December 27, 2025
Home » ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ଦୃଷ୍ଟି ପଡିବ କି?ଚିକିତ୍ସାଳୟ ଉଦଘାଟନ ହେବ କେବେ? ବିଳମ୍ବ ପାଇଁ ସାଧାରଣ ରେ ବଢୁଛି ଅସନ୍ତୋଷ

ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ଦୃଷ୍ଟି ପଡିବ କି?ଚିକିତ୍ସାଳୟ ଉଦଘାଟନ ହେବ କେବେ? ବିଳମ୍ବ ପାଇଁ ସାଧାରଣ ରେ ବଢୁଛି ଅସନ୍ତୋଷ

0
WhatsApp Image 2025-11-05 at 1.01.48 PM

 

ସୁବର୍ଣ୍ଣପୁର: ବୌଦ୍ଧ ଜ଼ିଲ୍ଲାର ମୁଖ୍ୟାଳୟ ଠାରେ ଏକ 300 ଶଯ୍ୟା ଓ ପୁରୁଣାକଟକ ଡିଗ୍ରୀ କଲେଜ ପାଖରେ ଏକ 30 ଶଯ୍ୟା ବିଶିଷ୍ଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଜନ ସାଧାରଣ ଙ୍କ ନିମନ୍ତେ ପୂର୍ବ ସରକାର ଙ୍କ ସମୟରେ ନିର୍ମାଣ କାର୍ଯ୍ୟ ସରିଛି ଓ ଏହି ଦୁଇଟି ଯାକ ସ୍ୱାସ୍ଥ୍ୟ କେନ୍ଦ୍ର ସବୁଜ ରଙ୍ଗ କାମ ହୋଇ ସାରିଥିଲା l ବର୍ତ୍ତମାନ ସରକାର ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାକୁ ଅଗ୍ରାଧିକାର ଭିତ୍ତିରେ ହାତକୁ ନେଇଛନ୍ତି l କିନ୍ତୁ ଗ୍ରାମାଞ୍ଚଳ ରେ ତାହାର ସ୍ଥିତି ଅତି ଦୁର୍ବଳ ଓ ନଗଣ୍ୟ l କିଛିକାଂଶ ରେ ବିଶେଷଜ୍ଞ ଡାକ୍ତର ଙ୍କ ଅଭାବ ଯୋଗୁଁ ରୋଗୀ ପଡୋଶୀ କନ୍ଧମାଳ ର ଫୁଲବାଣୀ, ଅନୁଗୋଳ ର ଆଠମଲ୍ଲିକ କିମ୍ବା ବୁର୍ଲା କୁ ସ୍ଥାନାନ୍ତରଣ ହୋଇଥାନ୍ତି l ଯାହାଦ୍ୱାରା ଗରିବ ଜନସାଧାରଣ ଙ୍କ ପକ୍ଷରେ ହଇରାଣ ଠାରୁ ଆରମ୍ଭ କରି ଆର୍ଥିକ ସ୍ଥିତି ଦୋହଲାଇ ଦେଇଥାଏ l ଠିକ ସମୟରେ ପ୍ରକୃତ ଚିକିତ୍ସା ନ ପାଇ ରୋଗୀ ଙ୍କ ଜୀବନ ହାନୀ ହେବାର ଦୃଷ୍ଟାନ୍ତ ମଧ୍ୟ ରହିଛି l
କିନ୍ତୁ ଦୁର୍ଭାଗ୍ୟ ର ବିଷୟ ଯେ, ନୂତନ ସରକାର ଆସିବାକୁ ଏକ ବର୍ଷ ରୁ ଅଧିକ ଦିନ ବିତିଯାଇଥିଲେ ମଧ୍ୟ ତାହାର କେବଳ ରଙ୍ଗ ପରିବର୍ତ୍ତନ ହୋଇଛି l ଡାକ୍ତରୀ ସରଞ୍ଜାମ ଲାଗି ନ ଥିବାରୁ ଗରିବ ଜନସାଧାରଣ ଙ୍କ ର କାମରେ ଲାଗିପାରୁନାହିଁ l ଜ଼ିଲ୍ଲା ମୂଖ୍ୟାଳୟ ର 300 ଶଯ୍ୟା ବିଶିଷ୍ଠ, Rs. 99, 27, 09, 828 ଟଙ୍କା ର ଥିବା ବେଳେ, ତାହା ଗତ 17.08.2023 ରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧlର୍ଯ୍ୟ କରା ଯାଇଥିଲା l ନିର୍ମାଣ କାର୍ଯ୍ୟ ବିଳମ୍ବ ଯୋଗୁଁ ତାହାର ଅଟକଳ ମୂଲ୍ୟ Rs. 138, 58,98,364/- ଟଙ୍କା ରେ ପହଂଚିଲାଣି l ପୁରୁଣାକଟକ ରେ ଥିବା 30 ଶଯ୍ୟା ବିଶିଷ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ସୁଶ୍ରୀ ସାରଦା construction private ଲିମିଟେଡ଼, ନଖରା, କଟକ ଙ୍କ କର୍ମଚାରୀ ଙ୍କ କହିବା ଅନୁସାରେ ଆମେ Rs. 8 କୋଟି 27 ଲକ୍ଷ୍, 93 ହଜାର ଟଙ୍କା ର କୋଠା କୁ ସମ୍ପୂର୍ଣ୍ଣ କରି ସଫା କରି ବର୍ତ୍ତମାନ ସରକାରଙ୍କୁ ହସ୍ତାନ୍ତରଣ କରିବା ପାଇଁ ପ୍ରସ୍ତାବ ଦେଲୁ l କିନ୍ତୁ କିଛି କାମ ବାକି ଅଛି କହି କୋଠା ର ରଙ୍ଗ ସବୁଜ ରୁ ଗୌରିକ ରଙ୍ଗ ର କାମ ମଧ୍ୟ ସମ୍ପୂର୍ଣ୍ଣ କରି ସାରିଛୁ l କିନ୍ତୁ ହସ୍ତାନ୍ତରଣ ପ୍ରକ୍ରିୟା ହୋଇପାରୁନାହିଁ l ବର୍ତ୍ତମାନ ଡାକ୍ତରୀ ସରଞ୍ଜାମ, ପାଚେରୀ, ଓ ରାସ୍ତା କାମ ନିର୍ମାଣ ଭଳି କିଛି କାମ ବାକି ରହିଛି l ସମୟ ସୀମା ମଧ୍ୟ ରେ କୋଠା କାର୍ଯ୍ୟ ସରି ଥିବା ବେଳେ ହସ୍ତାନ୍ତରଣ ଓ ଲୋକାର୍ପଣ ରେ ବିଳମ୍ବ ଘଟୁଛି l ପୋଷ୍ଟ ମୋର୍ଟମ କୋଠା ମଧ୍ୟ ନିର୍ମାଣ ସରିଛି lବିଗତ 6 ମାସ ତଳେ ପୁରୁଣାକଟକ ନାଗରିକ କମିଟି ଚାରିଛକ ଠାରେ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ ଙ୍କୁ ସାକ୍ଷାତ କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଉଦଘାଟନ ପାଇଁ ଅନୁରୋଧ କରିଥିଲେ l ମାନ୍ୟବର ମନ୍ତ୍ରୀ ଖୁବ ଶୀଘ୍ର ଲୋକାର୍ପଣ ହେବ ବୋଲି କଥା ଦେଇଥିଲେ l କିନ୍ତୁ ଆଜକୁ 6 ମାସ ବିତିଗଲା ପରେ ବି ଚିକିତ୍ସାଲୟ କୋଠା ଟି ଜନସାଧାରଣ ଙ୍କ କାମରେ ଲାଗି ପାରୁ ନାହିଁ l ଯାହା ଦ୍ୱାରା ରୋଗୀ ଅନ୍ୟ ଜ଼ିଲ୍ଲା କୁ ରେଫର ହୋଇ ହନ୍ତସନ୍ତ ହେଉଛନ୍ତି lଏଣୁ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେଇ ଖୁବ ଶୀଘ୍ର ବୌଦ୍ଧ ଜ଼ିଲ୍ଲା ରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର 300 ଶଯ୍ୟା ବିଶିଷ୍ଠ ଓ ପୁରୁଣାକଟକ ରେ ଥିବା 30 ଶଯ୍ୟା ବିଶିଷ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଜନସାଧାରଣ ଙ୍କ ଉଦ୍ଦେଶ୍ୟ ରେ ଉଦଘାଟନ କଲେ ଜ଼ିଲ୍ଲା ବାସି ଉପକୃତ ହୁଅନ୍ତେ lରାଜନୈତିକ ଓ ପ୍ରଶାସନିକ ଇଚ୍ଛା ଶକ୍ତି ର ଯଦି ଆଗ୍ରହ ରୁହେ ତାହାହେଲେ ଖୁବ ଶୀଘ୍ର ଚିକିତ୍ସଳୟ ଦୁଇଟି ଜନ ସେବାରେ ଲାଗିବ ବୋଲି ଅଞ୍ଚଳବାସୀ ଙ୍କ ଆଶା ଓ ବିଶ୍ୱାସ ରହିଛି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *