February 22, 2026
Home » ସ୍ୱଚ୍ଛ ସର୍ବେକ୍ଷଣ ପାଇଁ ଭୁବନେଶ୍ୱର ମହାନଗର ନିଗମ ବର୍ଷବ୍ୟାପି କାର୍ଯ୍ୟକ୍ରମ

ସ୍ୱଚ୍ଛ ସର୍ବେକ୍ଷଣ ପାଇଁ ଭୁବନେଶ୍ୱର ମହାନଗର ନିଗମ ବର୍ଷବ୍ୟାପି କାର୍ଯ୍ୟକ୍ରମ

0
WhatsApp Image 2026-02-21 at 10.37.41 PM (1)

ସ୍ୱଚ୍ଛ ସର୍ବେକ୍ଷଣ ପାଇଁ ଭୁବନେଶ୍ୱର ମହାନଗର ନିଗମ ବର୍ଷବ୍ୟାପି କାର୍ଯ୍ୟକ୍ରମ ଜାରି ରଖିଛି । ଏହି କ୍ରମରେ ବିଏମ୍ ସି ଅଂଚଳରେ ବିଭିନ୍ନ ଆବାସିକ ସଂଗଠନଗୁଡିକୁ ପରିମଳ କାର୍ଯ୍ୟରେ ସହଭାଗିତା ପାଇଁ ପ୍ରୟାସ ଜାରି ରିଖିଛି । ବିଏମ୍ ସି ଅନୁବନ୍ଧିତ ଶହ ଶହ ଆବାସିକ ସଂଗଠନ ମଧ୍ୟ ନିଜ ନିଜ ଅଂଚଳରେ ସ୍ୱଚ୍ଛତା ରକ୍ଷା ପାଇଁ ସେମାନଙ୍କର ପ୍ରୟାସ ଜାରି ରଖିଛନ୍ତି । ଆବାସିକ ସଂଗଠନଗୁଡିକୁ ସକ୍ରିୟ ରଖିବା ସହ ସେମାନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ସ୍ୱେଚ୍ଛାସେବୀ ସଂଗଠନ ଫିଡ୍ ବ୍ୟାକ୍ ଫାଉଣ୍ଡେସନ, ବିକାଶ ଏବଂ ବେସିକ୍ସ ମ୍ୟୁନିସପାଲ ଓ୍ୱେଷ୍ଟ ଭେନ୍ଚର ସେମାନଙ୍କର ଆଇଇସି କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ବେସିକ୍ସ 173 ଆବାସିକ ସଂଗଠନରେ ଆଇଇସି କାର୍ଯ୍ୟକ୍ରମ କରିବା ସହ ଏହାର ସଦସ୍ୟ ସଦସ୍ୟାଙ୍କୁ ସଚେତନ କରାଉଛି । ସେମାନେ ନିଜ ନିଜ ଅଂଚଳ ତଥା ପରିବେଶକୁ କିପରି ସ୍ୱଚ୍ଛ, ସବୁଜ ଓ ସୁନ୍ଦର ରଖିବେ, ଲୋକମାନେ ସମସ୍ତେ କିପରି ନିଜ ଘରୁ ବର୍ଜ୍ୟକୁ ଅଲଗା ଅଲଗା କରି ଦେବେ । ଏଣିକି ଓଦା, ସୁଖିଲା, ସାନିଟାରୀ ନାପକିନ୍ ଓ ବିପଦପୂର୍ଣ୍ଣ ଇଲେକ୍ଟ୍ରୋନିକ୍ସ ବର୍ଜ୍ୟକୁ ଅଲଗା ଅଲଗା 4ଟି ଡଷ୍ଟବିନରେ ରଖିବାକୁ ପଡିବ । ଆମ ଘର ବା ଆପାର୍ଟମେଣ୍ଟର ଚାରିପାଖରେ ବୃକ୍ଷ ରୋପଣ କରିବା ଆଦି ସଂପର୍କରେ ସଚେତନ କରାଉଛନ୍ତି । ଆବାସିକ ସଂଗଠନର କର୍ମକର୍ତ୍ତା, ସଦସ୍ୟ, ସଦସ୍ୟା, ଆପାର୍ଟମେଣ୍ଟ ବାସିନ୍ଦା ଆଦି ସମସ୍ତେ ଯେପରି ସ୍ୱଚ୍ଛତା ବଜାୟ ରଖିବା ପାଇଁ ବିଏମ୍ ସିକୁ ସହାୟତାର ହାତ ବଢାଇବେ, ସହଯୋଗ କରିବେ ଏବଂ ସେହିମାନଙ୍କ ସହଭାଗିତାରେ ସହରକୁ ସ୍ୱଚ୍ଛ, ସବୁଜ ସୁନ୍ଦର କରିବା ପାଇଁ ପ୍ରୟାସ ଜାରି ରଖିଛି ବିଏମ୍ ସି । ସେହିପରି ଫିଡ୍ ବ୍ୟାକ୍ 250 ଗୋଟି ଆବାସିକ ସଂଗଠନ ଏବଂ ବିକାଶ 216 ଗୋଟି ଆବାସିକ ସଂଗଠନର ଦାୟିତ୍ୱ ନେଇଛନ୍ତି । ମୋଟ 639 ଗୋଟି ଆବାସିକ ସଂଗଠନର ପାଖାପାଖି 6 ହଜାର ସଦସ୍ୟ ସଦସ୍ୟା ସେମାନଙ୍କର ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ କାର୍ଯ୍ୟକରୁଛନ୍ତି । ଇତି ମଧ୍ୟରେ ଶତକଡା 60 ରୁ ଅଧିକ ପ୍ରତିଶତ ଆବାସିକ ସଂଗଠନକୁ ସଚେତନ କରାଯାଇଛି । ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକ ନିଜ ନିଜର କାର୍ଯ୍ୟଧାରାକୁ ତ୍ୱରାନ୍ୱିତ କରିଛନ୍ତି ।

Leave a Reply

Your email address will not be published. Required fields are marked *