ସୋନପୁର ଠାରେ ବରିଷ୍ଠ ନାଗରିକ ଙ୍କ ପାଇଁ ସ୍ୱତନ୍ତ୍ର ସ୍ଵାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର— ଚିତ୍ତ ଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ ପଶ୍ଚିମ ଓଡ଼ିଶା ଶାଖା ପକ୍ଷରୁ ସୋନପୁର ଘୋଡାଘାଟପଡ଼ା (ମହାରଣା ପଡ଼ା ) “ମା ଘର” ଠାରେ ସୁବର୍ଣ୍ଣପୁର ସହର ର ବରିଷ୍ଠ ନାଗରିକ ଙ୍କ ପାଇଁ ଦୁଇ ଦିନିଆ ସ୍ବତନ୍ତ୍ର ମାଗଣା ସ୍ବାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇ ଯାଇଛି l ପ୍ରଫେସର ଦତ୍ତେଶ୍ୱର ହୋତା ( ୟୁରୋଲୋଜିଷ୍ଟ) ଙ୍କ ତତ୍ୱାବଧାନ ରେ ଅନୁଷ୍ଟିତ ଏହି ଦୁଇ ଦିନିଆ ଶିବିର ରେ ଭେଷଜ ବିଶେଷଜ୍ଞ ଡ଼ା. ଜେ .କିଶୋର , ଅର୍ଥୋପେଡିକ ବିଭାଗ ଡ଼ା. ସିଦ୍ଧାର୍ଥ ମହାନ୍ତି, ଡ଼ା.ରାଜ କିଶୋର ମିଶ୍ର ଯୋଗ ଦେଇ ସହର ର ୫୦ ରୁ ଊର୍ଦ୍ଧ୍ବ ବରିଷ୍ଠ ନାଗରିକ ଓ ସହର ର ଅନେକ ସାଧାରଣ ଲୋକ ଙ୍କୁ ମାଗଣା ଚିକିତ୍ସା କରି ଔଷଧ ବଣ୍ଟନ କରିଥିଲେ l
ଏହି ଶିବିର ରେ କଟକ ର ଉଚ୍ଚ ସ୍ତରୀୟ ଡାକ୍ତରୀ ଦଳ ଙ୍କ ସହିତ ପ୍ରଫେସର ହୋତା ଙ୍କ ଧର୍ମପତ୍ନୀ ଶ୍ରୀମତୀ ସୁଜାତା ପୁଝାରୀ , ଅଶୋକ ପ୍ରିୟଦର୍ଶୀ, ଅରୁଣ ଲେଙ୍କା, ସୁଦୀପ ପରିଡ଼ା, ସଂଗ୍ରାମ ଭୋଳ, ରାଜେଶ ମହାନ୍ତି ଚିକିତ୍ସା, ରେଜିଷ୍ଟ୍ରେସନ୍ ଓ ଔଷଧ ବିତରଣ ସେବା କାର୍ଯ୍ଯ ରେ ସହଯୋଗ କରିଥିଲେ l ନୂଆପଡ଼ା, ବଲାଂଗୀର ଓ ବୌଦ୍ଧ ଜିଲ୍ଲା ର ମଧ୍ୟ ତିନି ଜଣ ବରିଷ୍ଠ ନାଗରିକ ଯୋଗ ଦେଇ ଶିବିର ରେ ଚିକିତ୍ସିତ ହୋଇଥିଲେ l ଶିବିର ର ଉଦଯାପନୀ ସଭାରେ ବରିଷ୍ଠ ନାଗରିକ ବଳରାମ ମିଶ୍ର, ଜ୍ୟୋତି ରଞ୍ଜନ ପଟ୍ଟନାୟକ, ଜ୍ୟୋତି ରଞ୍ଜନ ବହିଦାର, ବ୍ରଜ ମୋହନ ଦାନୀ, ହରିହର ଶତପଥି, ଇସ୍ମାଇଲ ଖାଁ, ସନ୍ତୋଷ ତ୍ରୀପାଠୀ, ପ୍ରଦୀପ ପୁରୋହିତ, ମୃତ୍ୟୁଞ୍ଜୟ ଦାଶ, ଦିଲ୍ଲୀପ ରଥ, ପ୍ରତାପ ଦାଶ, ପଠାଣ କୁମାର ପଣ୍ଡା, ଡ଼ଃ.ସନ୍ତୋଷ ପାଢ଼ୀ , ପ୍ରଦୀପ ଖେତି, ପ୍ରଦୀପ ସାହୁ ପ୍ରମୁଖ ଙ୍କୁ ଏହି ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ସହର ତଥା ଜିଲ୍ଲା ର ବୁଦ୍ଧିଜୀବୀ ଏ ମହତ କାର୍ଯ୍ୟ କୁ ଖୁଵ ପ୍ରଶଂସା କରିଛନ୍ତି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..