July 1, 2025
Home » ସ୍ଵର୍ଣ୍ଣ ପଦକ ହାସଲ କରି ଗୌରବ ଆଣିଲେ ଶୁଭଶ୍ରୀ ପାତ୍ର

ସ୍ଵର୍ଣ୍ଣ ପଦକ ହାସଲ କରି ଗୌରବ ଆଣିଲେ ଶୁଭଶ୍ରୀ ପାତ୍ର

0
WhatsApp Image 2025-03-22 at 9.59.06 AM (1)

ସୁବର୍ଣ୍ଣପୁର–ସୋନପୁର ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସଂସ୍କୃତ ବିଭାଗର ପୂର୍ବତନ ଛାତ୍ରୀ ତଥା ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ମକଡିଆପଦର ଗ୍ରାମର ପ୍ରମୋଦ କୁମାର ପାତ୍ର ଏବଂ ସୁଚିତ୍ରା ପାତ୍ରଙ୍କ ପୂତ୍ରୀ ସୁଶ୍ରୀ ଶୁଭଶ୍ରୀ ପାତ୍ର ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ ତିରୁପତିରୁ ସଂସ୍କୃତ ବିଷୟରେ ପରାସ୍ନାତକ ତଥା ଆଚାର୍ଯ୍ୟ (M.A) କରି ସେଥିରେ ପ୍ରଥମ ସ୍ଥାନ ଅଧିକାର କରି ସ୍ଵର୍ଣ୍ଣ ପଦକ ଲାଭ କରିଛନ୍ତି। ସେ ପୂର୍ବରୁ ମଧ୍ୟ ଜଣେ ମେଧାବୀ ଛାତ୍ରୀ ଥିଲେ। ସମ୍ବଲପୁର ବିଶ୍ଵବିଦ୍ୟାଳୟ ରେ ମଧ୍ୟ +୩ ରେ ସଂସ୍କୃତ ରେ ଟପ୍ ଟେନ୍ ରେଙ୍କ ରେ ରହିଥିଲେ। ବର୍ତ୍ତମାନ ସେ ଦିଲ୍ଲୀରେ ବି.ଏଡ କରୁଛନ୍ତି। ସେ ଏହାର ସମସ୍ତ ଶ୍ରେୟ ତାଙ୍କ ବାପା ଏବଂ ମା ତଥା ଗୁରୁଜନ ଓ ପରିବାର ବର୍ଗଙ୍କୁ ଦେଇଛନ୍ତି । ଭବିଷ୍ୟତ ରେ ଜଣେ ଭଲ ଶିକ୍ଷୟିତ୍ରୀ ହେବା ପାଇଁ ଆଶା ରଖିଛନ୍ତି।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *