର ମାନଙ୍କୁ ମଧ୍ୟରେ ବି ଦଲାଲ ସକ୍ରିୟ ହୋଇଗଲେଣି l ଅତି ଦୁଃଖର ବିଷୟ ପୁଣି ୪୫ ବର୍ଷ ରୁ କମ ଯେଉଁ ମାଆ ମାନେ ବିଧବା ହୋଇଥିବ ସେହି ମାନଙ୍କୁ ମିଳିବ କହି ଭୁବନେଶ୍ୱର ନେଇକିଯାଉଛନ୍ତି। ଏବେ ସେହି ଠକ ମାନେ ପ୍ରତ୍ୟେକ ପଂଚାୟତ, ଗାଁ ମାନଙ୍କୁ ଯାଇ ବିଧବା ମାଆ ମାନଙ୍କୁ ପଇସା ମିଳୁଛି କହି ମୁଖ୍ୟମନ୍ତ୍ରୀ ଅଫିସକୁ ନେଉଛନ୍ତି l ଓଡିଶା ସରକାର ଏକ ଲକ୍ଷ ଟଙ୍କା ମାଗଣା ରେ ବିଧବା ପରିବାର କୁ ସାହାଯ୍ୟ କରୁଛନ୍ତି ବୋଲି ଲୋକ ମାନଙ୍କୁ କହି ଠକୁ ଥିବା ଖବର ମିଳିଛି। ଯେଉଁ ମାଆ ମାନେ ଏମିତି ଠକ ମାନଙ୍କର ଶିକାର ହୋଇଛନ୍ତି ସାବଧାନ ହୋଇ ଯାଆନ୍ତୁ । ସେପରି କୌଣସି ବ୍ୟବସ୍ଥା ନାହିଁ l ମିଥ୍ୟା ପ୍ରଲୋଭନ କଥାରେ ସତର୍କ ହୁଅନ୍ତୁ ଏବଂ ନିକଟସ୍ଥ ପୋଲିସ କୁ ଖବର ଦିଅନ୍ତୁ ନଚେତ ସଠିକ ଖବର ଜାଣିବା ପାଇଁ ସରକାରୀ ଅଧିକାରୀଙ୍କ ସହିତ ଯୋଗାଯୋଗ କରନ୍ତୁ। ନଚେତ ସରପଞ୍ଚ,ବିଡ଼ିଓ କିମ୍ବା ଜିଲ୍ଲାପାଳ, ଅଫିସ ରେ ଯୋଗାଯୋଗ କରନ୍ତୁ l କୌଣସି ଲୋକଙ୍କ କଥା ରେ ପଡନ୍ତୁ ନାହିଁ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *