December 23, 2025
Home » ସ୍ଲୋଗାନ ରେ ନୁହେଁ ବାସ୍ତବରେ ଶିକ୍ଷାର ଅସଲ ଚିତ୍ର- ଜୟପୁର ବଙ୍ଗଳାବାଡ ସାହି ସ୍କୁଲର ଦୁରବସ୍ଥା

ସ୍ଲୋଗାନ ରେ ନୁହେଁ ବାସ୍ତବରେ ଶିକ୍ଷାର ଅସଲ ଚିତ୍ର- ଜୟପୁର ବଙ୍ଗଳାବାଡ ସାହି ସ୍କୁଲର ଦୁରବସ୍ଥା

0
WhatsApp Image 2025-10-23 at 8.21.38 PM

 

ସରକାର ସବୁବେଳେ କୁହନ୍ତୀ “ଶିଶୁ ହେଉଛି ଦେଶର ଭବିଷ୍ୟତ, ଶିକ୍ଷା ହେଉଛି ତାହାର ଆଧାର।” ଏହି ସ୍ଲୋଗାନ ମନକୁ ଛୁଏଁ, କିନ୍ତୁ ଦୁଃଖର ବିଷୟ ହେଉଛି ଯେ, ଏହା କେବଳ କାଗଜ କଲମ ଓ ଘୋଷଣାରେ ହିଁ ସୀମିତ ରହିଯାଉଛି। ବାସ୍ତବ ଚିତ୍ର ଦେଖିଲେ ମଣିଷଙ୍କ ହୃଦୟ କମ୍ପିଯାଏ। ଏହିପରି ଏକ ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳୁଛି ଜୟପୁର ସହରର ବଙ୍ଗଳାବାଡ ସାହିର ଏକ ପ୍ରାଥମିକ ବିଦ୍ୟାଳୟଠାରେ ଆସନ୍ତୁ ଦେଖିବା ସ୍ବତନ୍ତ୍ର ରିପୋର୍ଟ ରେ। କୋରାପୁଟ ଜିଲ୍ଲା ଜୟପୁର ସହରର ପୌରପାଳିକା ଅନ୍ତର୍ଗତ ଓ୍ବାଡ ନଂ 3 ର ବଙ୍ଗଳା ବାଡ଼ ସାହିରେ ପ୍ରାୟତଃ 200 ପରିବାର ର ଏକ ହଜାର ଲୋକ ଵସବାସ କରନ୍ତି । ଏହି ସାହିରେ ଅଧିକାଂଶ ଖଟିଖିଆ ଓ ଦିନ ମଜୁରୀଆ।ଏହି ସ୍କୁଲରେ ପ୍ରାୟତ 40 ରୁ 50 ଜଣ ଛାତ୍ରଛାତ୍ରୀ ବିଦ୍ୟାଳୟ ରେ ଶିକ୍ଷା ଗ୍ରହଣ କରନ୍ତି ।ଏହି ବିଦ୍ୟାଳୟରେ ଦୁଇ ଜଣ ଶିକ୍ଷୟିତ୍ରୀ ଶିକ୍ଷ୍ୟା ଦାନ କରୁଛନ୍ତି । କିନ୍ତୁ ଏହି ସ୍କୁଲର ପରିସ୍ଥିତି ଏତେ ଅସୁବିଧାଜନକ ଯେ ଏହାକୁ ନିଜେ ଆପଣ ନ ଦେଖିଲେ ହ୍ରଦୟଙ୍ଗମ କରିପାରିବେ ନାହିଁ ଏବଂ ଏହାକୁ “ବିପଦ ସଙ୍କୁଳ ଅବସ୍ଥା” ରେ ରହିଛି ବୋଲି କହିବା ଭୁଲ ହେବନାହିଁ ।

 

ସ୍କୁଲ ଘରର କାନ୍ଥରେ ବର୍ଷା ଦିନେ ପାଣି ପଡି ସନ୍ତସନ୍ତିଆ ରହୁଛି , ଛାତରୁ ବର୍ଷା ହେଲେ ପାଣି ଗଳି ପଡ଼ୁଛି, ଓ ଚାରିପାଖରେ ଅସୁରକ୍ଷିତ ପରିବେଶ ସୃଷ୍ଟି ହୋଇଛି। କିଛି ଦିନ ତଳେ ଏହି ସ୍କୁଲର ରୋଷେଇ ଘର (ମିଡ଼ ଡେ ମିଲ୍ ରୁମ) ହଠାତ୍ ଭାବେ ଭାଙ୍ଗି ପଡ଼ିଥିଲା। ସଭାଗ୍ୟକ୍ରମେ ଏହି ଘଟଣା ସମୟରେ କୌଣସି ଛାତ୍ରଛାତ୍ରୀ ବା ଶିକ୍ଷୟିତ୍ରୀ ଘର ଭିତରେ ନ ଥିଲେ , ନହେଲେ ଏକ ବଡ ବିପଦ ଘଟିଯାଇଥାନ୍ତା । ଘଟଣା ପରେ ଗ୍ରାମବାସୀମାନେ ଭୟଭୀତ ହୋଇଛନ୍ତି ଓ ତାଙ୍କ ଶିଶୁମାନଙ୍କ ନିରାପତ୍ତା ନେଇ ଚିନ୍ତିତ। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, “ଏହି ସ୍କୁଲ ଏବେ ଯେପରି ସ୍ଥିତିରେ ଅଛି, ଯେକୌଣସି ସମୟରେ ଆଉ ଗୋଟେ ଦୁର୍ଘଟଣା ଘଟିପାରେ। ଆମେ ଏହାକୁ ବିପଦ ସଙ୍କୁଳ ଭବନ ଭାବରେ ଦେଖୁଛୁ, ସ୍କୁଲର ଛାତ୍ରଛାତ୍ରୀ ମାନେ ଭୟ ବାତାବରଣ ମଧ୍ୟରେ ପାଠ ପଢୁଛନ୍ତି।
ବର୍ଷା ଦିନରେ ଛାତରୁ ପାଣି ଗଳି ଆସି ଖାତାବହି ଭିଜିଯାଏ, ଦିନ ଭରି ସେମାନେ ସେଇ ଭିଜା ଅବସ୍ଥାରେ ବସି ପଢୁଛନ୍ତି। ଦୁଇ ଟି ରୁମ ମଧ୍ୟରୁ ଗୋଟିଏ ରୁମ ମଧ୍ୟ ଭଲ ଅବସ୍ଥାରେ ନୁହେଁ, ତଥାପି ଶିକ୍ଷୟିତ୍ରୀମାନେ ନିଜ କର୍ତ୍ତବ୍ୟ ପାଳନ କରୁଛନ୍ତି।ଏହି ସମସ୍ୟା ନେଇ ଗ୍ରାମବାସୀମାନେ ବିଭିନ୍ନ ସମୟରେ ଅଭିଯୋଗ ଦେଇଛନ୍ତି, କିନ୍ତୁ ଆଜିପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନାହିଁ। ଶିକ୍ଷା ବିଭାଗ ଓ ସ୍ଥାନୀୟ ପ୍ରଶାସନ ଯଦି ଶୀଘ୍ର ଏହାକୁ ଗୁରୁତ୍ୱ ସହିତ ନେଇ ପଦକ୍ଷେପ ନେଉନାହାନ୍ତି, ତେବେ ଏହି ସ୍କୁଲ ଯେକୌଣସି ସମୟରେ ଦୁର୍ଘଟଣା ସ୍ଥଳ ହେଇପାରେ।ତାହା କୁହା ଯାଇପାରିବ ନାହିଁ।ଜୟପୁର ସହରର ବଙ୍ଗଳାବାଡ ସାହିର ଏହି ସ୍କୁଲ ଆଜି ଏକ ପ୍ରତିକ ହେଇଯାଉଛି ଯେଉଁଠି ସରକାରୀ ଘୋଷଣା ଓ ମାଟିର ଯଥାର୍ଥତା ମଧ୍ୟରେ ବିପରୀତ ଚିତ୍ର ଦେଖିବାକୁ ମିଳୁଛି। ଶିକ୍ଷା ଯେଉଁଠି ଭବିଷ୍ୟତ ଗଢ଼େ, ସେଠି ଯଦି ଶିକ୍ଷାଳୟ ନିଜେ ବିପଦ ସଙ୍କୁଳ ଅବସ୍ଥାରେ ରହେ, ତେବେ ଭବିଷ୍ୟତ କେମିତି ହେବ — ଏହି ପ୍ରଶ୍ନ  ଜୟପୁର ଅଞ୍ଚଳର ପ୍ରତ୍ୟେକ ଅଭିଭାବକଙ୍କ ମନରେ ଗୁଞ୍ଜୁଛି। ଦେଖିବାକୁ ବାକିର‌ଇଲା ନୁତନ ସରକାର କେବେ ଏମାନଙ୍କ ଦୁଃଖ ଦୁରକରିଵେ ।

Leave a Reply

Your email address will not be published. Required fields are marked *