ସେଣ୍ଟର ଫର ସାଇନ୍ସ ଓ ଏନଭାରନ ମେଣ୍ଟରେ ପଦ୍ମ ଶ୍ରୀ ଡ ସୁନିତା ନାରାୟଣଙ୍କ ବ୍ୟାପକ ବିଚାର ବିମର୍ଶ
ନିମିଲି : ବିଶ୍ୱରେ ଏବେ ଜଳବାୟୁ ପରିବର୍ତ୍ତନ ଉତ୍ତାପ ବୃଦ୍ଧି ଓ ତତଜନିତ ସମସ୍ୟା ଜର୍ଜ୍ଜରିତ କରିଛି। ସେଥିରୁ ରକ୍ଷା ପାଇବା ପାଇଁ ପରିବେଶବିତ ମାନେ ଚିନ୍ତା ପ୍ରକଟ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ରାଜସ୍ଥାନ ନିମିଲି ଠାରେ ପ୍ରତିଷ୍ଠିତ ଅନିଲ ଅଗ୍ରୱାଲ ବିଜ୍ଞାନ ଓ ପରିବେଶ ପ୍ରତିଷ୍ଠାନ ଦେଶ ବିଦେଶର ପ୍ରତିଷ୍ଠିତ ଗଣ ମାଧ୍ୟମ ପ୍ରତିନିଧି ସମ୍ପାଦକମାନଙ୍କୁ ନେଇ ଏକ ଗବେଷଣା ଭିତ୍ତିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ଏହି କାର୍ଯ୍ୟକ୍ରମର ଉଦଘାଟିନୀ ଉତ୍ସବରେ ଦେଶର ଜଣାଶୁଣା ପରିବେଶ ବିଜ୍ଞାନୀ ପଦ୍ମ ଶ୍ରୀ ଡ଼ ସୁନିତା ନାରାୟଣ ଅଧକ୍ଷତା କରି ସାମ୍ବାଦିକ ମାନଙ୍କୁ ଉଦବୋଧନ ପ୍ରେରଣା ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମ ଚାରି ଦିନ ଧରି ଚାଲିବ। କାର୍ଯ୍ୟକ୍ରମରେ ଜଳବାୟୁର ସୁରକ୍ଷା ପାଇଁ ବୈଜ୍ଞାନିକ ଉପାୟରେ କଣ ପଦକ୍ଷେପ ନିଆଯାଇ ପାରିବ ତାହା ଉପରେ ଆଲୋଚନା ସ୍ଥାନ ପାଇଥିଲା। ୩୦ରୁ ଅଧିକ ପରିବେଶ ବିଶେଷଜ୍ଞ ଜଳବାୟୁ ପରିବର୍ତ୍ତନ ଉପରେ ଖବର ପରିବେଷଣ କରୁଥିବା ସାମ୍ୱାଦିକ ମାନେ ନିଜ ଅଞ୍ଚଳର ସମସ୍ୟା ପ୍ରତିକାର ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରତିଷ୍ଠାନର ସହ ପରିଚାଳକ ସୁପୋର୍ଣ୍ଣ ବାନାର୍ଜୀ ପ୍ରାରମ୍ଭରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମ୍ବଧରେ ସୂଚନା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ମିଡ଼ିଆ ମ୍ୟାନେଜର ସୁକନ୍ୟା ନୟାର। ଓଡିଶାରୁ ଏହି କାର୍ଯ୍ୟକ୍ରମରେ ୩ ଜଣ ପ୍ରତିନିଧି ଯୋଗ ଦେଇଥିଲେ।
