December 25, 2025
Home » ସୋନପୁର ମହାନଦୀ ବ୍ରିଜ ପାର୍ଶ୍ଵ ରିଙ୍ଗ ରୋଡ ର ଉଭୟ ପାର୍ଶ୍ଵରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ସୋନପୁର ମହାନଦୀ ବ୍ରିଜ ପାର୍ଶ୍ଵ ରିଙ୍ଗ ରୋଡ ର ଉଭୟ ପାର୍ଶ୍ଵରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

0
WhatsApp Image 2025-07-16 at 1.49.18 PM

ସୁବର୍ଣ୍ଣପୁର ଜିଲ୍ଲାର ବରିଷ୍ଠ ନାଗରିକ ସଂଘ ଦ୍ଵାରା ସୋନପୁର ମହାନଦୀ ବ୍ରିଜ ପାର୍ଶ୍ଵସ୍ଥିତ ରିଙ୍ଗ ରୋଡ ର ଉଭୟ ପାର୍ଶ୍ଵରେ ବୃକ୍ଷରୋପଣ କରାଯାଇଥିଲା। ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅବସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା l ଏହି ସଭାରେ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଶ୍ରୀ ନାରାୟଣ ନାଏକ, ମୁଖ୍ୟ ଅତିଥି ଓ ସୁବର୍ଣ୍ଣପୁର ବନଖଣ୍ଡ ଅଧିକାରୀ, ଶ୍ରୀ ମଦନ ଲାଲ ଶର୍ମା, ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ର ବରିଷ୍ଠ ନାଗରିକ ସଂଘ ର ସଭାପତି ଶ୍ରୀ ଜ୍ୟୋତି ରଞ୍ଜନ ବହିଦାର, ସମ୍ପାଦକ ଶ୍ରୀ ଜ୍ୟୋତି ରଞ୍ଜନ ପଟ୍ଟନାୟକ ଙ୍କ ସମେତ ଅନ୍ୟ ସମସ୍ତ ସଦସ୍ୟ/ସଦସ୍ୟା ବୃନ୍ଦ, ସଂଘର ଉପଦେଷ୍ଟା ତଥା ସାମ୍ବାଦିକ ସଂଘ ସଭାପତି ଶ୍ରୀ ଗୋରେଖ ନାଥ ସାହୁ ଙ୍କ ସହ ବିଭିନ୍ନ ସମ୍ବାଦପତ୍ର ଓ ବୈଦ୍ୟୁତିକ ଗଣ ମାଧ୍ୟମ ର ପ୍ରତିନିଧି ମାନଙ୍କ ସହିତ ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ତଥା ଜିଲ୍ଲା ପଞ୍ଚାୟତ ଅଧିକାରୀ ସୁବର୍ଣ୍ଣପୁର ଶ୍ରୀ ଅର୍ଜୁନ ମାଝୀ ଉପସ୍ଥିତ ଥିଲେ । ଶ୍ରୀ ଆର୍ତ୍ତତ୍ରାଣ ବାବୁ, ଉପ ସଭାପତି, ସୁବର୍ଣ୍ଣପୁର ଜିଲ୍ଲା ର ବରିଷ୍ଠ ନାଗରିକ ସଂଘ ସଭାର ଅତିଥି ଓ ଅନ୍ୟ ସମସ୍ତଙ୍କୁ ସ୍ବାଗତ କରିଥିଲେ । ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ବରିଷ୍ଠ ନାଗରିକ ସଂଘ ଏହି ମହତ୍ କାର୍ଯ୍ୟ କୁ ପ୍ରଶଂସା କରିଥିବା ବେଳେ ସମ୍ମାନିତ ଅତିଥି ଏହି ରିଙ୍ଗ ରୋଡ ର ଉଭୟ ପାର୍ଶ୍ଵରେ ସର୍ବମୋଟ ୫୦୦ (ପାଞ୍ଚଶହ ଗୋଟି)ବିଭିନ୍ନ ପ୍ରକାରର ଛାୟା ଓ ଫଳ ପ୍ରଦାନକାରୀ ବୃକ୍ଷ ଗୁଡ଼ିକ ରୋପଣ କରାଯିବ ବୋଲି ଏହି ଅବସରରେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୋନପୁର ର ସ୍ୱଚ୍ଛ ଭାରତ ସଂଗଠନ, ଗୋପାଳଜୀ ଯୋଗାଳୟ ଓ ବିଭିନ୍ନ ସ୍ଵେଚ୍ଛାସେବୀ ସଂଗଠନ ର ସଦସ୍ୟ ମାନେ ଅଂଶ ଗ୍ରହଣ କରିଥିଲେ । ଶେଷରେ ସଂଘର କାର୍ଯ୍ୟକାରୀ ସଦସ୍ୟ ଶ୍ରୀ ପ୍ରଦୀପ ପୁରୋହିତ ଧନ୍ୟବାଦ୍ ଅର୍ପଣ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *