ସୁବର୍ଣ୍ଣପୁର ଠାରେ ଯୁବ ମାରାଥନ ଅନୁଷ୍ଠିତ
ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟାଳୟ ସ୍ଥିତ ରୟାଲ ପଡିଆ ଠାରେ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ ପ୍ରାୟ ୫୦୦(ପାଞ୍ଚଶହ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସେବା ପକ୍ଷ ପାଳନ ଉପଲକ୍ଷେ ନିଶା ମୁକ୍ତ ଭାରତ ଗଠନ ପାଇଁ ଏକ ମାରାଥନ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ବ ) ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ ) ଅଞ୍ଜଳିନା ପ୍ରଧାନ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର, ଜିଲ୍ଲା, ସଂସ୍କୃତି ଅଧିକାରୀ ସୁଶ୍ରୀ ଯମୁନା ପ୍ରଧାନ, ସହକାରୀ ଜିଲ୍ଲାପାଳ, ( ନିଜାରତ ଶାଖା ) ସତ୍ୟବ୍ରତ ସାହୁ, ସହକାରୀ ଜିଲ୍ଲାପାଳ, ( ଜରୁରୀ ଶାଖା ) ସଂଗ୍ରାମ କେଶରୀ ଜେନା, ସହକାରୀ ଜିଲ୍ଲାପାଳ ( ନ୍ୟାୟିକ ଶାଖା ) ଜ୍ୟୋତିର୍ମୟୀ ମଲ୍ଲିକ,ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଅର୍ଜୁନ ମାଝୀଙ୍କ ସମେତ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଓ କର୍ମଚାରୀ ବୁନ୍ଦ, ସମସ୍ତ ଶିକ୍ଷାନୁଷ୍ଠାନ ର ଶିକ୍ଷକ ଶିକ୍ଷୟିତ୍ରୀ, ଖେଳ ଶିକ୍ଷକ, ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଯୁବ ମାରାଥନ କୁ ଉପସ୍ଥିତ ଅତିରିକ୍ତ ଜିଲ୍ଲାପାଳ ଦ୍ୱୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଯୁବ ମାରାଥନ ସୋନପୁର ସହରସ୍ଥିତ ରୟାଲ ପଡ଼ିଆରୁ ଆରମ୍ଭ ହୋଇ ବ୍ଲକ ଛକ, ଆମ୍ବେଦକର ଛକ, ନଳିନୀ ଛକ ଦେଇ ସୋନପୁର ଗାନ୍ଧୀ ପଡିଆ ଠାରେ ପହଞ୍ଚିଥିଲା।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
