ସୁବର୍ଣ୍ଣପୁର ହେଉଛି ଭାରତୀୟ ସଂସ୍କୃତି ର ନାଭିକେନ୍ଦ୍ର
ସୁବର୍ଣ୍ଣପୁର — ଭାରତୀୟ ସଂସ୍କୃତି ହେଉଛି ମୂଳତଃ ଯୋଗ ସଂସ୍କୃତି l ସେହି ଯୋଗ ସଂସ୍କୃତି ର ପ୍ରତ୍ୟକ୍ଷ ପ୍ରୟୋଗ ହେଉଛି ସୁବର୍ଣ୍ଣପୁର ତଥା ପଶ୍ଚିମ ଓଡିଶା ର ଗ୍ରାମୀଣ ଯାନିଯାତ୍ରା ରେ ବରୁଆ ତତ୍ତ୍ୱ ବା ସବିକଳ୍ପ ସମାଧି ଯୋଗ ତତ୍ତ୍ୱରେ l ଉପରୋକ୍ତ ବରୁଆ ତତ୍ତ୍ୱ ବା ସବିକଳ୍ପ ସମାଧି ଯୋଗ ତତ୍ତ୍ୱ ବିଶିଷ୍ଟ ସୁବର୍ଣ୍ଣପୁର ର ବଳିଯାତ୍ରା ହେଉଛି ସର୍ବଶ୍ରେଷ୍ଠ l ଏଥିରେ ସମାଜ ର ସବୁ ବର୍ଗ ର ଲୋକ ଆଚାଣ୍ଡାଳ ବ୍ରାହ୍ମଣ ଅଂଶ ଗ୍ରହଣ କରନ୍ତି l ଏପରିକି ରାଜା ନିଜେ ସ୍ୱୟଂ ବଳି ଭରିବା ବସି ଦେଖନ୍ତି l ଦଶହରା ଦିନ ଗୋଟିଏ ଦିନ ପାଇଁ ପୁରୋହିତ ଙ୍କୁ ସମ୍ମାନଜନକ ରାଜ ସିଂହାସନ ରେ ବସାଇ ରାଜାର ସମ୍ମାନ ଦିଆଯାଏ l ଏହି ବଳିଯାତ୍ରା ପର୍ବ ଆଶ୍ଵିନ ଅମାବାସ୍ୟା ଠାରୁ କାର୍ତ୍ତିକ ପ୍ରଥମ ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାଏ l ଏତଦବ୍ୟତୀତ ସୁବର୍ଣ୍ଣପୁର ହେଉଛି ଶାକ୍ତ, ଶୈବ, ବୈଷ୍ଣବ, ନାଥ ତଥା ସତ୍ୟ ମହିମା ଧର୍ମ ର ସମନ୍ୱୟ ପୀଠ l ଏହି ପବିତ୍ର ମାଟି ହେଉଛି ବୌଦ୍ଧ ବଜ୍ରଯାନ, ସହଜଯାନ ଓ କଲଚକ୍ରଯାନ ର ପ୍ରବର୍ତ୍ତନ ର ଆଦିପୀଠ l ଏହା ହେଉଛି ଇନ୍ଦ୍ରଭୂତି, ଅନଙ୍ଗବଜ୍ର, ପଦ୍ମ ସମ୍ଭବ, ଲକ୍ଷ୍ମୀ କରା ତଥା ଚନ୍ଦ୍ରମଣି ଦାସ ଓ ଭୀମଭୋଇ ଙ୍କ ସାଧନା ଓ ସମାଧି ପୀଠ l ଏହା ଶ୍ରୀ ଜଗନ୍ନାଥ ଙ୍କ ର ଆଦିପୀଠ l ତେଣୁ ନିଶ୍ଚିତ ଭାବରେ ସୁବର୍ଣ୍ଣପୁର ହେଉଛି ଭାରତୀୟ ସଂସ୍କୃତି ର ନାଭିକେନ୍ଦ୍ର ଏଥିରେ ତିଳେ ହେଲେ ସନ୍ଦେହେ ନାହିଁ ବୋଲି ବିଶିଷ୍ଟ ଗବେଷକ, ଐତିହାସିକ, ସାହିତ୍ୟିକ ମାନେ ସେମାନଙ୍କ ସ୍ପଷ୍ଟ ମତ ବ୍ୟକ୍ତ କରିଥିଲେ l ଏହି ଉପଲକ୍ଷେ କୋଶଲ ସାହିତ୍ୟ ସଂସ୍କୃତି ଏକାଡେମୀ ଆନୁକୂଲ୍ୟରେ ଆଜି ଶ୍ରୀ ଶ୍ରୀ ଯୋଗେଶ୍ୱର ମନ୍ଦିର ପରିସର ଯୋଗ ବିହାର ଠାରେ ଏକ ବୁଦ୍ଧିଜୀବୀ ସମ୍ବିଳନୀ ଅନୁଷ୍ଠିତ ହୋଇଥିଲା l ଯେଉଁଥିରେ ଆଲୋଚନା ର ବିଷୟ ରଖାଯାଇଥିଲା ” ଭାରତୀୟ ସଂସ୍କୃତି ର ନାଭି କେନ୍ଦ୍ର ସୁବର୍ଣ୍ଣପୁର ” l ନ୍ୟାୟାଧିଶ ଚିତ୍ତରଞ୍ଜନ ଦାଶ ଏଥିରେ ମୁଖ୍ୟ ଅତିଥି, ଡ. ରାଜେନ୍ଦ୍ର କୁମାର ମିଶ୍ର ସମ୍ମାନିତ ଅତିଥି, ଡ. ପ୍ରଫୁଲ୍ଲ କୁମାର ରଥ ମୁଖ୍ୟ ବକ୍ତା, ଡ. ସନ୍ତୋଷ କୁମାର ପାଢ଼ୀ ଓ ଡ. ଜ୍ୟୋତି ରଞ୍ଜନ ବହିଦାର, ସୁନନ୍ଦା ସାହୁ, କବି ଆର୍ତ୍ତତ୍ରାଣ ବାବୁ, ଲେଖକ ଯୋଗୀନ୍ଦ୍ର ପ୍ରସାଦ ପଣ୍ଡା ସମ୍ମାନିତ ବକ୍ତା ଭାବେ ଯୋଗ ଦେଇଥିଲେ l ଏକାଡେମୀ ର ସାଧାରଣ ସମ୍ପାଦକ ଗୋରେଖନାଥ ସାହୁ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ସୁବର୍ଣ୍ଣl ର ସଭାନେତ୍ରୀ ପ୍ରlଧ୍ୟାପିକା ମୀନା ମହାରଣା ଧନ୍ୟବାଦ ପ୍ରଦାନ କରିଥିଲେ l ଏହି ଅବସରରେ ପ୍ରଖ୍ୟାତ ନାଟ୍ୟକାର ତଥା ଚଳଚ୍ଚିତ୍ର ଅଭିନେତା ଅଟଳ ବିହାରୀ ପଣ୍ଡା ଙ୍କ ଆତ୍ମଜୀବନୀ ର ଦ୍ଵିତୀୟ ଖଣ୍ଡ ” ବାନ୍ଦୁ ଉଵାଚ ” ଲୋକାର୍ପିତ ହୋଇଥିଲା l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….
