July 26, 2025
Home » ସୋନପୁର କଲେଜ ସମସ୍ୟାକୁ ନେଇ ଏବିଭିପି ର ବିକ୍ଷୋଭ ଓ ଧାରଣା

ସୋନପୁର କଲେଜ ସମସ୍ୟାକୁ ନେଇ ଏବିଭିପି ର ବିକ୍ଷୋଭ ଓ ଧାରଣା

0
WhatsApp Image 2025-07-25 at 12.48.21 PM

ସୁବର୍ଣ୍ଣପୁର— ସର୍ବ ପୁରାତନ ସୋନପୁର କଲେଜ ବ୍ୟାପକ ସମସ୍ୟା ଦେଇ ଗତି କରୁଛି କ୍ଷ ତା ସହ କଲେଜ ରେ କୋଟି କୋଟି ଟଙ୍କା ର ଦୁର୍ନୀତି ଚାଲିଥିବା ନେଇ ଏବିଭିପି ପକ୍ଷରୁ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ରନେତା । କଲେଜରେ ଛାତ୍ରୀନିବାସ ନିର୍ମାଣ, ଲାଇବ୍ରେରୀକୁ ନୂତନ ବହି ଯୋଗାଣ, ଆବଶ୍ୟକ ସୁରକ୍ଷାକର୍ମୀ ନିୟୋଜନ ସହ ବ୍ୟାପକ ଦୁର୍ନୀତି ବିରୁଦ୍ଧରେ ସୋନପୁର କଲେଜରେ ଏବିଭିପି ପକ୍ଷରୁ ପ୍ରାୟ ୬ ମାସ ପୂର୍ବରୁ ମଧ୍ୟ ବିକ୍ଷୋଭ ସହ ଅଧ୍ୟକ୍ଷଙ୍କୁ ଅବଗତ କରାଯାଇଥିଲା । ଏହାର ସମାଧାନ ନହେବାରୁ ଗୁରୁବାର ଦିନ ପୁଣି ଏବିଭିପି ପକ୍ଷରୁ କଲେଜ ଫାଟକରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କଲେଜ ଅଧ୍ୟକ୍ଷ ଆସି ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନନେବା ପର‌୍ୟ୍ୟନ୍ତ ଅନଶନ ଜାରି ରହିବ ବୋଲି କହିଛନ୍ତି ଏବିଭିପି ଛାତ୍ରନେତା କ୍ଷ ଯଦି ଅଧ୍ୟକ୍ଷ ସମାଧାନ ନ କରିପାରିବେ ତା ହେଲେ ସେ ଅଧ୍ୟକ୍ଷ ପଦରୁ ଓହୋରି ଯାଆନ୍ତୁ ବୋଲି କହିଛନ୍ତି ।

ସେପଟେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀଙ୍କ ସହ ଅଧ୍ୟକ୍ଷ ଘଟଣାସ୍ଥଳକୁ ଆସି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। କିନ୍ତୁ ଅଧ୍ୟକ୍ଷ ସନ୍ତୋଷ ଜନକ ଉତ୍ତର ଦେଇ ପାରି ନ ଥିଲେ କ୍ଷ କାରଣ ଆଗରୁ ମଧ୍ୟ ଏହି ସମସ୍ୟାକୁ ନେଇ ଲିଖିତ ପ୍ରତିଶ୍ରୁତି ଅଧ୍ୟକ୍ଷ ଦେଇ ସାରିଛନ୍ତି ତେଣୁ ଏବିଭିପି କର୍ମକର୍ତ୍ତା ଜିଦ୍‌ରେ ଅଟଳ ରହି ଆନ୍ଦୋଳନ ଜାରି ରଖିଛନ୍ତି । ଡାକ୍ତରୀ ଟିମ୍ ଆସି ଆନ୍ଦୋଳନରତ ଛାତ୍ର ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ କିଛି ଔଷଧ ଦେଇ ଯାଇଥିବା ଜଣାପଡ଼ିଛି । ଜିଲ୍ଲାରେ ତୁହାକୁ ତୁହା ବର୍ଷା ଚାଲିଥିବା ବେଳେ ଅନଶନ ରୁ ଉଠି ନାହାନ୍ତି ଏବିଭିପି କର୍ମକର୍ତ୍ତା । ଏହି ଆନ୍ଦୋଳନରେ ସୋନପୁର କଲେଜ ର ଛାତ୍ର ତଥା ଏବିଭିପି ଓଡିଶା ପଶ୍ଚିମ ର ରାଜ୍ୟ ସହ ସଂପାଦକ ଶୁଭମ ମିଶ୍ର, ରାଜ୍ୟ କାର‌୍ୟ୍ୟକାରିଣୀ ସଦସ୍ୟ ସୁମନ୍ତ ଜଗଦଲା, ଜିଲ୍ଲା ସଂଯୋଜକ ମିଲନ ସେଠୀ, ପୀତାମ୍ବର ପ୍ରଧାନ, ରାଜେଶ ଛତ୍ରିଆ, ବାବୁଲୁ ବେହେରା, ସୌମ୍ୟ ପ୍ରଧାନ, ବାବୁଲୁ ବାଘ, ପ୍ରଦୀପ ଦୀପ, ପୃଥ୍ବୀରାଜ ଓରାମ, ଧୀରେନ ସା, ଶୁଭାଶିଷ ଘିବଲା, ଚିସ୍ମୟ ପ୍ରଧାନଙ୍କ ସହ ଛାତ୍ର ପ୍ରମୁଖ ସାମିଲ ଅଛନ୍ତି ।

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *