July 24, 2025
Home » ସ୍ୱାମୀର ପରକୀୟା ପ୍ରୀତିକୁ ନେଇ ବାପ ଘରେ ଝିଅର ଆତ୍ମହତ୍ୟା ଅଭିଯୋଗ

ସ୍ୱାମୀର ପରକୀୟା ପ୍ରୀତିକୁ ନେଇ ବାପ ଘରେ ଝିଅର ଆତ୍ମହତ୍ୟା ଅଭିଯୋଗ

0
WhatsApp Image 2025-07-20 at 1.12.15 PM (1)

କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଅଭାବନୀୟ ଘଟଣା, ଶାଶୂ ଘରେ ନିର୍ଯ୍ୟାତନା ଅସହ୍ୟ ହେବା ପରେ ବାପ ଘରେ ଝିଅ ରସି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଅନ୍ୟ ଝିଅ ସହ ସ୍ୱାମୀଙ୍କ ସମ୍ପର୍କକୁ ବିରୋଧ କରି ଝୁଲି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।ପୋଲିସ ଏକ ସୁଇସାଇଡ଼ ନୋଟ ଜବତ କରି ତଦନ୍ତ କରୁଛି ।ଏବେ ଏଇ ଘଟଣା ଜିଲ୍ଲା ବ୍ୟାପି ଚର୍ଚ୍ଚାର ବିଷୟ ହୋଇଛି।

ସ୍ବାମୀ ଆଉ ପ୍ରେମିକା ମିଶି ଦେଉଥିଲେ ନିର୍ଯ୍ୟାତନା,ବାପଘରେ ଆତ୍ମହତ୍ୟା କରି ସୁଇସାଇଡ ନୋଟରେ ସ୍ବାମୀ ଆଉ ପ୍ରେମିକା ଙ୍କୁ ଦାୟୀ କରିଛନ୍ତି।କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଟାଉନଥାନା ଅନ୍ତର୍ଗତ ଧୋବାପଡା ରୁ ଅଭାବନୀୟ ଘଟଣା ସାମ୍ନା କୁ ଆସିଛି। କନ୍ଧମାଳ ବାଲିଗୁଡ଼ା ଥାନା ଅଞ୍ଚଳର ଶ୍ୟାମଳ କୁମାର ବେହେରା ଭବାନୀପାଟଣା ଧୋବାପଡା ର ଜିତେନ୍ଦ୍ର ସେଠୀ ଙ୍କ ଝିଅ ସ୍ନେହାକୁ ୨୦୨୩ ମସିହାରେ ବିବାହ କରିଥିଲେ।

ଶ୍ୟାମଳ ଙ୍କ ଅନ୍ୟ ଝିଅ ସହ ସମ୍ପର୍କ ଥିବା ଜାଣିବାପରେ ସେ ବାପଘର ଭବାନୀପାଟଣା କୁ ଚାଲି ଆସିଥିଲେ।ହେଲେ ଗତକାଲି ଶ୍ୟମଳ ଙ୍କ ପ୍ରେମିକା ଫୋନ ଯୋଗେ ଅସହ୍ୟ ଭାଷାରେ ଗାଲି ଗୁଲଜ କରିବାରୁ ସହିନପାରି ଝିଅ ଆତ୍ମହତ୍ୟା କରିଥିବା ନେଇ ପରିବାର ପକ୍ଷରୁ ଭବାନୀପାଟଣା ଟାଉନଥାନା ରେ ଲିଖିତ ଅଭିଯୋଗ ପରେ ଟାଉନଥାନା ପୋଲିସ ଶବ ଜବତ କରିବା ସ‌ହ ଶବ ବ୍ୟବଚ୍ଛେଦ ପାଇଁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ୍।

କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *