ସୁବର୍ଣ୍ଣପୁର ଜିଲ୍ଲା ରେ ସଡ଼କ ସୁରକ୍ଷା ସ୍ୱତନ୍ତ୍ର ସଚେତନତା ଅଭିଯାନ ଆରମ୍ଭ
ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ରେ ତା. ୨୧.୦୩.୨୦୨୬ ରୁ ୩୧.୦୩.୨୦୨୬ ରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ସ୍ୱତନ୍ତ୍ର ସଡ଼କ ସୁରକ୍ଷା ସଚେତନତା ଅଭିଯାନ ଅବସର ରେ ପରିବହନ ଅଧିକାରୀ ଶ୍ରୀ ପ୍ରିୟବ୍ରତ ମହାନ୍ତି ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ତା. ୨୧.୦୩.୨୦୨୬ ରେ ସୋନପୁରର ତେଲ ନଦୀ ସେତୁ ନିକଟରେ ସୋନପୁର ଥାନା ସହିତ ସମନ୍ୱୟ ରଖି ସ୍ୱତନ୍ତ୍ର ମିଳିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ମଦ୍ୟପାନ କରି ଗାଡି ଚଲାଉ ଥିବା ଅମାନିଆ ଚାଳକଙ୍କର ଚାଲାଣ କଟା ଯାଇଥିଲା । ସେହିପରି ତା. ୨୨.୦୩.୨୦୨୬ ରିଖ ଦିନ ତମାମ ବିଭିନ୍ନ ପ୍ରକାର ସଚେତନତା ଓ ଯାନ ବାହାନ ଯାଞ୍ଚ ଅୟୋଜନ ହୋଇଥିଲା l

ଏହି ଅବସରରେ ସୋନପୁର ନିକଟ ଅର୍ଜୁନପୁର ଛକ ରେ ବିଭିନ୍ନ ପ୍ରକାର ଗାଡ଼ିର କାଗଜ ପତ୍ର ଯାଞ୍ଚ କରା ଯାଇଥିଲା ଏବଂ ବିନିକା ବ୍ଲକରେ ଅଟୋ ଚାଳକମାନଙ୍କୁ ନେଇ ଏକ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଅଧିକ ଯାତ୍ରୀ ନେଇ ଗାଡି ଚାଳନା ନ କରିବା, ଟ୍ରାଫିକ୍ ନିୟମ ପାଳନ କରିବା, ଯାନର ସଠିକ୍ କାଗଜପତ୍ର ସୁନିଶ୍ଚିତ କରିବା ଏବଂ ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।ତତ୍ ସହିତ ବିନିକା ପୋଲିସ ବିଭାଗ ସହିତ ସମନ୍ୱୟ ରକ୍ଷାକରି ସଂନ୍ଧ୍ୟା ରେ ମହାଦେବପାଲି ଠାରେ ବେପରୁଆ ଗାଡି ଚାଳନା ବିରୁଦ୍ଧରେ କଡାକଡି ଭାବରେ ଯାଞ୍ଚ କରାଯାଇ ମଦ୍ୟପ ଚାଳକ ଙ୍କର ଚାଲାଣ କଟା ଯାଇଥିଲା । ଏହା ସହିତ ବିଭିନ୍ନ ସ୍ଥାନରେ ଓ ବିଭିନ୍ନ ପ୍ରକାର ଯାନ ବାହାନରେ ସଡ଼କ ସୁରକ୍ଷା ସମ୍ପର୍କିତ ଇକୋ ଭିନାଇଲ୍ ପାମ୍ଫଲେଟ୍ ମଧ୍ଯ ଲଗାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମ ରେ ମୋଟର ଯାନ ନିରୀକ୍ଷକ ଶ୍ରୀ ଅଜିତ କୁମାର ନାୟକ, କନିଷ୍ଠ ମୋଟର ଯାନ ନିରୀକ୍ଷକ ଶ୍ରୀ ଦେବବ୍ରତ ପଟ୍ଟା, ଟ୍ରାଫିକ ସବ ଇନ୍ସପେକ୍ଟର ମିସ ପୂଜା ଭେଙ୍ଗରା ଓ କାର୍ଯ୍ୟାଳୟ ର ପ୍ରବର୍ତ୍ତନ ଟିମ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
