February 8, 2026
Home » ସ୍ୱଛତା କ୍ଷେତ୍ରରେ ପାରାଦୀପ ବନ୍ଦରକୁ ସଫଳତା- ସ୍ୱଛତା ପକ୍ଷ ସମ୍ମାନ-୨୦୨୫ରେ ପ୍ରଥମ ପୁରସ୍କାର

ସ୍ୱଛତା କ୍ଷେତ୍ରରେ ପାରାଦୀପ ବନ୍ଦରକୁ ସଫଳତା- ସ୍ୱଛତା ପକ୍ଷ ସମ୍ମାନ-୨୦୨୫ରେ ପ୍ରଥମ ପୁରସ୍କାର

0
WhatsApp Image 2026-02-08 at 1.27.40 PM (1)

ପାରାଦୀପ: ପାରାଦୀପ ବନ୍ଦର ପଣ୍ୟ କାରବାର କ୍ଷେତ୍ରରେ କ୍ରମାଗତ ଭାବେ ପ୍ରଥମ ସ୍ଥାନ ଅଧିକାର କରି ଆସୁଥିବା ବେଳେ ସ୍ୱଛତା ପକ୍ଷ ପାଳନ କରିବା କ୍ଷେତ୍ରରେ ପାରାଦୀପ ବନ୍ଦରକୁ ମିଳିଛି ବିରାଟ ସଫଳତା । ଭାରତ ସରକାରଙ୍କ ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ସ୍ୱଛତା ପକ୍ଷ ପାଳନ କରିବାରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ପୁରସ୍କୃତ କରାଯାଇଛି । କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋଓାଲ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଶାନ୍ତନୁ ଠାକୁର, ବିଭାଗୀୟ ସଚୀବ ବିଜୟ କୁମାରଙ୍କ ଉପସ୍ଥିତିତରେ ଏହି ପୁରସ୍କାର ପାରାଦୀପ ବନ୍ଦର ପକ୍ଷରୁ ଅଧ୍ୟକ୍ଷ ପି.ଏଲ.ହରନାଦଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ମଙ୍ଗଳବାର ଦିନ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ସମାରୋହରେ ପାରାଦୀପ ବନ୍ଦର ଅଧ୍ୟକ୍ଷ ଶ୍ରୀ ହରନାଦ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ସ୍ୱଛତା ପକ୍ଷ-୨୦୨୫ ଓ ସ୍ୱଛଗତା ହି ସେବା-୨୦୨୫ ମାଧ୍ୟମରେ ବନ୍ଦର ସହରକୁ ସ୍ୱଛ ରଖିବା ପାଇଁ ପାରାଦୀପ ବନ୍ଦର ର୍କୃପକ୍ଷଙ୍କ ଉଦ୍ୟମ ପ୍ରଶଂସନୀୟ । ସ୍ୱଛ ଭାରତ ଅଭିଯାନ କ୍ଷେତ୍ରରେ ପାରାଦୀପ ବନ୍ଦର ଆଶାତୀତ ସଫଳତା ହାସଲ କରିବା ସହିତ ସ୍ୱଛତା ପକ୍ଷ, ଜନ ଭାଗିଦାରୀ ଓ ଏକ ପେଡ୍ ମାଆ କି ନାମ ଓ ସଫେଇ ମିତ୍ର ସୁରକ୍ଷା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଛି । ପାରାଦୀପ ବନ୍ଦରାଂଚଳ, ବିଭିନ୍ନ ଦେବାଳୟ, ପୁଷ୍କରିଣୀ ସଫେଇ ଆଦି କାର୍ଯ୍ୟ କରିପାରିଛି । ଏକ ପେଡ୍ ମାଆ କି ନାମ୍ ୨.୦କାର୍ଯ୍ୟକ୍ରମ ଅଧିନରେ ୪୦ହଜାର ବୃକ୍ଷରୋପଣ କରାଯାଇଛି । ପ୍ଲାଷ୍ଟିକ ମୁକ୍ତ ଭାରତ ଅଭିଯାନରେ ଭାରତ ସରକାରଙ୍କ ସ୍ୱଛ ଭାରତ ଅଭିଯାନରେ ସଚେତନତା ସୃଷ୍ଟି କାର୍ଯ୍ୟ ସହିତ ରକ୍ତ ଦାନ ଶିବିର, ପ୍ରଶାସନିକ ଭବନର ନବୀକରଣ କାର୍ଯ୍ୟ ବନ୍ଦର ପ୍ରଶାସନ ପକ୍ଷରୁ କରାଯାଇଛି । ସାମଗ୍ରୀକ ସହଯୋଗରେ ପାରାଦୀପ ବନ୍ଦର ସହରକୁ ସ୍ୱଛ ରଖିବା ଦିଗରେ ପାରାଦୀପ ବନ୍ଦରକୁ ଏହି ସଫଳତା ମିଳିଛି ବୋଲି ଅଧ୍ୟକ୍ଷ ଶ୍ରୀ ହରନାଦ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଏହା ପାରାଦୀପ ବନ୍ଦର ପାଇଁ ଏକ ଗର୍ବ ଓ ଗୌରବର ବିଷୟ ବୋଲି ସେ କହିଛନ୍ତି । ବିଭାଗ ପକ୍ଷରୁ ସମସ୍ତ ବନ୍ଦର ଏନଂ ନୌବାଣିଜ୍ୟିକ ସଂସ୍ଥାମାନେ ସମଗ୍ର ଦେଶରେ ସ୍ୱଛାତାକୁ ଗୁରୁତ୍ୱ ଦେଉଛନ୍ତି । ପାରାଦୀପ ବନ୍ଦର ଏହାର ନେତୃତ୍ୱରେ ସ୍ୱଛ ଭାରତ ମିଶନକୁ ସଫଳ କରିପାରିଛି ।

 

ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *