ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ପକ୍ଷରୁ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ।

କେନ୍ଦୁଝର ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ଗୋବର୍ଦ୍ଧନ ଗ୍ରାମର ଜନତା ନୋଡ଼ାଲ ସ୍କୁଲ ପରିସରରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ପରାମର୍ଶ ଶିବର ଆୟୋଜନ କରିଛି। ଭୁବନେଶ୍ଵରର ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲର ମିଳିତ ସହଯୋଗରେ ଏହା ସଫଳ ଭାବେ ଅନୁଷ୍ଠିତ ହୋଇଯାଇଛି। ଗୋବର୍ଦ୍ଧନ,ସେଣ୍ଡକାପ,ପଦ୍ମପୁର, ରୁକୁଣାପୁର,ବାଉରୀପଦା ଆଦି ଗ୍ରାମରୁ ଶହ ଶହ ଲୋକ ଆସି ଏହି ଶିବିରରେ ସ୍ୱାସ୍ଥ୍ୟ ପରୀକ୍ଷା ସହ ଡାକ୍ତରୀ ପରାମର୍ଶ ନେଇଥିଲେ । ହାଇଟେକ୍ ହସ୍ପିଟାଲ ପକ୍ଷରୁ ହୃଦ,ଭେଷଜ,ଚକ୍ଷୁ,ଦନ୍ତ, ମହିଳା ଓ ପ୍ରସୂତି, ଶିଶୁ ବିଭାଗରେ ବିଶେଷଜ୍ଞମାନେ ଆସି ଲୋକଙ୍କୁ ସ୍ଵାସ୍ଥ୍ୟ ପରୀକ୍ଷା କରି ପରାମର୍ଶ ଦେଇଥିଲେ। ଏହି ସ୍ୱାସ୍ଥ୍ୟ ଶିବିରକୁ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଅଧକ୍ଷ ଡକ୍ଟର ବିପିନ ବିହାରୀ ମିଶ୍ର ଉଦଘାଟନ କରି ସ୍ଵାସ୍ଥ୍ୟ ସଚେତନତା ଉପରେ କହିଥିଲେ। ହାଇଟେକ୍ ପକ୍ଷରୁ ସୁଶାନ୍ତ ଶତପଥୀ ଓ ସତ୍ୟ ସ୍ୱରୂପ ମହାନ୍ତି ଏହି କାର୍ଯ୍ୟକ୍ରମର ତଦାରଖ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରିୟଦର୍ଶନ ମହାପାତ୍ର, ଚାରୁଲତା ପାଣିଗ୍ରାହୀ,ରବୀନ୍ଦ୍ରନାଥ ରାଉତରାୟ, ସୁକନ୍ୟା ମହାନ୍ତି ପ୍ରମୁଖ ଏହି ଶିବିର ପରିଚାଳନା କରିଥିଲେ। ସ୍ୱେଚ୍ଛାସେବୀ ଅନୁଷ୍ଠାନର ଉପଦେଷ୍ଟା ଲାୟନ ସରୋଜ କୁମାର ପଟ୍ଟନାୟକ ଓ ନିଶାକର ରାଉତ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ । ଶେଷରେ ଡକ୍ଟର ସୁକାନ୍ତି ମିଶ୍ର ଧନ୍ୟବାଦ ଅର୍ପଣ ପରେ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।
କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ )ଇଷ୍ଟର୍ନ ପ୍ରେସ