ସୋନପୁର ଠାରେ ଚିତ୍ତ ଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମେଗା ସ୍ବାସ୍ଥ୍ୟ ଚିକିତ୍ସା ଶିବିର
ସୁବର୍ଣ୍ଣପୁର— ଚିତ୍ତଜ୍ଞାନୀ ଚାରି ଟେବୁଲ୍ ଟ୍ରଷ୍ଟ ପଶ୍ଚିମ ଓଡିଶା ଶାଖା ମା’ ଘର ପକ୍ଷରୁ ମାର୍ଚ୍ଚ ୨୯ ତାରିଖ ରବିବାର ଦିନ ମେଗା ଦାତବ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା l ଏହି ଶିବିର କୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଓ ଆରକ୍ଷୀ ଅଧିକ୍ଷକ ନାରାୟଣ ନାଏକ ଉଦଘାଟନ କରିଥିଲେ l ସୁବର୍ଣ୍ଣପୁର ସିଡିଏମ ଆଣ୍ଡ ପି ଏଚ ଓ ଡାକ୍ତର ଉଷାରଣୀ ଦାସ ଅତିଥି ଭାବେ ଯୋଗଦେଇଥିଲେ l ଟ୍ରଷ୍ଟ ର ପରିଚାଳନା ଟ୍ରଷ୍ଟି ତଥା ମୁଖ୍ୟ ଆୟୋଜକ ଏସସିବି ମେଡିକାଲ କଲେଜ ର ପୂର୍ବତନ ଅଧ୍ୟକ୍ଷ ଓ ଓଡିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ର ପ୍ରଥମ କୁଳପତି ମୂତ୍ର ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ଦତ୍ତେଶ୍ୱର ହୋତା ଙ୍କ ପୃଷ୍ଠପୋଷକତାରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା l ଏଥିରେ କଟକ,ଭୁବନେଶ୍ୱର,ଓ ବଲାଙ୍ଗୀର ର ବିଭିନ୍ନ ରୋଗର ଚିକିତ୍ସକ ଓ ବିଶେଷଜ୍ଞଙ୍କ ସମେତ ୧୦ ଜଣ ଡାକ୍ତର ଯୋଗଦେଇ ବିଭିନ୍ନ ବର୍ଗର ରୋଗୀଙ୍କୁ ଆଧୁନିକ ଚିକିତ୍ସା ସେବା ଯୋଗାଇ ଦେଇଥଲେ l ରୋଗୀମାନଙ୍କ ଚକ୍ଷୁ ପରୀକ୍ଷା ସହ ବିନା ମୂଲ୍ୟରେ ଔଷଧ,ଚଷମା ପ୍ରଦାନ ସହ ଖାଦ୍ୟ ପ୍ରଦାନକରା ଯାଇଥିଲା l ଭିନ୍ନକ୍ଷମ, ବୁଢ଼ା, ବୁଢୀ ଙ୍କ ଠାରୁ ଆରମ୍ଭ କରି ଶିଶୁ ଙ୍କ ପର୍ଯ୍ୟନ୍ତ ରୋଗୀମାନେ ଆସି ଚିକିତ୍ସା କରାଇଥିଲେ l ବିଭିନ୍ନ ବର୍ଗର ୩୨୦ ଜଣ ରୋଗୀ ଆସି ସେମାନଙ୍କ ସ୍ୱାସ୍ଥ୍ୟ ର ଚିକିତ୍ସା କରାଇଥିଲେ l ସତ୍ୟଜିତ ନାୟକଙ୍କ ନେତୃତ୍ୱ ରେ ଟ୍ରଷ୍ଟ ର କର୍ମକର୍ତ୍ତା ଓ ସ୍ବେଛାସେବୀ ସହାୟତା କରିଥିଲେ l ଆଗାମୀ ଦିନରେ ବି ଏହିପରି ସେବା ଜାରି ରହିବ ବୋଲି ଡାକ୍ତର ହୋତା ପ୍ରକାଶ କରିଛନ୍ତି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….
