ସୋନପୁର ଘୋଡା ଘାଟ ପଡ଼ା ଠାରେ ରାମ ଲୀଳା ଉତ୍ସବ ଉଦଯାପିତ
ସୁବର୍ଣ୍ଣପୁର : ରାଜା ରାଜୁଡ଼ା ସମୟ ରୁ ଦୀର୍ଘ ଶହ ଶହ ବର୍ଷ ର କିମ୍ବଦନ୍ତୀ ରହି ଆସିଥିବା ସୋନପୁର ଘୋଡ଼ାଘାଟପଡ଼ା ର ” ବଉଳ ମୂଳ” ଓ ” ଚକା ପଥର ” ରାମ ଲୀଳା ମଣ୍ଡପ ଠାରେ ଗତ ୬ ତାରିଖ ରାମ ନବମୀ ଠାରୁ ଆୟୋଜିତ ହୋଇ ଥିବା ରାମଲୀଳା ଯାତ୍ରା ଗତ କାଲି ବିଳମ୍ବିତ ରାତିରେ ରାବଣ ଇନ୍ଦ୍ରଜିତ କୁମ୍ଭକର୍ଣ୍ଣ ବଧ ସହ ଉଦଯାପିତ ହୋଇଯାଇଛି l ପ୍ରତ୍ୟହ ରାତିରେ ରାମ ଲୀଳା ମଣ୍ଡପ କୁଞ୍ଜ ଘର କୁ ପ୍ରଭୁ ମଦନ ମୋହନ, ଶ୍ରୀ ରାମ, ଲକ୍ଷ୍ମଣ,ସୀତା, ହନୁମାନ ବିରାଜ ମାନ ହେଉଥିଲେ l ଏଠାରେ ପରିବେଷଣ କରାଯାଉଥିବା ପ୍ରତ୍ୟହ ନାଟକ ପରିବେଷଣ ରେ ସ୍ଥାନୀୟ କଳାକାର ମାନେ ନିଖୁଣ ଅଭିନୟ କରିଥିଲେ l ଶ୍ରୀରାମ ଭୂମିକାରେ ତରଣି ମେହେର, ଲକ୍ଷ୍ମଣ ବିକି ସାହୁ , ସୀତା ଭୂମିକାରେ ରାଜା ମାହାଣା, ହନୁମାନ ଭୂମିକା ରେ ଶଙ୍କର ସାହୁ, ରାବଣ ଭୂମିକାରେ ଭାଗିରଥି ମିଶ୍ର, ଇନ୍ଦ୍ରଜିତ କବି ସୁଦାମ ନାଏକ ନାଟକ ରେ ଅଭିନୟ କରିଥିଲେ l ଶହ ଶହ ପୁରୁଷ ମହିଳା ଦର୍ଶକ ନାଟକ କୁ ଉପଭୋଗ କରୁଥିଲେ l ରାମଲୀଳା କମିଟି ର ଉପଦେଷ୍ଟା ଶ୍ରୀବତ୍ସ ମଲ୍ଲିକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱlବଧାନ ରେ ଅନୁଷ୍ଟିତ ଏହି ଯାତ୍ରା ରେ ସଭାପତି ଭିକାରୀ ଗୁରୁ, ସଂପାଦକ ସତ୍ୟ ଜିତ ସାହୁ, ସହ ସଂପାଦକ ରାକା ପଟ୍ଟନାଏକ, କୋଷାଧ୍ୟକ୍ଷ ଗିରିଜା ସାହୁ , ବରିଷ୍ଠ ସଦସ୍ୟ କଷ୍ଠ ବେରିହା, ଛବିଳ ନାଏକ, ଚମାର ମେହେର, କାର୍ତ୍ତିକ ପଧାନ, ତାରା ଭୂଷଣ ସାହୁ , ଗଙ୍ଗା ସେଠି, ରାମ ମେହେର, ପ୍ରଭାତ ପଧାନ ପ୍ରମୁଖ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l ଗାୟକ ଭାବେ ହୃଷି କେଶ ପଧାନ ଦାୟିତ୍ବ ତୁଲାଇ ଥିଲେ l ରାଜା ରାଜୁଡ଼ା ସମୟ ରୁ ଦୀର୍ଘ ଶହ ଶହ ବର୍ଷ ଧରି ଏଇ ରାମ ଲୀଳା ଉତ୍ସବ ଏଠାରେ ଖୁବ୍ ନିଷ୍ଠା ର ସହିତ ପାଳନ କରି ଆସୁଥିବା ବେଳେ ଖୋଦ୍ ସୋନପୁର ରାଜା ବିରମିତ୍ର ସିଂହ ଦେଓ ଏହି ଉତ୍ସବ ରେ ଯୋଗ ଦେଇ ନାଟକ ଉପଭୋଗ କରୁଥିଲେ ବୋଲି କମିଟି ପକ୍ଷରୁ ସୁଚନା ମିଳିଛି l
ରିପୋର୍ଟ — ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
