March 25, 2026
Home » ସୁବର୍ଣ୍ଣପୁର ରେ ଜିଲ୍ଲା ସ୍ତରୀୟ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ

ସୁବର୍ଣ୍ଣପୁର ରେ ଜିଲ୍ଲା ସ୍ତରୀୟ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ

0
WhatsApp Image 2026-03-25 at 11.37.23 AM (2)

ସୁବର୍ଣ୍ଣପୁର— ମଙ୍ଗଳବାର ଦିନ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ସରକାରୀ ମହିଳା ସ୍ୱାସ୍ଥ୍ୟକର୍ମୀ ତାଲିମ କେନ୍ଦ୍ର ଠାରେ ଜିଲ୍ଲା ସ୍ତରୀୟ ବିଶ୍ୱ ଯକ୍ଷ୍ମା ଦିବସ-୨୦୨୬ ଓ ଟିବି ମୁକ୍ତ ଭାରତ ଅଭିଯାନ -୧୦୦ ଦିନ ଟି. ବି elimination campaign ୨.୦ର ଶୁଭାରମ୍ଭ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡ଼ା. ଉଷାରାଣୀ ଦାସ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉକ୍ତ ସଭାରେ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ା.ଦେଵୀପ୍ରସାଦ ମହାପାତ୍ର,ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ) ଡ଼ା.ରମେଶ ଚନ୍ଦ୍ର ସ୍ୱାଇଁ , ଅତିରିକ୍ତ ଜ଼ିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (TB) ଡ଼ା.ପଦ୍ମହଂସ ଦୋରା , ଜାତୀୟ ସ୍ୱାସ୍ଥ୍ୟ ମିଶନ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ରୂପକ କୁମାର ମହାପାତ୍ର, ଅଧୀକ୍ଷକ ସରକାରୀ ମହିଳା ସ୍ୱାସ୍ଥ୍ୟକର୍ମୀ ତାଲିମ କେନ୍ଦ୍ର ସୁବର୍ଣ୍ଣପୁର ସ୍ମିତାଶ୍ରୀ ନାୟକ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଉପସ୍ଥିତ ଥିଲେ। ଉପସ୍ଥିତ ଅତିଥି ବୃନ୍ଦ ଉକ୍ତ ଦିବସ ର ମହତ୍ୱ ତଥା ଯକ୍ଷ୍ମା ହାରିବ ଦେଶ ଜିତିବ,ଯଦି ଗୋଟିଏ ବି ଯକ୍ଷ୍ମା ରୋଗର ଲକ୍ଷଣ ଦେଖାଯାଏ,ତେବେ ହେଳା ନ କରି ତୁରନ୍ତ ଆଶା ଦିଦି ଙ୍କ ପାଖ କୁ ଯାଇ କଫ ପରୀକ୍ଷା କରାଇ ନିଅନ୍ତୁ, ଯଦି ପୋଜିଟିଭ ଜଣାପଡେ ତେବେ ଚିନ୍ତା କରିବାର ନାହିଁ ,ତୁରନ୍ତ ପୂର୍ଣ୍ଣ ମାତ୍ରାରେ ଔଷଧ ସେବନ କରି ନିଜେ ସୁସ୍ଥ ରହି ସମାଜ କୁ ମଧ୍ୟ ସୁସ୍ଥ ସୁନ୍ଦର ରଖିବାରେ ସହାୟକ ହୋଇ ପାରିବା ଉପରେ ବିଷଦ ଭାବରେ ଆଲୋଚନା କରି ସମସ୍ତ ଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରିବା ପାଇଁ ଗୁରୁତ୍ୱାରୋପ କରିଥିଲେ l
ଉକ୍ତ ସଭାରେ ଆଶା, ମାସ ମେମ୍ବର, କିରନ୍ ର କର୍ମକର୍ତ୍ତା , ନର୍ସିଂ ସ୍କୁଲ ର ଛାତ୍ରୀ , ନର୍ସିଂ ଅଫିସର ,ସ୍ଵାସ୍ଥ୍ୟ ବିଭାଗ ର କର୍ମଚାରୀ,ଅଧିକାରୀ ବୃନ୍ଦ ଏବଂ ସାମ୍ବାଦିକ ବନ୍ଧୁ ମାନେ ଉପସ୍ଥିତ ଥିଲେ । ସହକାରୀ ଜିଲ୍ଲା ଜନସ୍ବାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁ ସଭା ପରିଚାଳନା କରିଥିବାବେଳେ ଶ୍ୟାହେଲି ହାଲଦାର ଓ ମଧୁସ୍ମିତା କର ନର୍ସିଂ ଟ୍ୟୁଟର କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ । ୧୦ ଜଣ କୃତୀ ଛାତ୍ରୀ ମାନଙ୍କୁ କୁଇଜ୍ ପ୍ରତିଯୋଗିତା କରି ଅତିଥି ବୃନ୍ଦ ପୁରସ୍କୃତ କରିଥିଲେ। ଉକ୍ତ ଦିବସ ପାଳନ ଅବସରରେ ସୁନ୍ଦର ଡେନ୍ସ ସହିତ ଏକ ମନଛୁଆଁ ଡ୍ରାମା ଛାତ୍ରୀ ମାନଙ୍କ ଦ୍ଵାରା ପରିବେଷଣ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମକୁ ସମୀର ସାହୁ ଜିଲ୍ଲା ଯକ୍ଷ୍ମା ସଂଯୋଜକ, ଡୁଲେସ୍ଵର୍ ବେହେରା , ଦେବାଶିଷ ମିଶ୍ର, ଦେବବ୍ରତ ନାଏକ ଓ ବିବେକାନନ୍ଦ ରଣା ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଜ୍ଞାନ ଜିତ୍ ଶତପଥୀ ପିପିଏମ କୋଡିନେଟର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *