ସୁବର୍ଣ୍ଣପୁର ରେ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ
ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ପ୍ରିୟବ୍ରତ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆଜି ଜିଲ୍ଲା ନ୍ୟାୟାଳୟ ପରିସରରେସ୍ଥ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ କାର୍ଯ୍ୟାଳୟ ରେ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସୁବର୍ଣ୍ଣପୁର ର କର୍ମଚାରୀଙ୍କ ଦ୍ୱାରା ସଡକ ସୁରକ୍ଷା ର ନିୟମ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ୨୦୦ ଟି ନୋଟିସ୍ ବିତରଣ କରଯାଇଥିଲା ଓ ସେଥିମଧ୍ୟରୁ ୧୧୯ ଟି ମାମଲା ର ସମାଧାନ କରାଯାଇ ଉଲ୍ଲଂଘନକାରୀଙ୍କଠାରୁ ୨,୨୯,୦୦୦/- ଟଙ୍କା ଆଦାୟ କରାଯାଇଛି। ଏହି ପରିପ୍ରେକ୍ଷୀରେ ପରିବହନ ବିଭାଗ ର ମୋଟର ଯାନ ନିରୀକ୍ଷକ ଶ୍ରୀ ଅଜିତ କୁମାର ନାୟକ, କନିଷ୍ଠ ମୋଟର ଯାନ ନିରୀକ୍ଷକ ଶ୍ରୀ ଦେବବ୍ରତ ପଟ୍ଟା, ଟ୍ରାଫିକ ସବ ଇନ୍ସପେକ୍ଟର ମିସ ପୂଜା ଭେଙ୍ଗରା, ଶ୍ରୀମତୀ ପୁନମ ପଣ୍ଡା, ଅବିନାଶ ଭୁଏ, ହିମାଂଶୁ ରଞ୍ଜନ ସାହୁ, ଚିତ୍ତ ରଞ୍ଜନ ଭୋଇ, ଜ୍ୟୋତି ପ୍ରସାଦ ସାହୁ, ମଳୟ ପ୍ରତାପ ପାଣିଗ୍ରାହୀ, ପଞ୍ଚାନନ ଦଲାଇ ଓ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଙ୍କ ସହଯୋଗ ରେ ଲୋକ ଅଦାଲତ ସୁଚାରୁ ରୁପେ ସମାପନ ହୋଇଥିଲା l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
