ସୋନପୁର ର ପୂର୍ବତନ ବିଧାୟକ ସ୍ଵର୍ଗତ କୁନ୍ଦୁରୁ କୁଶଳ ଙ୍କ ୧୮ ତମ ଶ୍ରାଦ୍ଧ ବାର୍ଷିକୀ ପାଳନ
ସୋନପୁର ର ପୂର୍ବତନ ବିଧାୟକ ତଥା ସୋନପୁର ର ବାଇମୁଣ୍ଡି କୁହା ଯାଉଥିବା ସ୍ୱର୍ଗତ କୁନ୍ଦୁରୁ କୁଶଳ ଙ୍କ ୧୮ ତମ ଶ୍ରାଦ୍ଧ ବାର୍ଷିକୀ ସ୍ଥାନୀୟ କୁଞ୍ଜ ଛକ ଠାରେ ପାଳିତ ହୋଇ ଯାଇଛି l ଏହି ଅବସର ରେ ସକାଳେ ପ୍ରଥମେ ବ୍ଲକ ଛକ ଠାରୁ କୁଞ୍ଜ ଛକ ଯାଏ ଏକ ମାରାଥନ ପ୍ରତିଯୋଗିତା ଅନୁଷ୍ଟିତ ହୋଇଥିଲା l ପରେ ସ୍ୱର୍ଗତ ଶ୍ରୀ କୁଶଳ ଙ୍କ ପ୍ରତିମୂର୍ତ୍ତି ରେ ବରେଣ୍ୟ ଅତିଥି ଓ ଶହ ଶହ ଶୁଭେଚ୍ଛୁ ଧୂପ ଦୀପ ଓ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଭକ୍ତି ପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ଓ “କୁନ୍ଦୁରୁ କୁଶଳ ଅମର ରହେ” “ମୋର୍ ସୋନପୁର ମୋତେ ସୁନ୍ଦର୍” ନାରା ଦେଇ ଥିଲେ l ପରେ ପରେ ଏଠାରେ ଏକ ସଭା ର ଆୟୋଜନ କରା ଯାଇଥିଲା l ଏଠାରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପଧାନ ଯୋଗ ଦେଇ ଶ୍ରୀ କୁଶଳ କେବଳ ଯେ ଏକ ଅପ୍ରତିଦ୍ଵନ୍ଦୀ ନେତା ନ ଥିଲେ, ସେ ଜଣେ ଭଲ ମଣିଷ ଥିଲେ ନିଜ ମାଟି କୁ ଓ ଗରିବ ଙ୍କୁ ଭଲ ପାଉଥିଲେ ବୋଲି କହିଥିଲେ l ସମ୍ମାନିତ ଅତିଥି ଭାବରେ ପୌର ପରିଷଦ ପ୍ରାକ୍ତନ ଅଧ୍ୟକ୍ଷ କଇରୁ ସ୍ବାଇଁ, ସମାଜ ସେବୀ ଶ୍ରୀବତ୍ସ ମଲ୍ଲିକ, ଶ୍ରମିକ ନେତା ଗୋବିନ୍ଦ ମହାରଣା, ପ୍ରାଧ୍ୟାପକ ଡ଼ଃ. ସୌରଭ ରଞ୍ଜନ ଖମାରୀ ଯୋଗ ଦେଇ ଶ୍ରୀ କୁଶଳ ଙ୍କ ସ୍ମୁତି ଚାରଣ କରିଥିଲେ l ସେ ଉଚ୍ଚ ଶିକ୍ଷା ଲାଭ କରି ନ ଥିଲେ ବି ବିଜୁ ପଟ୍ଟନାୟକ ଙ୍କ ଅତି ପ୍ରିୟ ଓ ଓଡ଼ିଶା ର ପରିଚିତ ନେତା ଭାବେ ଆଗୁଆ ଥିଲେ ଓ ତାଙ୍କ ସବୁ ସ୍ମୃତି କୁ ସାଉଁଟି ଆଗାମୀ ଦିନରେ ଏକ ସ୍ମରଣିକା ପ୍ରକାଶ କଲେ ଓ ଓଡ଼ିଶା ର ପ୍ରତି ଲାଇବ୍ରେରୀ ରେ ପହଞ୍ଚାଇଲେ ରାଜ୍ୟ ର ସବୁ ଛାତ୍ର ଛାତ୍ରୀ ସଧାରଣ ଲୋକେ ତାଙ୍କୁ ଜାଣି ପାରିବେ ବୋଲି ଡଃ. ଖମାରୀ କହିଥିଲେ l ସାହିତ୍ୟ ର ଇତିହାସ ରେ ସେ ନ ରହିଲେ ବି ଶ୍ରଦ୍ଧା ରେ ଅନ୍ତର ରେ ସମସ୍ତେ ମନେ ରଖିବା ଭଳି ଜଣେ ଅସାଧାରଣ ମଣିଷ ଶ୍ରୀ କୁଶଳ ବୋଲି ଶ୍ରୀ ମହାରଣା ପ୍ରକାଶ କରି ଥିଲେ ଓ ରାସ୍ତା ରେ ନିଜେ ପିଚୁ ଢାଳିବା ଠୁ ଆରମ୍ଭ କରି ବିଜୁ ବାବୁ ଙ୍କ ଗୋଡ଼ ଧରି ମହାନଦୀ ବ୍ରିଜ୍ ଓ ସୋନପୁର ଅଞ୍ଚଳ ର ଅନେକ ଐତିହାସିକ କାର୍ଯ୍ଯ ହାସଲ କରିଥିଲେ ଶ୍ରୀ କୁଶଳ ବୋଲି କହିଥିଲେ l ଜିଲ୍ଲା ଗଠନ ରେ ଶ୍ରୀ କୁଶଳ ଙ୍କ ଭୂମିକା ଅବିସ୍ମରଣୀୟ ଓ ସାରା ଓଡ଼ିଶାର ଲୋକେ ବିଧାୟକ ଶ୍ରୀ କୁଶଳ ଙ୍କୁ ଥରେ ଦେଖିବାକୁ ତାଙ୍କ କଥା ଟିକେ ଶୁଣି ବାକୁ ଉତ୍କଣ୍ଠା ର ସହ ଚାହୁଁଥିଲେ ବୋଲି ଅତିଥି ଶ୍ରୀ ମଲ୍ଲିକ କହିଥିଲେ l ଆଦିବାସୀ ହରିଜନ ଶ୍ରମିକ ଙ୍କୁ ସଂଗଠିତ କରାଇବାରେ , ସୋନପୁର ରୁ ଭୁବନେଶ୍ୱର ଯିବାକୁ ଲୋକ ଙ୍କ ପାଇଁ ସରକାରୀ ବସ ରେ ସିଟ୍ ପାଇଁ ଆନ୍ଦୋଳନ କରି କାମ ହାସଲ କରିବାରେ ଓ ଫୁଲବାଣୀ ସାଂସଦ କ୍ଷେତ୍ର ରେ ନିର୍ବାଚନୀ ପ୍ରଚାର ପ୍ରସାର ରେ ଶ୍ରୀ କୁଶଳ ଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ଥିଲା ବୋଲି ଅତିଥି ଶ୍ରୀ ସ୍ବାଇଁ କହିଥିଲେ l ପ୍ରାକ୍ତନ ମତ୍ସ୍ୟ ନିଗମ ଅଧ୍ୟକ୍ଷ ଶ୍ରୀ ଅଭିମନ୍ୟୁ କୁଶଳ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵl ବଧାନ ରେ ସମସ୍ତ କାର୍ଯ୍ଯକ୍ରମ ଅନୁଷ୍ଟିତ ହୋଇଥିଲା l ଏହି ସଭା କୁ କୋଶଳ ହାଇସ୍କୁଲ୍ ପ୍ରଧାନ ଶିକ୍ଷକ ପରମାନନ୍ଦ ନାଏକ ପରିଚାଳନା କରିଥିବା ବେଳେ ସାମ୍ୱାଦିକ ମନୋରଞ୍ଜନ ତ୍ରୀପାଠୀ ଅତିଥି ଙ୍କୁ ସ୍ଵାଗତ କରିଥିଲେ l ଇଂରାଜୀ ପ୍ରଧ୍ୟାପକ ଶ୍ରୀ ମଦନ ସୁନ୍ଦର ଖେତୀ ଧନ୍ୟବାଦ ଅର୍ପଣ କରି ମୃତ୍ୟୁ ସମସ୍ତଙ୍କୁ ଆସି ନ ଥାଏ, କେହି କେହି ମୃତ୍ୟୁ କୁ ଜିଣି ଥାଆନ୍ତି, ମୃତ୍ୟୁଞ୍ଜୟ ବା ଚିରଞ୍ଜିବୀ ହୋଇ ରହିବା ଗୋଟେ କଳା ସମସ୍ତ ଙ୍କ ପାଖରେ ନ ଥାଏ, ଆଉ ଏ ହେଉଛି ଭାବାବାନ ଙ୍କ ବରଦାନ ବୋଲି କୁନ୍ଦୁରୁ କୁଶଳ ଙ୍କ ଉଦାହରଣ ଦେଇଥିଲେ l ଶେଷରେ ମାରାଥନ ଦୌଡ଼ ଓ ବକ୍ତୃତା ପ୍ରତିଯୋଗିତା ର କୃତୀ ଛାତ୍ର ଛାତ୍ରୀ ଙ୍କୁ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….
