July 6, 2025
Home » ସୁବର୍ଣ୍ଣପୁର ଠାରେ 62 ତମ ହୋମ ଗାର୍ଡ ଦିବସ୍ ପାଳିତ

ସୁବର୍ଣ୍ଣପୁର ଠାରେ 62 ତମ ହୋମ ଗାର୍ଡ ଦିବସ୍ ପାଳିତ

0
WhatsApp Image 2024-12-06 at 9.19.10 AM

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ପ୍ୟାରେଡ ପଡିଆ ଠାରେ ଜିଲ୍ଲା ପୋଲିସ୍ ପକ୍ଷରୁ 62 ତମ ଗୃହ ରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି l ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିରେନ୍ଦ୍ର କୁମାର ନାୟକ ଯୋଗ ଦେଇ ପ୍ୟାରେଡ ଅଭିବାଦନ ଗ୍ରହଣ କରିଥିଲେ ଓ ରାଷ୍ଟ୍ରପତି, ରାଜ୍ୟପାଳ , ମୁଖ୍ୟମନ୍ତ୍ରୀ ଓ ହୋମ ଗାର୍ଡ ଡି ଜି ଙ୍କ ପ୍ରେରିତ ବାର୍ତ୍ତା ପାଠ କରିଥିଲେ l ସମ୍ମାନିତ ଅତିଥି ଭାବରେ ଡି ଏସ ପି ଚନ୍ଦ୍ର ଶେଖର ଶବର, ଡି ଏସ ପି ରେଣୁକା ସୁନା, ସୋନପୁର ଏସ ଡି ପି ଓ ପ୍ରତାପ ଚନ୍ଦ୍ର ତ୍ରିପାଠି, ବୀରମହାରାଜପୁର ଏସ ଡି ପି ଓ ବାସୁ ଦେବ ଛତ୍ରିଆ, ଇନ୍ସପେକ୍ଟର ରାଜେଶ୍ୱରୀ ଭୋଇ, ସୋନପୁର ଥାନା ଅଧିକାରୀ ରଂଜିତ ସାହୁ, ଇନ୍ସପେକ୍ଟର ରମେଶ କୁମାର ମlହାଣା ଯୋଗ ଦେଇ ଥିଲେ l ପୋଲିସ ହୋମ ଗାର୍ଡ ର ଦୁଇଟି ପ୍ଲାଟୁନ ପ୍ୟାରେଡ ରେ ଭାଗ ନେଇ ଥିବା ବେଳେ ମୂଖ୍ୟ ଅତିଥି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା କୁ ପାଠ କରିଥିଲେ l ପୋଲିସ କନେଷ୍ଟ ବଳ ସଂଘ ର ସଭାପତି ଦିନେଶ ମିଶ୍ର,ସଂପାଦକ ରଂଜିତ ପଧାନ, ମନୋଜ୍ ପଣ୍ଡା, ଚମରା ପଧାନ, କବି ମିସ୍ତ୍ରୀ ପ୍ରମୁଖ ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l ସଭା କୁ ଆର୍ ଆଇ ସରୋଜ ବେହେରା ପରିଚାଳନା କରିଥିବା ବେଳେ ସର୍ଜନ ନୀଳକଣ୍ଠ କଅଁର ସହଯୋଗ କରିଥିଲେ l ଜିଲ୍ଲା ର ବେଷ୍ଟ ହୋମ ଗାର୍ଡ ଭାବେ ଲଛିପୁର ଥାନା ର ବିକ୍ରମ ଦାଶ, ବୀରମହାରାଜପୁର ଥାନା ର ବିନୋଦ ତାଣ୍ଡିଆ ଓ ସୋନପୁର ଥାନା ର ମହିଳା ହୋମ ଗାର୍ଡ ରାସେଶ୍ୱରୀ ଦୀପ ଙ୍କୁ ଆଜି ଉତ୍ସବ ରେ ସମ୍ବର୍ଦ୍ଧିତ କରାଯାଇଛି l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *