February 9, 2026
Home » ସୋଆ ଏସ୍‌ଏଚ୍‌ଏମ୍‌ର ୧୩ ତମ ବାର୍ଷିକ ଉତ୍ସବ ପାଳିତ

ସୋଆ ଏସ୍‌ଏଚ୍‌ଏମ୍‌ର ୧୩ ତମ ବାର୍ଷିକ ଉତ୍ସବ ପାଳିତ

0
ANNUAL DAY

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍‌ଏଚ୍‌ଏମ୍‌)ର ୧୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବୁଧବାର ଏସଏଚ୍‌ଏମ୍ ପରିସରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଓଲିଉଡ୍ ଅଭିନେତା ପୁପିନ୍ଦର ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଟ୍ରାଇଡେଂଟ ହୋଟେଲର ଜେନେରାଲ ମ୍ୟାନେଜର ଶ୍ରୀ ରୋହିତ ତିୱାରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଓଡ଼ିଶାର ଖାଦ୍ୟ ଆସନ୍ତା ୪ ରୁ ୫ ବର୍ଷ ମଧ୍ୟରେ ସାରା ବିଶ୍ୱରେ ଅଧିକ ପ୍ରସିଦ୍ଧି ଲାଭ କରିବ ବୋଲି ପୁପିନ୍ଦର କହିବା ସହ ଏସ୍‌ଏଚ୍‌ଏମ୍‌ର ଛାତ୍ରଛାତ୍ରୀଙ୍କ କାର୍ଯ୍ୟ ଓ ଦକ୍ଷତାକୁ ପ୍ରଶଂସା କରିଥିଲେ। ସେହିପରି ଶ୍ରୀ ତିୱାରୀ ଏସ୍‌ଏଚ୍‌ଏମ୍‌ର ଛାତ୍ରଛାତ୍ରୀ ଖୁବ ଭଲ କାର୍ଯ୍ୟ କରୁଛନ୍ତି ବୋଲି କହିଥିଲେ। ଅବସରରେ ଏସ୍‌ଏଚ୍‌ଏମ୍‌ର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରଫେସର ସ୍ମିତା ସୁଚରିତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ବେଳେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା।

Leave a Reply

Your email address will not be published. Required fields are marked *