December 19, 2025
Home » ସ୍ବର୍ଗତ ବିଶ୍ଵନାଥ ପଟ୍ଟନାୟକ (ଆଜ୍ଞା) ଙ୍କ ୧୧୦ ତମ ଜନ୍ମୋତ୍ସବ ଏବଂ ରାଜ୍ୟ ସ୍ତରୀୟ ସ୍କାରକ ସମ୍ମାନ ପ୍ରଦାନ ସମାରୋହ

ସ୍ବର୍ଗତ ବିଶ୍ଵନାଥ ପଟ୍ଟନାୟକ (ଆଜ୍ଞା) ଙ୍କ ୧୧୦ ତମ ଜନ୍ମୋତ୍ସବ ଏବଂ ରାଜ୍ୟ ସ୍ତରୀୟ ସ୍କାରକ ସମ୍ମାନ ପ୍ରଦାନ ସମାରୋହ

0
WhatsApp Image 2025-11-14 at 8.48.54 AM

 ଫୁଲବାଣୀ :କନ୍ଧମାଳ ଜିଲ୍ଲା ବାଲିଗୁଡା ବନବାସୀ ସେବା ସମିତି ପରିସରରେ ବିଶିଷ୍ଟ ସ୍ବାଧିନ ସଂଗ୍ରାମୀ ଓ ସର୍ବୋଦୟ ଆନ୍ଦୋଳନର ପ୍ରବାଦ ପୁରୁଷ ତଥା ବନବାସୀ ସେବା ସମିତିର ପ୍ରାଣ ପ୍ରତିଷ୍ଠାତା ସ୍ବର୍ଗତ ବିଶ୍ଵନାଥ ପଟ୍ଟନାୟକ ( ଆଜ୍ଞା) ଙ୍କ ୧୧୦ ତମ ଜୟନ୍ତୀ ପାଳନ ଅବସରରେ ତା୧୦ ୧୧ ୨୦୨୫ ରିଖ ଦିନ ବନବାସୀ ସେବା ସମିତିର ପରିସର ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ମୂଖ୍ୟ ଅତିଥି ଭାବେ ବାଲିଗୁଡା ରେ ଅବସ୍ଥିତ ୧୩୬ ବି ଏସ ଏଫର କମାଣ୍ଡାଣ୍ଟ ମାନସ ରଞ୍ଜନ ପଣ୍ଡା ଓ ସମ୍ମାନିତ ଅତିଥି ଭାବେ ଡେପୁଟି କମାଣ୍ଡାଣ୍ଟ କମଳ ଲୋଚନ ଦାସ ଯୋଗ ଦେଇ ସ୍ବର୍ଗତ ବିଶ୍ଵନାଥ ପଟ୍ଟନାୟକ ( ଆଜ୍ଞା) ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ,ଦୀପ ପ୍ରଜ୍ବଳନ କରି ଶିବିରକୁ ଉଦଘାଟନ କରିଥିଲେ।

୪୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା ଏଥିରେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟର ଡା ଏସ ରାମ ପାତ୍ର ଓ ସହଯୋଗୀ ନେତୃତ୍ବ ନେଇଥିଲେ। ବିଶିଷ୍ଟ ସ୍ବାଧିନ ସଂଗ୍ରାମୀ ଓ ସର୍ବୋଦୟ ଆନ୍ଦୋଳନର ପ୍ରବାଦ ପୁରୁଷ ଜମୁନାଲାଲ ବଜାଜ ସମ୍ମାନ ବିଜୟୀ,ଭୂସତ୍ୟାଗ୍ରହ ଓ କୋରାପୁଟିଆ ଗାନ୍ଧୀ ଭାବେ ବେଶ ପରିଚିତ ଥିବା ତଥା ବାଲିଗୁଡା ବନବାସୀ ସେବା ସମିତିର ପ୍ରାଣ ପ୍ରତିଷ୍ଠାତା ସ୍ବର୍ଗତ ବିଶ୍ଵନାଥ ପଟ୍ଟନାୟକ (ଆଜ୍ଞା) ଙ୍କ ୧୧୦ ତମ ଜୟନ୍ତୀ ଉତ୍ସବରେ ତା ୧୧.୧୧.୨୦୨୫ ରିଖ ଦିନ ବନବାସୀ ସେବା ସମିତିର ସହ ସମ୍ପାଦକ ଶ୍ରୀ ଯୁକ୍ତ ରବିନ୍ଦ୍ର କୁମାର ପଣ୍ଡାଙ୍କ ନେତୃତ୍ଵରେ ସମିତିର ପରିସରରେ ଆଜ୍ଞା ଙ୍କ ଜୟନ୍ତୀ ପାଳନ ଅବସରରେ ପ୍ରତ୍ୟୁଷରୁ ବାଲିଗୁଡା ସହରରେ ରାମଧୁନ ପରିବେଷଣ ଓ ପରେ ପରେ ସମିତି ପରିସରରେ ପ୍ରାର୍ଥନା,ସ୍କୃତି ପିଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ,ଆଜ୍ଞା ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ ପରେ ଏକ ସାଧାରଣ ସଭା ଓ ରାଜ୍ୟ ସ୍ତରୀୟ ସମ୍ମାନିତ ପ୍ରତିଭା ଉତ୍ସବ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା।ଉକ୍ତ ଜୟନ୍ତୀ ଉତ୍ସବରେ ସଭାପତି ଲାଲନନ୍ଦ ପ୍ରଧାନ ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୂଖ୍ୟ ଅତିଥି ଭାବେ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଭୂବନେଶ୍ଵରର ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର, ସମ୍ମାନିତ ଅତିଥି ଭାବେ ବାଲିଗୁଡା ଉପଖଣ୍ଡ ଉପଜିଲ୍ଲାପାଳ ପ୍ରଣିତା ଦାସ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ରାଜେନ୍ଦ୍ର ପ୍ରସାଦ,ଭୂବନେଶ୍ଵର ରୁ ପ୍ରକାଶିତ ଦୈନିକ ଖବରକାଗଜ ” ପ୍ରଗତିବାଦୀ” ର କାର୍ଯ୍ୟ ନିର୍ବାହୀ ସଂପାଦକ ବିରୁପାକ୍ଷ ତ୍ରୀପାଠୀ, କନ୍ଧମାଳ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ରଜତ ଦିଗାଲ, କନ୍ଧମାଳ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ରଶ୍ମୀତା କରନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ସ୍ନେହଲତା ସାହୁ,ଡିଏସଡବ୍ଲୁ ଓ ଉତ୍ସବ ଜେନା ଅନୁଷ୍ଠାନର ଆଜୀବନ ସମ୍ପାଦକ ପ୍ରମୂଖ ମଞ୍ଚାସୀନ ଥିଲେ। ମୂଖ୍ୟବକ୍ତା ନିରଞ୍ଜନ ପାଣ୍ଡିଆ ପ୍ରାଧ୍ୟାପକ,ଓଡ଼ିଆ ବିଭାଗ କଳିଙ୍ଗ ମହାବିଦ୍ୟାଳୟ ଘୁଉଦୟଗିରି ଯୋଗଦେଇ ସ୍ବର୍ଗତ ବିଶ୍ଵନାଥ ପଟ୍ଟନାୟକ (ଆଜ୍ଞା)ଙ୍କ ସ୍କୃତିଚାରଣ ସହିତ ତାଙ୍କ ଜୀବନ ଆଦର୍ଶ,ନିଷ୍ଠାପର ସେବାର ନିର୍ଦ୍ଦେଶନା ଏବଂ ପରୋପକାର ପ୍ରବୃତ୍ତି ସମ୍ପନ୍ନର ତଥ୍ୟ ପ୍ରଦାନ ପୃର୍ବକ କୋରାପୁଟ ର ଅଞ୍ଚଳ ବାସୀଙ୍କ ଦ୍ବାରା ଆଜ୍ଞା ଭାବରେ ସମ୍ବୋଧନ କରିବା ଦୃଷ୍ଟାନ୍ତ ପ୍ରତିପାଦନ କରିଥିଲେ। ବାଲିଗୁଡା ବନବାସୀ ସେବା ସମିତିର ସହ ସମ୍ପାଦକ ଶ୍ରୀ ଯୁକ୍ତ ରବିନ୍ଦ୍ର କୁମାର ପଣ୍ଡା ଅତିଥି ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହିତ ପରିଚୟ ପ୍ରଦାନ କରିଥିଲେ।

 

ଏହି ଅବସରରେ ୧୩ ତମ ଆଜ୍ଞା ସେବା ସମ୍ମାନ ଜୟପୁର, କୋରାପୁଟ ଅଞ୍ଚଳ ର ବରିଷ୍ଠ ସମାଜସେବୀ ସୁବାସ ଚନ୍ଦ୍ର ମିଶ୍ରଙ୍କୁ ୨୫.୦୦୦ ଟଙ୍କା ଉତ୍ତରୀୟ ଓ ମାନପତ୍ର ମୂଖ୍ୟ ଅତିଥି ଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ବେଳେ ୨୦ ତମ ଆଚାର୍ଯ୍ୟ ହରିହର ଗୋପବନ୍ଧୁ ଚୈଧୁରୀ ସ୍କାରକ ସମ୍ମାନ କୋରାପୁଟ, ସିମିଳିଗୁଡା ଅଞ୍ଚଳ ର ବରିଷ୍ଠ ସମାଜସେବୀ କୃଷ୍ଣ ସିଂ ଙ୍କୁ ୨୫.୦୦୦ ଟଙ୍କା ଉତ୍ତରୀୟ ଓ ମାନପତ୍ର,୨୦ ତମ ମା ରମାଦେବୀ ମାଳତୀ ଚୌଧୁରୀ ସ୍କାରକ ସମ୍ମାନ ଭୂବନେଶ୍ଵରର ସୁଶ୍ରୀ ନମ୍ରତା ତାଙ୍କୁ ୨୫.୦୦୦ ଟଙ୍କା ସହ ଉତ୍ତରୀୟ ଓ ମାନପତ୍ର ମୂଖ୍ୟ ଅତିଥି ଙ୍କ ଦ୍ବାରା ପ୍ରଦାନ କରାଯାଇଥିଲା। ମୂଖ୍ୟ ଅତିଥି ଙ୍କ ଦ୍ବାରା ବିଶ୍ଵନାଥ ପଟ୍ଟନାୟକ (ଆଜ୍ଞା) ଙ୍କ ସ୍କରଣିକା କୁ ଉନ୍ମୋଚନ କରାଯାଇଥିଲା।୨୦୨୫ ମେଟ୍ରିକ୍ ପରୀକ୍ଷା ରେ ସର୍ବୋଚ୍ଚ ନମ୍ବର ରଖିଥିବା ଅନୁଷ୍ଠାନ ର ଛାତ୍ରୀ ପ୍ରାଚି କୁମାରୀ ଙ୍କୁ ନଗଦ ୫୦୦୦ଟଙ୍କା ଓ ମାନପତ୍ର ମୂଖ୍ୟ ଅତିଥି ଙ୍କ ଦ୍ବାରା ପ୍ରଦାନ କରାଯାଇଥିଲା ସମିତି ର ଛାତ୍ରଛାତ୍ରୀ ମାନେ ସ୍ବାଗତ ଓ ଉଦଯାପନୀ ସଂଗୀତ ଗାନ ଓ ଅପରାହ୍ନ ରେ ସର୍ବଧର୍ମ ପ୍ରାର୍ଥନା ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆହୋଜତ ହୋଇଥିଲା, ଶେଷରେ ବିଶ୍ଵଜିତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

ଇ ପି ଏ ରୁ କନ୍ଧମାଳ ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ନାୟକ ଙ୍କ ସହ ବାଲିଗୁଡା ଉପଖଣ୍ଡ ପ୍ରତିନିଧି ମଧୁସ୍ମିତା ନାୟକ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *