April 3, 2026
Home » ସୂଚନା ଓ ଲୋକସମ୍ପର୍କ ବିଭାଗର କର୍ମଚାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ସୂଚନା ଓ ଲୋକସମ୍ପର୍କ ବିଭାଗର କର୍ମଚାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

0
WhatsApp Image 2026-04-02 at 10.21.17 PM (1)

 

ଭୁବନେଶ୍ୱର: ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରୋଗ୍ରାମ କୋଅର୍ଡିନେଟର ଶ୍ରୀ ଗଙ୍ଗାଧର ମଲ୍ଲିକ, ପେଷ୍ଟିଂ କ୍ଲର୍କ ଶ୍ରୀ କବିରାଜ ପଣ୍ଡା ଓ ଡ୍ରାଇଭର ଶ୍ରୀ ରମେଶ ମଲ୍ଲିକଙ୍କୁ ଆଜି ବିଭାଗ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।ବିଭାଗୀୟ ସମ୍ମିଳନୀ କକ୍ଷରେ ଆୟୋଜିତ ସଭାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ଅନୁଜ କୁମାର ଦାସପଟ୍ଟନାୟକ ଅଧ୍ୟକ୍ଷତା କରି ଅବସରପ୍ରାପ୍ତ କର୍ମଚାରୀମାନଙ୍କ ସହ ତାଙ୍କର ଅନୁଭୂତିର ସ୍ମୃତିଚାରଣ କରିଥିଲେ । ସେମାନଙ୍କର କର୍ତ୍ତବ୍ୟନିଷ୍ଠା, ସମୟାନୁବର୍ତ୍ତିତା ଓ ଦାୟିତ୍ଵବୋଧକୁ ପ୍ରଶଂସା କରିବା ସହ ସେମାନେ ବିଭାଗ ପାଇଁ ଏକ ଆଦର୍ଶ ବୋଲି ଉଲ୍ଲେଖ କରିଥିଲେ । ସେ ସେବାନିବୃତ୍ତ କର୍ମଚାରୀମାନଙ୍କ ଦୀର୍ଘ ସୁସ୍ଥ ଓ ନିରାମୟ ଅବସରକାଳୀନ ଜୀବନ କାମନା କରିଥିଲେ ।ଉପଶାସନ ସଚିବ ଶ୍ରୀ ପ୍ରଣବ କୁମାର ଦାସ ତାଙ୍କ ବକ୍ତବ୍ୟରେ ଅବସରପ୍ରାପ୍ତ କର୍ମଚାରୀମାନଙ୍କ ଦୀର୍ଘ ବର୍ଷର କାର୍ଯ୍ୟାନୁଭବ ଓ ବିଭାଗ ପ୍ରତି ସେମାନଙ୍କର ଅବଦାନକୁ ଉଲ୍ଲେଖ କରିଥିଲେ । ଉପନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ ସେମାନଙ୍କର ସହଯୋଗୀ ମନୋଭାବ, ଭାଇଚାରା ଓ ସମସ୍ତଙ୍କ ପ୍ରତି ସହାୟତାମୂଳକ ଭାବନାକୁ ପ୍ରଶଂସା କରିଥିଲେ । ଅନୁଶାସନ ସଚିବ ମୌସୁମୀ ଦାସ ଓ ଲୋକସମ୍ପର୍କ ଅଧିକାରୀ ସାଗରିକା ପ୍ରିୟଦର୍ଶିନୀ ସଂକ୍ଷିପ୍ତ ବକ୍ତବ୍ୟ ରଖିବା ସହ ସେବାନିବୃତ୍ତ କର୍ମଚାରୀମାନଙ୍କୁ ଶୁଭେଚ୍ଛା ଜଣାଇ ସୁଖମୟ ଅବସରଜୀବନ କାମନା କରିଥିଲେ ।

ଶ୍ରୀ ଗଙ୍ଗାଧର ମଲ୍ଲିକ, ଶ୍ରୀ କବିରାଜ ପଣ୍ଡା ଓ ଶ୍ରୀ ରମେଶ ମଲ୍ଲିକ ସେମାନଙ୍କର ଚାକିରି ଜୀବନର ସ୍ମୃତିଚାରଣ କରିଥିଲେ । ନିଜ ନିଜର ଅନୁଭବ ଓ ଅନୁଭୂତି ବଖାଣିବା ସହ ସେମାନେ ବିଭାଗର ସହକର୍ମୀମାନଙ୍କୁ ସେମାନଙ୍କର ସହଯୋଗୀ ମନୋଭାବ ଏବଂ ବନ୍ଧୁତା ପାଇଁ ଧନ୍ୟବାଦ ଜଣାଇଥିଲେ ।ଏହି ଅବସରରେ ଅତିରିକ୍ତ ଶାସନ ସଚିବ ଶ୍ରୀ ଅଶୋକ କୁମାର ବେହୁରିଆ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀମତୀ ସ୍ମିତା କରଙ୍କ ସମେତ ବିଭାଗର ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

 

 

Leave a Reply

Your email address will not be published. Required fields are marked *