November 13, 2025
Home » ସେବାଶ୍ରମ ରେ ଛାତ୍ରୀ ଗର୍ଭବତୀ, କତୃପକ୍ଷଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି

ସେବାଶ୍ରମ ରେ ଛାତ୍ରୀ ଗର୍ଭବତୀ, କତୃପକ୍ଷଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି

0
WhatsApp Image 2025-07-21 at 2.57.22 PM


ବାଲିଗୁଡ଼ା: କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ଅନୂସୁଚିତ ଜାତି ଓ ଜନଜାତି ସେବାଶ୍ରମ ବିଦ୍ୟାଳୟ ଗୁଡିକରେ ବାରମ୍ବାର ଛାତ୍ରୀ ଗର୍ଭବତୀକୁ ନେଇ ଜିଲ୍ଲା ପ୍ରଶାସନର ମୁଣ୍ଡ ବିନ୍ଧା ପାଲଟିଛି ।ଗତକାଲି ତୁମୁଡିବନ୍ଧ ଥାନା ଅନ୍ତର୍ଗତ ବେଲଘର ରାଙ୍ଗାପାରୁ ସେବାଶ୍ରମ ବିଦ୍ୟାଳୟରେ ଦଶମ ଶ୍ରେଣି ଛାତ୍ରୀ ଗର୍ଭବତୀ କୁ ନେଇ ସବୁଠି ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏହି ଘଟଣାକୁ ନେଇ ଜିଲ୍ଲାରେ ଲଜ୍ୟା ଜନକ ବିଷୟ ପାଲଟିଛି । ଏ ନେଇ ଜିଲ୍ଲା ମଙ୍ଗଳ ଅଧିକାରୀ ଓ ପ୍ରସାଶନ ହରଡ ଘଣାରେ ।ଘଟଣା ପ୍ରକାରେ ଛାତ୍ରୀ ଜଣକ ଛୁଟିପରେ ହଷ୍ଟେଲକୁ ଫେରିଥିଲା ।କିଛି ମାସ ପରେ ସେ ଗର୍ଭବତୀ ହୋଇଥିବା ଦାଇତ୍ବରେ ଥିବା ମେଟ୍ରୋନ୍ ,ଏଏନ୍ଏମ,ଓ ପ୍ରଧାନଶିକ୍ଷକ ଜାଣିବାକୁ ପାଇଥିବା ସୂଚନା ଦେଇଛନ୍ତି ।ଏ ନେଇ ତୁମୁଡିବନ୍ଧ ଥାନାରେ ଛାତ୍ରୀର ବାପା ମାଆ ଅଭିଯୋଗ କରିଛନ୍ତି ।ତୁମୁଡ଼ିବନ୍ଧ ଥାନା ପକ୍ଷରୁ ୮୫/୨୫ ରେ ଏକ ମାମଲା ରୁଜୁହୋଇ ତଦନ୍ତ ଚାଲିଥିବା କହିଛନ୍ତି ଥାନା ଅଧିକାରୀ ଆଶୁତୋଷ ଜେନା ।ଛାତ୍ରୀର ବାପା,ମାଆ କହିବା ପ୍ରକାରେ ଝିଅ ଛୁଟିରେ ଘରକୁ ଯାଇଥିବା ବେଳେ ଝିଅ ଠିକ୍ ଥିଲା ଛୁଟି ସରିବା ପରେ ସେ ହଷ୍ଟେଲକୁ ଫେରିଥିଲା ଏବଂ ଝିଅ ଗର୍ଭବତୀ ହୋଇଥିବା ଖବର ପ୍ରଧାନଶିକ୍ଷକ ଜଣାଇବାରୁ ଆମେ ଏ ବିଷୟରେ ଜାଣିବାକୁ ପାଇଲୁ, ଏ ଘଟଣା କେମିତି ହେଲା ଆମେ ଏ ବିଷୟରେ କିଛି ଜଣିନାହୁଁ ତେଣୁ ତୁମୁଡିବନ୍ଧ ଥାନାର ଦ୍ବାରସ୍ତ ହୋଇଛୁ ।ଏପଟେ ଝିଅଟିର କୈଣସି ପୁଅ ସହିତ ପ୍ରେମ ସଂମ୍ପର୍କ ଥାଇପାରେ ବୋଲି ସଂନ୍ଦେହ ସୃଷ୍ଟି ହେଉଥିବା ଜଣାପଡିଛି ।ଏଠାରେ ଆମର ସେବାଶ୍ରମ ଦାଇତ୍ବରେ ଥିବା କତୃପକ୍ଷଙ୍କୁ ପ୍ରଶ୍ନ ଛାତ୍ରୀମାନେ ଛୁଟିପରେ ବିଦ୍ୟାଳୟ ହଷ୍ଟେଲକୁ ଫେରିବା ପରେ ସ୍ବାସ୍ଥ୍ୟ ଅବସ୍ଥା ଯାଞ୍ଚ କରଯାଇ ହଷ୍ଟେଲରେ ରହିବାକୁ ଅନୂମତି ରହିବା ସରକାରଙ୍କ ନିୟମ ରହିଛି ,କାହିଁକି ଏହା ଉପରେ ଗୁରୁତ୍ବ ଦିଆଯାଇ ନାହିଁ,ଯଦି ଠିକରେ ସ୍ବାସ୍ଥ୍ୟ ଚେକିଙ୍ଗ୍ କରାଯାଇଥିଲା ଛାତ୍ରୀର ଗର୍ଭବତୀ ପାଇଁ କିଏ ଦାୟୀ ତାହାର ଉତ୍ତର ରଖନ୍ତୁ ହଷ୍ଟେଲ ଦାୟୀତ୍ବରେ ଥିବା ମେଟ୍ରୋନ୍,ଏଏନ୍ଏମ୍ ଓ ପ୍ରଧାନଶିକ୍ଷକ ।ରାଙ୍ଗାପାରୁ ସେବାଶ୍ରମ ବିଦ୍ୟାଳୟଟି ଉପାନ୍ତ ଅଞ୍ଚଳ ମାଓ ଇଲାକାରେ ହୋଇଥିବା ହେତୁ ଏହି ଅଞ୍ଚଳକୁ ଉଚ୍ଚପଦସ୍ତ ଅଧିକାରୀଙ୍କ ପ୍ରାୟ ସମୟରେ ପାଦ ପଡୁନଥିବା ରୁ ଯାହାର ଫାଇଦା ଏଠାକାର ସେବାଶ୍ରମ ଗୁଡିକ ଉଠାଉଥିବା ବେଳେ ଛାତ୍ରୀମାନଙ୍କୁ ଏଭଳି ଦଶା ବାରମ୍ବାର ଭୋଗିବାକୁ ପଡୁଛି ।ଯାହାଫଳରେ କି ଗତ କିଛି ବର୍ଷ ହେଲା ସେବାଶ୍ରମ ଗୁଡିକରେ ଛାତ୍ରୀ ଗର୍ଭବତୀ ଘଟଣା ବଢିବାରେ ଲାଗିଛି ।ଏ ନେଇ ଦାଇତ୍ବରେ ଥିବା ପ୍ରଧାନ ଶିକ୍ଷକ ଲିଗଂରାଜଙ୍କ ଫୋନ ଯୋଗେ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲୁ ତାଙ୍କ ସହିତ ଯୋଗାଯୋଗ ହୋଇପାରି ନାହିଁ ।ଜିଲ୍ଲା ପ୍ରଶାସନ ଏହାର ସଠିକ ତଦନ୍ତ କରି ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଅଛି ।

Leave a Reply

Your email address will not be published. Required fields are marked *