ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଜନଜାତୀୟ ଗୌରବ ଦିବସ ୨୦୨୫ ପାଳିତ
ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଜନଜାତୀୟ ଗୌରବ ଦିବସ ୨୦୨୫ ପାଳିତ ହୋଇଯାଇଛି l ଏହି ଜନଜାତୀୟ ଗୌରବ ଦିବସ ୨୦୨୫ ପାଳନ ଅବସରରେ ଅନୁଷ୍ଠିତ ହୋଇଥିବା ସଭାକୁ ଜିଲ୍ଲା ମଙ୍ଗଳ ଅଧିକାରୀ, ଶ୍ରୀ ଅଚ୍ୟୁତାନନ୍ଦ ସିଂହ ସଭାପତିତ୍ବ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ ) ଅଞ୍ଜଳିନା ପ୍ରଧାନ, ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଅଧ୍ୟକ୍ଷା, ସୋନପୁର ମ୍ୟୁନିସିପାଲିଟି, ରାଜ୍ୟ ଭାରତୀୟ ଜନତା ପାର୍ଟିର ଆଦିବାସୀ ସେଲର ସମ୍ପାଦକ,ଶ୍ରୀ ବିହାରୀ ମାଝୀ, ମିର୍ଦ୍ଧା ସମାଜର ବୈଶାଖୁ ମିର୍ଦ୍ଧା, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ, ସୁବର୍ଣ୍ଣପୁର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ, ସୁବର୍ଣ୍ଣପୁର ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ବିର୍ସା ମୁଣ୍ଡାଙ୍କ ଜୀବନୀ, ଆଦର୍ଶ ଓ ସ୍ଵାଧୀନତା ସଂଗ୍ରାମ ନେଇଥିବା ଭୂମିକା ସହିତ ଜନଜାତି ଲୋକଙ୍କ ଏକତା ଓ ବିକାଶ ପାଇଁ ତାଙ୍କର ଅବଦାନ ବିଷୟରେ ସ୍ମୃତି ଚାରଣ କରିଥିଲେ। ଏତଦ୍ ବ୍ୟତୀତ, ଜନଜାତି ଲୋକଙ୍କ ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନା ବିଷୟରେ ଉପସ୍ଥିତ ଛାତ୍ର ଛାତ୍ରୀ ଓ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ଜନଜାତି ବହୁଳ ଗ୍ରାମ ପଞ୍ଚାୟତ ଯଥା ବୀରମହାରାଜପୁର ପଞ୍ଚାୟତ ସମିତିର ଦୂର୍ଜନତଇଲା ଗ୍ରାମ ପଞ୍ଚାୟତର କୁଞ୍ଜାପାଲି, ଉଲୁଣ୍ଡା ପଞ୍ଚାୟତ ସମିତିର ଯୋଉଁରା ଭଉଁରା ଗ୍ରାମ ପଞ୍ଚାୟତର ବ୍ରାହ୍ମଣିପାଲି ଓ ବିନିକା ପଞ୍ଚାୟତ ସମିତିର ବାଙ୍କିଘିରିଡି ଗ୍ରାମ ପଞ୍ଚାୟତର ଆଖିଦାଦର୍ ଗ୍ରାମର ଛାତ୍ର ଛାତ୍ରୀ ଓ ଜନସାଧାରଣ ସଭାରେ ଉପସ୍ଥିତ ରହି ଆଭାସୀ ମାଧ୍ୟମରେ ଜାତୀୟ ସ୍ତରରେ ଅନୁଷ୍ଠିତ ହୋଇଥିବା ଜନଜାତୀୟ ଗୌରବ ଦିବସ ୨୦୨୫ ର ସିଧା ପ୍ରସାରଣ ଦେଖିଥିଲେ ଓ ମାନ୍ୟବର ପ୍ରଧାନ ମନ୍ତ୍ରୀଙ୍କର ଉଦବୋଧନ ଶୁଣିଥିଲେ। ଏହି ଅବସରରେ ସୋନପୁର ଟାଉନ ହଲ ଠାରେ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା ଏବଂ ସ୍ୱାସ୍ଥ୍ୟ ଯାଞ୍ଚ ପରେ ୧୨ ଜଣ ସିକିଲ ସେଲ ଆଦିବାସୀ ରୋଗୀଙ୍କୁ ଶିକିଲ ସେଲ ସ୍ୱାସ୍ଥ୍ୟ କାର୍ଡ ଓ ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ସ୍ୱାସ୍ଥ୍ୟ କାର୍ଡ ୧୨ ଜଣ ଆଦିବାସୀ ହିତାଧିକାରୀଙ୍କୁ ବିତରଣ କରାଯାଇଥିଲା । ଏହି ସ୍ୱାସ୍ଥ୍ୟ ଶିବିରରେ ଛାତ୍ର ଛାତ୍ରୀ ଓ ଜନସାଧାରଣଙ୍କ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏହି ତିନୋଟି ଗ୍ରାମ ପଞ୍ଚାୟତର ଛାତ୍ର ଛାତ୍ରୀ ଓ କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି ଦିବସ ପାଳନ ଅବସରରେ ବିଭିନ୍ନ ସମ୍ବାଦପତ୍ର ଗୁଡିକର ସାମ୍ବାଦିକ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗଦାନ କରିଥିଲେ। ଶ୍ରୀ ଲକ୍ଷ୍ମୀ ନାରାୟଣ ସାହୁ ମଞ୍ଚ ପରିଚାଳନା କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….
