ସୋନପୁର ମଡେଲ ଡିଗ୍ରୀ କଲେଜରେ ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ
ସୁବର୍ଣ୍ଣପୁର — ଭାରତ ସରକାରଙ୍କ ଯୁବ ଓ କ୍ରୀଡ଼ା ବ୍ୟାପାର ମନ୍ତ୍ରଣାଳୟଙ୍କ ନିର୍ଦ୍ଦେଶ କ୍ରମେ ଜାତୀୟ ସେବା ଯୋଜନା ଏବଂ ମୋ ଭାରତ ସହଯୋଗରେ ସୋନପୁର ମଡେଲ ଡିଗ୍ରୀ କଲେଜର ପାଠଚକ୍ର ଭବନରେ ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଦେବାଶିଷ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)ଶ୍ରୀମତୀ ଅଞ୍ଜଳିନା ପ୍ରଧାନ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ଅଧିକାରୀ ଅର୍ଜ୍ଜୁନ ମାଝୀ, ଜାତୀୟ ସେବା ଯୋଜନାର ଜିଲ୍ଲା ଅଧିକାରୀ ଧିରେନ୍ଦ୍ର କୁମାର ମିଶ୍ର ଏବଂ ମୋ ଭାରତର ସହକାରୀ ଅଧିକାରୀ କୃପାସିନ୍ଧୁ ସା ଯୋଗଦେଇଥିଲେ। ଭାରତର ମେରୁଦଣ୍ଡ ହେଉଛନ୍ତି ଯୁବଶକ୍ତି। ଯୁବ ଶକ୍ତି ଜାଗ୍ରତ ହେଲେ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି ଅତିଥିମାନେ ବକ୍ତବ୍ୟ ରଖିଥିଲେ l ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀ, ଡକ୍ଟର ସନ୍ତୋଷ ଭୋଇ ସ୍ବାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଅଧ୍ୟାପକ କେଶବ ଭୂଏ, ଧନ୍ୟବାଦ ପ୍ରଦାନ କରିଥିଲେ। ପ୍ରାୟ ୨୦୦ଜଣ ଛାତ୍ରଛାତ୍ରୀ “ଜରୁରୀକାଳୀନ ପରିସ୍ଥିତିର ୫୦ ବର୍ଷ: ଭାରତୀୟ ଗଣତନ୍ତ୍ର ପାଇଁ ଶିକ୍ଷା” ଶୀର୍ଷକ ଉପରେ ସେମାନେ ବକ୍ତବ୍ୟ ରଖିଥିଲେ। ଉକ୍ତ ପ୍ରତିଯୋଗୀଙ୍କ ମଧ୍ୟରୁ ନମାମି ତେଜସ୍ବିନୀ ପଣ୍ଡା, ଜ୍ୟୋତିର୍ମୟୀ ପ୍ରଧାନ, ମାନସୀ ପଧାନ, ପ୍ରିୟାଜ୍ୟୋତି ପାଣିଗ୍ରାହୀ ଏବଂ ଆଶୁତୋଷ ପୂଝାରୀ ରାଜ୍ୟସ୍ତରକୁ ମନୋନୀତ ହୋଇଥିଲେ। ଡକ୍ଟର ସିଦ୍ଧାନନ୍ଦ ପ୍ରଧାନ, ଡକ୍ଟର ମନୋଜ କୁମାର ନାଗ, ଡକ୍ଟର ରାଜେଶ କୁମାର କର୍ଣ୍ଣ, ଶ୍ରୀ ଧୀରେନ୍ଦ୍ର କୁମାର ମିଶ୍ର ଏବଂ ବେଣୁଧର ପ୍ରଧାନ ଏହି ତର୍କ ପ୍ରତିଯୋଗିତାର ବିଚାରକ ଥିଲେ। ସମସ୍ତ ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ଡକ୍ଟର ସୁମନ କୁମାର ତ୍ରିପାଠୀ, ଡକ୍ଟର ମାମିନୀ ପଣ୍ଡା, ଡକ୍ଟର ଶୁଭ୍ରାଂଶୁ ଶେଖର ସାହୁ, ସୁଶ୍ରୀ ପ୍ରିୟଦର୍ଶିନୀ ଘଡ଼େଇ, ସତ୍ୟବାନ ନାୟକ, ଚିନ୍ମୟୀ ମହାପାତ୍ର, ଶ୍ରୀକାନ୍ତ ଥନାପତି, ନେତ୍ରାନନ୍ଦ କୋଠାର ପ୍ରମୁଖ ଅଧ୍ୟାପକ ଓ କର୍ମଚାରୀ ସହଯୋଗ କରିଥିଲେ। ଏହି ବିକଶିତ ଭାରତ ଯୁବ ସଂସଦ ଆୟୋଜନ ସମୟରେ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସମ୍ବାଦ ପତ୍ର ଗୁଡ଼ିକର ସାମ୍ବାଦିକ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦାନ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….
