March 14, 2025
Home » ସୋନପୁର ରୁ ରାଜଧାନୀ ସାଇକେଲ ଯାତ୍ରା :ସୋନପୁର ମହାବିଦ୍ୟାଳୟ ର ସରକାରୀ ମାନ୍ୟତା ଓ ଅନ୍ୟାନ୍ୟ ସମସ୍ୟା ସମାଧାନ ପାଇଁ ମନ୍ତ୍ରୀ ଙ୍କୁ ସାକ୍ଷାତ କଲେ ଶ୍ରୀକାନ୍ତ l

ସୋନପୁର ରୁ ରାଜଧାନୀ ସାଇକେଲ ଯାତ୍ରା :ସୋନପୁର ମହାବିଦ୍ୟାଳୟ ର ସରକାରୀ ମାନ୍ୟତା ଓ ଅନ୍ୟାନ୍ୟ ସମସ୍ୟା ସମାଧାନ ପାଇଁ ମନ୍ତ୍ରୀ ଙ୍କୁ ସାକ୍ଷାତ କଲେ ଶ୍ରୀକାନ୍ତ l

0

ସୁବର୍ଣ୍ଣପୁର —ପ୍ରାକ୍ ସ୍ବାଧୀନତା କାଳରୁ ସୋନପୁର ଗଡ଼ଜାତ ଶିକ୍ଷା, ସଂସ୍କୃତି ଏବଂ କଳା କ୍ଷେତ୍ରରେ ସୋନପୁର ପାର୍ଶ୍ଵବର୍ତ୍ତୀ ଅନ୍ୟ ଗଡ଼ଜାତ ମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ଥିଲା।ସୋନପୂରରେ ୧୯୦୩ ମସିହାରେ ହାଇସ୍କୁଲ ପ୍ରତିଷ୍ଠା ହୋଇଥିବା ବେଳେ ଏହାର ୧୩ ବର୍ଷ ପରେ ବଲାଙ୍ଗୀରରେ ପୃଥ୍ୱୀରାଜ ହାଇସ୍କୁଲ ପ୍ରତିଷ୍ଠା ହୋଇଥିଲା। ସୋନପୁର ଗଡ଼ଜାତର ତହବିଲରୁ ରେଭେନ୍ସା ମହାବିଦ୍ୟାଳୟରେ ଇଂରାଜୀ ଚେୟାର ପ୍ରତିଷ୍ଠା ତଥା କଲିକତା ଜାତୀୟ ପୁସ୍ତକାଗାରକୁ ସୋନପୁର ରାଜ୍ୟର ଅବଦାନ, ସୋନପୁର ରାଜା ଙ୍କ ନିଜସ୍ଵ ପାଣ୍ଠି ରୁ କଲିକତା ବିଶ୍ଵବିଦ୍ୟାଳୟ ରେ ଓଡ଼ିଶା ଚେୟାର ସ୍ଥାପନ ଆଦି ସୋନପୁରର ଉତ୍କର୍ଷ ଶିକ୍ଷାନୁରାଗର ପରିଚୟ ପ୍ରଦାନ କରେ। କିନ୍ତୁ ସୋନପୁର ଗଡ଼ଜାତ ଓଡ଼ିଶା ରେ ମିଶିବା ପରେ ଓ ସ୍ବାଧୀନତା ପରେ ଆବଶ୍ୟକୀୟ ପ୍ରୋତ୍ସାହନ ଏବଂ ପୃଷ୍ଠପୋଷକତା ଅଭାବରୁ ଆଜକୁ ସାତ ଦଶନ୍ଧି ଧରି ସୋନପୁର ମହାବିଦ୍ୟାଳୟ ସରକାରୀ ହୋଇପାରି ନ ଥିବା ସଂପ୍ରତି ଏକ ସ୍ବାଭିମାନର ପ୍ରଶ୍ନ ଭାବରେ ଉଭା ହୋଇଛି । କେଉଁ କାରଣ ରୁ ସୁବର୍ଣ୍ଣପୁର ଜିଲ୍ଲାରେ ସ୍ବାଧୀନତାର ୭୮ବର୍ଷ ପରେ ବି ଗୋଟିଏ ବି ସରକାରୀ ମହାବିଦ୍ୟାଳୟ ନାହିଁ। ଏହା କଣ ଓଡ଼ିଶା ରେ ଶିକ୍ଷା ବିକାଶ ପାଇଁ ସୋନପୁର ଦେଇଥିବା ଅବଦାନ ର କୃତଜ୍ଞତା?


୧୯୯୩ ମସିହାରୁ ସୋନପୁରରୁ ସୁବର୍ଣ୍ଣପୁର ଜିଲ୍ଲା ଘୋଷିତ ହେବାପରେ ବିଭିନ୍ନ ଫୋରମରେ ସୋନପୁର ମହାବିଦ୍ୟାଳୟର ସରକାରୀ କରଣ ପାଇଁ ଦାବି ଜୋର୍ ଧରିଥିଲା। କିନ୍ତୁ ଏ ମଧ୍ୟରେ କୌଣସି ସରକାର କର୍ଣ୍ଣପାତ କରି ନ ଥିବା ଅତି ଦୁଃଖ ର ବିଷୟ। ବିଶେଷ କରି ୨୦୦୦ ମସିହାରୁ ସୋନପୁର ମହାବିଦ୍ୟାଳୟକୁ ସରକାରୀ କରଣ ପାଇଁ ନିରବଚ୍ଛିନ୍ନ ଦାବି ହେଉଥିଲେ ବି ପୂର୍ବ ସରକାର ଆଦୌ ଧ୍ୟାନ ଦେଇ ନ ଥିଲେ l ସମସାମୟିକ କେତେକ ଜିଲ୍ଲା ସଦର ମହକୁମାର ମହାବିଦ୍ୟାଳୟ ସରକାରୀ ଘୋଷିତ ହୋଇ ସାରିଥିବା ବେଳେ ସୋନପୁର ମହାବିଦ୍ୟାଳୟକୁ ବଂଚିତ କରାଯାଇଥିବା ଅଂଚଳ ର ଶିକ୍ଷାନୁରାଗୀ ବିଶେଷ ଭାବେ ମର୍ମାହତ। ବୋଧେ ଏହା ହିଁ ୨୪ ବର୍ଷ ର ନିରବଚ୍ଛିନ୍ନ ସରକାର ରେ ସୁବର୍ଣ୍ଣପୁର ଜିଲ୍ଲା ର ଦାଦନ କୁ ୩୦% ଉପରକୁ ନେଇ ଯାଇଛି। ବୋଧେ ଏଇଥିପାଇଁ ଦଶମ ପଢ଼ି ସାରିଲେ ସୁବର୍ଣ୍ଣପୁର ଜିଲ୍ଲା ର ପିଲା ପାଠ ପଢ଼ିବା ଠାରୁ ତାମିଲନାଡୁ ଯାଇ କିଛି ଟଙ୍କା ରୋଜଗାର କରିବାକୁ ଶ୍ରେୟସ୍କର ମନେ କରୁଛନ୍ତି। ସରକାର ବଦଳିଛି । ସରକାରଙ୍କ ଆଭିମୁଖ୍ୟ ବି ବଦଳିଛି। ସୋନପୁର ମହାବିଦ୍ୟାଳୟର ଭାଗ୍ୟ ବି ବଦଳି ସରକାରୀ ହେବା ଆଶାରେ ଏହି ମହାବିଦ୍ୟାଳୟ ର ଦ୍ଵିତୀୟ ବର୍ଷ ସ୍ନାତକ ବାଣିଜ୍ୟ ବିଭାଗ ର ଛାତ୍ର ଶ୍ରୀକାନ୍ତ ସାହୁ ସୋନପୁର ମହାବିଦ୍ୟାଳୟର ବାଣିଜ୍ୟ ସ୍ନାତକ ଦ୍ଵିତୀୟ ବର୍ଷ ର ଛାତ୍ର ଶ୍ରୀକାନ୍ତ ସାହୁ ସୋନପୁର ରୁ ସାଇକେଲ ଯୋଗେ ଭୁବନେଶ୍ୱର ଆସି ଉଚ୍ଚ ଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ସେ ଦାବିପତ୍ର ରେ ସୋନପର ମହାବିଦ୍ୟାଳୟକୁ ସରକାରୀ ମହାବିଦ୍ୟାଳୟ ଘୋଷଣା କରିବା,ସୋନପୁର ମହାବିଦ୍ୟାଳୟ ରେ PG ବିଭାଗ ଖୋଲାଯିବା, ସୋନପୁରରେ ଏକ ମତ୍ସ୍ୟ ମହାବିଦ୍ୟାଳୟ ଓ କୃଷି ବିଶ୍ୱିବିଦ୍ୟାଳୟ ପ୍ରତିଷ୍ଠା କରାଯିବା, ପ୍ରତି ପଞ୍ଚାୟତ ରେ ଉଚ୍ଚଶିକ୍ଷାର ବିକାଶ ପାଇଁ ଯୋଜନା କରିବା, ଶିକ୍ଷାନୁଷ୍ଠାନ ମାନଙ୍କୁ ଅଣଛାତ୍ରମାନଙ୍କ ଅନୁପ୍ରବେଶ ରୋକିବାକୁ , ଛାତ୍ର ଛାତ୍ରୀ ହିଂସା ଓ ରେଗିଂ ରୋକିବା ପାଇଁ ଆଇନ ପ୍ରଣୟନ କରାଯିବା,ପ୍ରତ୍ୟେକ ସ୍ତର ରେ ନିଯୁକ୍ତି ମୂଳକ ଶିକ୍ଷା ପ୍ରଣୟନ କରାଯିବା ଓ ଶିକ୍ଷାନୁଷ୍ଠାନ ମାନଙ୍କରେ କ୍ରୀଡା ଭିତ୍ତିଭୂମି କୁ ସୁଦୃଢ କରିବା ସହ ଜିଲ୍ଲା ସ୍ତର ରୁ କ୍ରୀଡ଼ାବିତ ଚୟନ କୁ ସ୍ୱଚ୍ଛ ଓ ନିରନ୍ତର କରାଯାଉ ବୋଲି 6 ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *