ସୋନପୁର ଠାରେ ବରିଷ୍ଠ ନାଗରିକ ସଂଘ ର ଷଷ୍ଠ ବାର୍ଷିକ ଉତ୍ସବ ଅନୁଷ୍ଠିତ
ସୁବର୍ଣ୍ଣପୁର– ଶ୍ରୀ ଗୋପାଲଜୀ ଯୋଗାଳୟ ଠାରେ ବରିଷ୍ଠ ନାଗରିକ ସଂଘ ର ଷଷ୍ଠ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି l ଏଥିରେ ଅତିଥି ଭାବରେ ସଂଘ ର ଉପଦେଷ୍ଟା ଗୋରେଖ୍ ନାଥ ସାହୁ, ନାରାୟଣ ପ୍ରସାଦ ରାୟଗୁରୁ, ସଭାପତି ଡ଼ଃ. ଜ୍ୟୋତି ରଞ୍ଜନ ବହିଦାର, ଉପ ସଭାପତି ଡ଼ଃ. ଆର୍ତ୍ତ ତ୍ରାଣ ବାବୁ ଯୋଗ ଦେଇ ନିଜର ସ୍ବାର୍ଥ ପାଇଁ ନୁହେଁ ଜିଲ୍ଲା ର ସାମୁହିକ ବିକାଶ ପାଇଁ ଗଣତାନ୍ତ୍ରିକ ପଦ୍ଧତିରେ ଲଢେଇ କରିବାକୁ ନିଷ୍ପତ୍ତି ନେବାକୁ ଓ ସଂକଳ୍ପ କରିବାକୁ ପରାମର୍ଶ ଦେଇଥିଲେ l

ସମ୍ପାଦକ ଜ୍ୟୋତି ରଞ୍ଜନ ପଟ୍ଟନାୟକ ସ୍ଵାଗତ ଭାଷଣ ଦେଇଥିବା ବେଳେ ପ୍ରଦୀପ ପୁରୋହିତ ଧନ୍ୟବାଦ୍ ଅର୍ପଣ କରିଥିଲେ l ଏହି ଅବସର ରେ ଆଗାମୀ ୩ ବର୍ଷ ପାଇଁ ସଂଘ ର ନୂତନ କର୍ମକର୍ତ୍ତା ଚୟନ କରଯାଇଛି l ନୂତନ ସଭାପତି ଭାବେ ପୁଣି ଡ଼ଃ. ଜ୍ୟୋତି ରଞ୍ଜନ ବହିଦାର, ସଂପାଦକ ଭାବେ ଜ୍ୟୋତି ରଞ୍ଜନ ପଟ୍ଟନାୟକ, ଉପ ସଭାପତି ଭାବେ ଡ଼ଃ.ଆର୍ତ୍ତ ତ୍ରାଣ ବାବୁ, ସହ ସଂପାଦକ ଭାବେ ଶ୍ରୀବତ୍ସ ମଲ୍ଲିକ, କୋଷାଧ୍ୟକ୍ଷ ଭାବେ ଦିଲ୍ଲୀପ ରଥ ଙ୍କୁ ମନୋନୀତ କରାଯାଇଛି l ସେହିପରି ଉପଦେଷ୍ଟା ଭାବେ ଗୋରେଖ ନାଥ ସାହୁ, ନାରାୟଣ ପ୍ରସାଦ ରାୟଗୁରୁ, ଡଃ. ସନ୍ତୋଷ ପାଢ଼ୀ ମନୋନୀତ ହୋଇଥିବା ବେଳେ କାର୍ଯ୍ଯ କାରିଣୀ ସଦସ୍ୟ ଭାବରେ ବ୍ୟୋମକେଶ ଦାଶ, ଇନ୍ଦ୍ର ମଣି ଦାଶ, ହରିହର ଶତପଥି, ସତ୍ୟ ନାରାୟଣ ମିଶ୍ର, ଇନ୍ଦୁ ମତି ପୁରୋହିତ, ମିନା କୁମାରୀ ମହା ରଣା, ବ୍ରଜ ମୋହନ ଦାନୀ, ରାଧେଶ୍ୟାମ ମିଶ୍ର, ଦେବ କିଶୋର ଦାନୀ ଓ ପ୍ରଦୀପ ପୁରୋହିତ ଙ୍କୁ ମନୋନୀତ କରାଯାଇଛି l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
