February 5, 2026
Home » ସ୍ବେଛାସେବୀ ଅନୁଷ୍ଠାନ ରେଆରର ପ୍ରତିଷ୍ଠାତା ତଥା ବରିଷ୍ଠ ଆଇନଜ୍ଞ ଗୌରୀଶ୍ୟାମ ପଣ୍ଡା ଙ୍କ ପରଲୋକ,

ସ୍ବେଛାସେବୀ ଅନୁଷ୍ଠାନ ରେଆରର ପ୍ରତିଷ୍ଠାତା ତଥା ବରିଷ୍ଠ ଆଇନଜ୍ଞ ଗୌରୀଶ୍ୟାମ ପଣ୍ଡା ଙ୍କ ପରଲୋକ,

0
WhatsApp Image 2026-01-25 at 11.04.11 AM

ବିଭିନ୍ନ ମହଲରେ ଶୋକ

ସୁବର୍ଣ୍ଣପୁର: ବରିଷ୍ଠ ଆଇନଜ୍ଞ ତଥା ରେଆର ର ପ୍ରତିଷ୍ଠାତା ଗୌରୀଶ୍ୟାମ ପଣ୍ଡା ଙ୍କ  (ଶନିବାର ତା. ୨୪.୦୧.୨୦୨୬ ଶନିବାର) ଅପରାହ୍ନ ରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସlଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି। ସେ ଜଣେ ସଫଳ ଆଇନଜ୍ଞ ହେବା ସହ ସାମାଜିକ ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଜାତୀୟ ସ୍ତରରେ ଉପଭୋକ୍ତାବାଦ ର ସେ ଜଣେ ଆଦ୍ୟ ପ୍ରବକ୍ତା । ଭିନ୍ନକ୍ଷମ ମାନଙ୍କ ଅଧିକାର ଓ ଉନ୍ନତି ପାଇଁ ଅନବରତ ପ୍ରାୟାସରତ। ଏହା ସହିତ ସେ ଅନେକ ସାମାଜିକ ଆନ୍ଦୋଳନ ସହିତ ଜଡିତ ଥିଲେ। ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ଦଳର ଜଣେ ବରିଷ୍ଠ ସଦସ୍ୟ ହେବା ସହିତ ଜିଲ୍ଲା କଂଗ୍ରେସ ସଭାପତି ଭାବେ କାମ କରିଥିଲେ। ସେ ଜାତୀୟ ସ୍ତରରେ ବୌଦ୍ଧିକ ଭିନ୍ନକ୍ଷମ ଅବିଭାବକ ସଙ୍ଘ ପରିବାର (ଏନ. ସି. ପି. ଓ ) ର ଉପଦେଷ୍ଟା, ରାଜ୍ୟ ବୌଦ୍ଧିକ ଭିନ୍ନକ୍ଷମ ଅବିଭାବକ ସଂଘ ( ପରିବାର ଓଡିଶା ) ର ସଭାପତି, ରାଜ୍ୟ ଚେସ ଏସୋସିଏସନ ର ସଦସ୍ୟ,ଜିଲ୍ଲା ଚେସ ଏସୋସିଏସନ ର ସମ୍ପାଦକ,ଜିଲ୍ଲା କ୍ରୀଡା ସଂଗଠନ ର ପ୍ରତିଷ୍ଠାତା ସଦସ୍ୟ, ଇଙ୍କପେଷ୍ଟ ପ୍ରତିଷ୍ଠାତା ସଦସ୍ୟ, ଜିଲ୍ଲା ବାର ଏସୋସିଏସନ ର ପୂର୍ବତନ ସଭାପତି, ଜିଲ୍ଲା ରେଡ଼କ୍ରସ ସୋସାଇଟି ର ଉପସଭାପତି ତଥା ଜିଲ୍ଲା ଓ ରାଜ୍ୟ ର ବିଭିନ୍ନ ସଂଗଠନ ର ପ୍ରମୁଖ ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ। ତାଙ୍କ ବିୟୋଗରେ ସୁବର୍ଣ୍ଣପୁର ଜିଲ୍ଲା ର ବିଭିନ୍ନ ମହଲ ରେ ଶୋକର ଛାୟା ଖେଳିଯାଇଛି l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *